Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ମୋନ୍ଥା,ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକ ବାରଣ,ବେଳାଭୂମି ଓ ବାତ୍ୟା ଆଶ୍ରୟସ୍ଥଳି ବୁଲି ଦେଖିଲେ ଗଞ୍ଜାମ ଜିଲ୍ଲାପାଳ,ଗୋପାଳପୁର ବନ୍ଦରକୁ ୨ ନଂ ସଙ୍କେତ

ଗୋପାଳପୁର ୨୭/୧୦
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥୁବା ସାମ୍ଭାବ୍ୟ ବାତ୍ୟା ମୋନ୍ଥା ବାତ୍ୟାର ରୁପ ନେଇ ଉତ୍ତର ଉତ୍ତର ପଶ୍ଚିମ ଆଡକୁ ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଥିବା ଜଣାପଡିଛି l ଆଜି ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇ ଚେନ୍ନାଇ (ତାମିଲନାଡୁ) ରୁ ପ୍ରାୟ ୫୨୦ କିମି, ପୂର୍ବ ଦକ୍ଷିଣ ପୂର୍ବ ଆନ୍ଧ୍ର ପ୍ରଦେଶର କାକିନାଡ଼ାରୁ ୫୭୦ କିମି, ଦକ୍ଷିଣ ଦକ୍ଷିଣ ପୂର୍ବ ବିଶାଖାପାଟଣା ଠାରୁ ୬୦୩ କିମି ,ଦକ୍ଷିଣ ଦକ୍ଷିଣ ପୂର୍ବ,ଗୋପାଳପୁର ଠାରୁ ୭୧୦ କିମି ଦକ୍ଷିଣରେ ଅବସ୍ଥିତ ରହିଛି l ମଙ୍ଗଳବାର ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ସକାଳ ସୁଧା ଭୟଙ୍କର ଘୁର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଏହା ସହ ବାତ୍ୟା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଆଗକୁ ବଢ଼ି ପ୍ରାୟ ରାତ୍ର ସମୟରେ କାକିନାଡ଼ା ନିକଟବର୍ତ୍ତୀ ମଛଲୀପାଟନମ ଏବଂ କଳିଙ୍ଗପାଟନମ ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି lବାତ୍ୟା ସ୍ଥଳ ଭାଗ ଛୁଇଁବା ବେଳେ ଘଣ୍ଟା ପ୍ରତି ୯୦ ରୁ ୧୦୦ ଅତ୍ୟଧିକ ୧୧୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା ସୂଚନା ମିଳିଛି l ବାତ୍ୟା ପାଇଁ ଆଜି ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଂକେତ ଜାରି ହୋଇଥିବା ବେଳେ ସୋମବାର ସକାଳ ସାଢେ ୮ ଟା ଠାରୁ ମଙ୍ଗଳବାର ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ଓରେଞ୍ଜ ୱାର୍ଣ୍ଣିଙ୍ଗ,ମଙ୍ଗଳବାର ସକାଳ ସାଢେ ୮ ଟା ଠାରୁ ବୁଧୁବାର ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ରେଡ଼ ୱାର୍ଣ୍ଣିଙ୍ଗ,ବୁଧୁବାର ସକାଳ ସାଢେ ୮ ଟା ଠାରୁ ଗୁରୁବାର ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ଓରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି l ଏହି ସମୟରେ ଘଡଘଡ଼ି,ବିଜୁଳି ସହ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ତେଣୁ ସମୁଦ୍ର ଅଶାନ୍ତ ରହିଥୁବାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ମାଛ ଧରିବାକୁ ନଯିବା ପାଇଁ ବୁଧୁବାର ପର୍ଯ୍ୟନ୍ତ ବାରଣ ହୋଇଛି l ଆଜି ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ଗୋପାଳପୁରରେ ୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଆଜି ସନ୍ଧ୍ୟା ସାଢେ ୫ ଟା ସୁଦ୍ଧା ୧୨.୬ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି l ଆଜି ଗୋପାଳପୁର ଏବଂ ଆଖପାଖ ଅଞ୍ଚଳରେ ସଳ୍ପ ପରିମାଣର ବର୍ଷା ହୋଇଥିବା ବେଳେ ଅପରାହ୍ନରେ ବିଜୁଳି ସହ ମେଘୁଆ ପାଗ ଏବଂ ସାମାନ୍ୟ ବର୍ଷା ଜାରି ରହିଥିଲା l ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାଷନ ଗୋପାଳପୁର ବେଳାଭୂମିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବାତ୍ୟା ଆଶ୍ରୟସ୍ଥଳି ଯାଇ ସମସ୍ତ ବ୍ୟବସ୍ଥା ର ନିରିକ୍ଷଣ କରିଥିଲେ l ସ୍ଥାନୀୟ ଅଂଚଳର ଗର୍ଭବତୀ ମହିଳା,ଶିଶୁ,ବୃଦ୍ଧ,ବୃଦ୍ଧା,ଗୃହ ପାଳିତ ପଶୁ ଆଦି ଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ସେମାନଙ୍କ ଯତ୍ନ ନେବାକୁ କହିଥିଲେ l ତଦାରଖ ବେଳେ କନିସି ତସିଲଦାର କବିରାଜ ପ୍ରଧାନ,ରଙ୍ଗେଈଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ,ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣିଆ ପ୍ରମୁଖ ଉପସ୍ଥିତ ଥିଲେ lପରିଦର୍ଶନ ସମୟରେ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣିଆ ଙ୍କୁ ଆବଶ୍ୟକ ପଡିଲେ ତୁରନ୍ତ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀ କୁ ନେବା ଏବଂ ସେମାନଙ୍କ ନିମନ୍ତେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୨ ସେକ୍ସନ ପୁଲିସ ଫୋର୍ସ ବେଳାଭୂମି ରେ ମୁତୟନ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ସମେତ ସୁନାପୁର ବେଳାଭୂମି କୁ ଆସନ୍ତା ବୁଧବାର ପର୍ପଯ୍ୟନ୍ତ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିବାରୁ ପୁଲିସ ପକ୍ଷରୁ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବେଳାଭୂମି ଛାଡ଼ି ଯିବା ପାଇଁ ବୁଝାସୁଝା କରାଯାଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଅନେକ ପର୍ଯ୍ୟଟକ ଙ୍କ ଗୋପାଳପୁର ରେ ଭିଡ ରହିଥିବା ପରିଲକ୍ଷିତ ହୋଇଥିଲା। ଗୋପାଳପୁର ବିଭିନ୍ନ ଲର୍ଜିଂ ମାନଙ୍କ ରେ ରହୁଥିବା ପର୍ଯ୍ୟଟକ ଙ୍କୁ ବେଳାଭୂମି ନଯିବା ଏବଂ ନିଜ ନିଜର କୋଠରୀ ରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ଲର୍ଜିଂ ମାଲିକ ମାନେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ