Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଆପଥର ବର୍ଷା ଲକ୍ଷ୍ମୀପୁର ବ୍ଲକରେ ବ୍ୟାପକ କ୍ଷୟ କ୍ଷତି।

ଲକ୍ଷ୍ମୀପୁର.୧୯।୦୫ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ସ୍ତାନରେ ଆଜି କୁଆପଥର ବୃଷ୍ଟିରେ ଅନେକ ଘରର ଆଜବେଷ୍ଟ୍ ଫାଟି ଘରେ ଘରେ ପାଣି ପସି ଜାଇଥିବା ତହସିଲ୍ ବିଭାଗ ତରଫରୁ ସୁଚନା ମିଳିଛି।ଗାଁ ମାନଙ୍କରେ ରାଜସ୍ଵ ନିରିକ୍ଷକ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରି ଆସିଛନ୍ତି।ସ୍ଥାନିୟ ବ୍ଲକର ଓଡିଆପେଣ୍ଠ ପଞ୍ଚାୟତର ସିଙ୍ଗାରମ ଗାଁରେ ୭୧ଟି,ଭାଲୁଯୋଡି ଗାଁ ରେ ୧୧ଟି,ନୁଆଗାଁ ରେ ୨୨ଟି,କୁମ୍ଭାରଗୁଡା ଗାଁରେ ୭ଟି,କେନ୍ଦୁୱାଡା ଗାଁ ରେ ୩ଟି ଘର ଓ ସାନ ଓଡିଆପେଣ୍ଠ ଗାଁରେ ୨୨ଟି ଘରର ଆଜବେଷ୍ଟ ଉପରେ କୁଆପଥର ବୃଷ୍ଟି ହେବାରୁ ବଡ ବଡ କଣା ହୋଇ ଫାଟି ଜାଇଛି। ଓଡିଆପେଣ୍ଠ ସରପଞ୍ଚ ବଂଶିଧର ମାଣ୍ଡିଙ୍ଗା ରାଜସ୍ଵ ନିରିକ୍ଷକ ଗୁପ୍ତପ୍ରସାଦ ନାୟକଙ୍କୁ ଫୋନ ରେ ଅବଗତ କରାଇବା ପରେ ଘଟଣା ସ୍ଥଳରେ ଶ୍ରୀଯୁକ୍ତ ନାୟକ ପହଁଚି କ୍ଷୟକ୍ଷତିର ଆକଳନ କରି ଫେରି ଆସିଛନ୍ତି।
ସେହିପରି ପିପଳପଦର ପଞ୍ଚାୟତର କେନ୍ଦୁପାଇ ଗାଁରେ ତିନିଜଣଙ୍କ ଘର ର ଆଜବେଷ୍ଟ ଉଡି ଜାଇ ଜିନିଷ ପତ୍ର ସବୁ ନଷ୍ଟ ହୋଇ ଜାଇଥିବା ଜଣା ପଡିଛି। ବନ୍ଦିକାର ଗାଁର ଉମାଶଙ୍କର ମିଣିଆକାଙ୍କ ଘର ଉପରେ ପାଖରେ ଥିବା ଏକ ସୌର ଚାଳିତ ପାନିୟଜଳ ପ୍ରକଳ୍ପର ସୋଲାର୍ ପ୍ଲେଟ୍ ଉଡି ଘର ଉପରେ ପଡିବାରୁ ସାମନା ପଟ ଆଜବେଷ୍ଟ ଭାଙ୍ଗି ଜାଇଛି।ଏସବୁ ଅଞ୍ଚଳ ଦାୟିତ୍ଵରେ ଥିବା ରାଜସ୍ଵ ନିରିକ୍ଷକ ମାନେ ଗାଁ ରେ ପହଞ୍ଚି କିଛି ଲୋକଙ୍କୁ ପଲିଥିନ୍ ବାଣ୍ଟିଥିବା ବେଳେ ଆସନ୍ତା କାଲି ସମସ୍ତ ତଥ୍ୟ ଜଣା ପଡିବ ବୋଲି ତହସିଲଦାର୍ ତପନ କୁମାର ନାୟକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ