ଗୋପାଳପୁର ବନ୍ଦରକୁ ୧ନଂ ସଂକେତ।ବାତ୍ୟା ନେଇ ମତ୍ସ୍ୟଜୀବୀ ଙ୍କ ମନରେ ଛନକା।
ଗୋପାଳପୁର ୨୫/୧୦
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତର ରୁପ ନେବା ପରେ ବାତ୍ୟାରେ ପରିଣତ ହୋଇଛି l ଏହି ବାତ୍ୟା ଆସନ୍ତା ମଙ୍ଗଳବାର ରାତ୍ର ସମୟରେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ନିକଟରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ରହିଛି l ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ ଝଟକା ପବନ ୧୧୦ କିମି ରହିବ । ତାହାରି ପ୍ରଭାବରେ ଗଞ୍ଜାମ ଜିଲ୍ଲା ରେ ସୋମବାର ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ମଙ୍ଗଳବାର,ବୁଧୁବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ତେଣୁ ଗଞ୍ଜାମ ଜିଲ୍ଲାକୁ ସୋମବାର ସକାଳ ସାଢେ ୮ ଟା ଠାରୁ ମଙ୍ଗଳବାର ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ଓରେଞ୍ଜ ଓ ମଙ୍ଗଳବାର ସକାଳ ସାଢେ ୮ ଟା ଠାରୁ ବୁଧୁବାର ସାଢେ ୮ ଟା ପର୍ଯ୍ୟନ୍ତ ରେଡ ୱାରିଙ୍ଗ ଜାରି ହୋଇଥିବା ବେଳେ ଆଜି ଗୋପାଳପୁର ବନ୍ଦରକୁ ୧ନଂ ସଂକେତ ଜାରି ହୋଇଛି l ଆସନ୍ତା ବୁଧୁବାର ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ମାଛ ମାରିବାକୁ ବାରଣ ହୋଇଥିବା ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି lବାତ୍ୟା ନେଇ ଘନଘନ ପ୍ରଚାର ସହ ସମୁଦ୍ର କୁ ମାଛ ମାରିବାକୁ ବାରଣ କରାଯାଇଥିବା ରୁ ମତ୍ସ୍ୟଜୀବୀ ଙ୍କ ମନରେ ଛନକା ପସି ଯାଇଛି। ସମୁଦ୍ର କୂଳରେ ରହୁଥିବା ସେମାନଙ୍କ ଡଙ୍ଗା ଓ ଜାଲ କୁ କିପରି ସେମାନେ ସୁରକ୍ଷା ଦେବେ ତାହା ନେଇ ଶଙ୍କା ବଢ଼ି ଯାଇଥିବା ମତ୍ସ୍ୟଜୀବୀ ମାନେ ସୂଚନା ଦେଇଛନ୍ତି। ଅନ୍ୟ ପଟେ ମତ୍ସ୍ୟଜୀବୀ ଙ୍କ ପକ୍ଷରୁ ଦାବି ହୋଇ ଆସୁଥିବା ଗୋପାଳପୁର ଓ ମାର୍କଣ୍ଡି ଠାରେ ସବୁଦିନିଆ ମୁହାଣ ନିର୍ମାଣ ନିମନ୍ତେ ଦାବି ହୋଇ ଆସୁଥିଲେ ସୁଦ୍ଧା ଆଜିଯାଏଁ ଏହାର ସ୍ଥିତିଗତି କିଛି ଜଣା ପଡୁଥିବା ଯୋଗୁଁ ମତ୍ସ୍ୟଜୀବୀ ମାନେ ଅସୁରୁକ୍ଷିତ ଭାବେ ସେମାନଙ୍କ ମୂଲ୍ୟବାନ ଡଙ୍ଗା ଓ ଜାଲକୁ ଭଗବାନ ଭରସା ରେ ସମୁଦ୍ର କୂଳରେ ଛାଡ଼ି ଯିବାକୁ ବାଧ୍ୟ ହେଉଛନ୍ତି।ଏହା ସହ ଉପକୂଳ ରହୁଥିବା ସାଧାରଣ ଜନତା ମଧ୍ୟ ବାତ୍ୟା ନେଇ ଏକ ଅଜଣା ଭୟରେ ରହିଥିବ ଦେଖିବାକୁ ମିଳିଛି। ବାତ୍ୟା ନେଇ ଆଲୋଚନା ଆରମ୍ମ ହୋଇଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଅସାଧୁ ବ୍ୟବସାୟୀ ଆଳୁ , ପିଆଜ ପରି କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦର ବୃଦ୍ଧି କରି ଦେଇଥିବା ମଧ୍ୟ ଅଭିଯୋଗ ହେଉଛି।କିଛି ଲୋକ ଅନାବଶ୍ୟକ ଭାବେ ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କୁ କିଣି ନେଇ ଘରେ ରଖୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏଣୁ ପ୍ରଶାସନ ପକ୍ଷରୁ ଦରବୃଦ୍ଧି କରୁଥିବା ବ୍ୟବସାୟୀ ଙ୍କୁ ଚଢ଼ାଉ କରିବାକୁ ସାଧାରଣରେ ଦାବି ହେଉଅଛି।

