Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରେୟସ ଆୟର ହସ୍ପିଟାଲରେ ଭର୍ତ୍ତି

ସିଡନୀ: ଭାରତୀୟ ଦିନିକିଆ ଦଳର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଡନୀରେ ତୃତୀୟ ଦିନିକିଆ ଖେଳୁଥିବା ସମୟରେ ସେ ଆହତ ହୋଇଥିଲେ।

ତେବେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଆଲେକ୍ସ କ୍ୟାରି ହର୍ଷିତ ରାଣାଙ୍କ ଉପରେ ଏକ ଉଚ୍ଚ ସଟ୍ ଖେଳିଥିଲେ। ବ୍ୟାକୱାର୍ଡ ପଏଣ୍ଟରେ ଛିଡ଼ା ହୋଇଥିବା ଆୟର ସଫଳତାର ସହ ଏହି କ୍ୟାଚ୍ ଧରିଥିଲେ ମଧ୍ୟ ସେ ତଳେ ପଡିଯାଇଥିଲା। ଯାହାଫଳରେ ତାଙ୍କର ବାମ ପଞ୍ଜରାରେ ଗମ୍ଭୀର ଆଘାତ ଲାଗିଥିଲା ଓ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡୁଥିଲା।ଡ୍ରେସିଂ ରୁମକୁ ଫେରିବା ପରେ ଆୟରଙ୍କ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଗୁଡିକରେ ପରିବର୍ତ୍ତନ ଆସିବା ପରେ ବିସିସିଆଇର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷଣ କରିଥିଲେ। ମ୍ୟାଚ୍ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ତେବେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସୂଚନା ପ୍ରଦାନ କରିଛି।

ଶ୍ରେୟସଙ୍କ ଆଭ୍ୟନ୍ତରୀଣ ଅଙ୍ଗରେ ରକ୍ତସ୍ରାବ ଚିହ୍ନଟ ହୋଇଥିବାରୁ ସେ ଗତ କିଛି ଦିନ ଧରି ଆଇସିୟୁରେ ଭର୍ତ୍ତି ରହିଥିବା ନେଇ ରିପୋର୍ଟରୁ ଜଣା ପଡ଼ିଛି। ରକ୍ତସ୍ରାବ ଯୋଗୁଁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ତାଙ୍କୁ ଦୁଇରୁ ସାତ ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯିବ। ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି, କିନ୍ତୁ ଏହା ବିପଦପୂର୍ଣ୍ଣ ହୋଇପାରେ ବୋଲି କୁହା ଯାଉଛି। ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବାରୁ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିପାରେ ଓ ସୁସ୍ଥ ହେବା ପରେ ତାଙ୍କୁ କ୍ରିକେଟକୁ ଫେରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରିବା କଷ୍ଟକର ବୋଲି ବିସିସିଆଇ ସୁଚନା ଦେଇଛି।

ତେବେ ଆୟରଙ୍କୁ ଅତି କମରେ ଗୋଟିଏ ସପ୍ତାହ ପାଇଁ ସିଡନୀ ହସ୍ପିଟାଲରେ ରହିବାକୁ ପଡିବ। ଆଗକୁ ଅକ୍ଟୋବର ୨୯ ଠାରୁ ଖେଳାଯିବାକୁ ଥିବା ଭାରତୀୟ ଟି-୨୦ ଦଳର ସେ ଅଂଶ ନୁହଁନ୍ତି।
୩୦ ବର୍ଷୀୟ ଆୟର ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି। ତାଙ୍କର ପିଠି ସମସ୍ୟା ଯୋଗୁଁ ସେ ଗତ ଛଅ ମାସ ଧରି ଟେଷ୍ଟ କ୍ରିକେଟରୁ ଦୂରରେ ଅଛନ୍ତି ଏବଂ ସମ୍ପ୍ରତି ତାଙ୍କୁ ଟି-୨୦ ଫର୍ମାଟରେ ସାମିଲ କରାଯାଇ ନାହିଁ। ତେବେ କିଛି ଦିନ ତଳେ ଆୟର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୬୧ ରନର ଏକ ଚମତ୍କାର ଇନିଂସ ମଧ୍ୟ ଖେଳିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ