Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Tanvi Patri: Youth Olympic Gamesରେ ଇତିହାସ ରଚିଲେ ଓଡ଼ିଆ ଝିଅ, ସ୍ୱର୍ଣ୍ଣ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ତନ୍‌ଭୀ

ଭୁବନେଶ୍ୱର: ଓଡ଼ିଶାର ୧୫ ବର୍ଷୀୟା ବ୍ୟାଡମିଣ୍ଟନ ଖେଳାଳି ତନ୍‌ଭୀ ପତ୍ରୀ Youth Olympic Gamesରେ ନୂଆ ଇତିହାସ ରଚିଛନ୍ତି। ମହିଳା ସିଙ୍ଗଲ୍ସ ଫାଇନାଲରେ ପହଞ୍ଚିବାରେ ସେ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ହୋଇଛନ୍ତି। ସେମିଫାଇନାଲରେ ଜାପାନର ଦ୍ୱିତୀୟ ସିଡ୍‌ ଖେଳାଳି ୟୁଜୁନୋ ୱାତାନାବେଙ୍କୁ ୨୧-୧୪, ୧୧-୨୧, ୨୧-୧୯ ସେଟ୍‌ରେ ପରାସ୍ତ କରି ତନ୍‌ଭୀ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ୫୪ ମିନିଟ୍‌ ଧରି ଚାଲିଥିଲା।

ଏହା ପୂର୍ବରୁ ଥାଇଲ୍ୟାଣ୍ଡର କୁଙ୍ଗକାଏଓ କାନାନିକ୍‌ଙ୍କୁ ପରାସ୍ତ କରି ତନ୍‌ଭୀ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଏହି ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚିଥିଲେ। ଏବେ ଫାଇନାଲରେ ବିଜୟୀ ହେଲେ ତାଙ୍କୁ ଐତିହାସିକ ସ୍ୱର୍ଣ୍ଣ ପଦକ ମିଳିବ।

ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ ମୁକାବିଲାରେ ତନ୍‌ଭୀ ଚୀନ୍‌ର ୟି ଜିନ୍‌ ଝାଙ୍ଗଙ୍କୁ ଭେଟିବେ। ଝାଙ୍ଗ ବର୍ତ୍ତମାନର ବିଶ୍ୱ ଜୁନିୟର ଚାମ୍ପିୟନସିପ୍‌ ବିଜେତା। ତେଣୁ ଏହି ମୁକାବିଲାରେ ବିଜୟ ସହ ସ୍ୱର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟରେ କୋର୍ଟକୁ ଓହ୍ଲାଇବେ ଓଡ଼ିଶାର ଏହି ଯୁବ ଖେଳାଳି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories