ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ରେ ଟପ୍ପର ପ୍ରିୟାଶୁଂ କୁ ସମ୍ବର୍ଦ୍ଧନା।
ଗୋପାଳପୁର,୨୪/୧୦
ଓଡିଶା ସିଭିଲ ସର୍ଭିସ ଟପ୍ପର ଭାବୁ , ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟ୍ରି ଷ୍ଟେସନ ର ପୁରାତନ ଛାତ୍ର ପ୍ରିୟାଶୁଂ ପାଲ କୁ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ପ୍ରିୟାଶୁଂ ଆଜି ବିଦ୍ୟାଳୟ ର ସକାଳ ପ୍ରାର୍ଥନା ସଭା ରେ ସେ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ସିଭିଲ ସର୍ଭିସ ରେ ପରୀକ୍ଷା ରେ କିପରି ସଫଳତା ପାଇଁ ପାରିଥିଲେ ସେ ନେଇ ପ୍ରକାଶ କରିବା ସହ ନିଜକୁ ଗଢି ତୋଳିବାକୁ ହେଲେ ସ୍ବପ୍ନ ଦେଖିବା ସହ ଗୁରୁଜନ ଙ୍କ ମାର୍ଗଦର୍ଶନ ରେ ତାହାକୁ ସଫଳ କରାଇବାରେ ନିଜକୁ ସମର୍ପିତ କରିବାକୁ କହିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ର ପ୍ରଧାନଚାର୍ଯ୍ୟ ବିରଞ୍ଚିନାରାୟଣ ଦାସ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ୨୦୨୪ ଦଶମ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ମୋହିତ ଆଚାରୀ ଙ୍କୁ ସି ବି ଏସ ଇ ପକ୍ଷରୁ ପ୍ରଦାନ କରାଯାଇଥିବା ୫ ହେରା ଟଙ୍କା ର ପୁରସ୍କାର ରାଶି ପ୍ରିୟାଶୁଂ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ପ୍ରିୟାଶୁଂ ୨୦୦୭ ରୁ ୨୦୧୪ ପର୍ଯ୍ୟନ୍ତ ବିଦ୍ୟାଳୟରେ ୭ ମ ଶ୍ରେଣୀ ରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ।ପ୍ରିୟାଶୁଂ ମୁଖ୍ୟତଃ ଅନୁଗୋଳ ର ବାସିନ୍ଦା ହୋଇଥିବା ବେଳେ ବାପା ସନ୍ତୋଷ କୁମାର ପାଲ ଆର୍ମି ରେ କାର୍ଯ୍ୟ କରୁଥିବା ବେଳେ ଆର୍ମି ଏଡି ସେଣ୍ଟର ରେ ନିଯୁକ୍ତି ପାଇଥିଲେ।ଏହି ସମୟରେ ପ୍ରିୟାଶୁଂ ଏହି ବିଦ୍ୟାଳୟ ରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ। ଯୁକ୍ତ ଦୁଇ ରେ ସାରା ଭାରତରେ ଟପ୍ପର ହୋଇଥିଲେ।ଏହି ଅବସରରେ
ଅଧ୍ୟକ୍ଷ ବି ଏନ ଦାସ , ନିଜ ବକ୍ତବ୍ୟ ରେ ଏଭଳି ଛାତ୍ର ପାଇ ଆମ ବିଦ୍ୟାଳୟ ଗର୍ବିତ ବୋଲି କହିଥିଲେ। ଏଵଂ ସମସ୍ତ ଛାତ୍ର ଛାତ୍ରୀ ପାଇଁ ପ୍ରିୟାଶୁଂ ଏକ ପ୍ରେରଣା ବୋଲି କହିଥିଲେ।

