ହର ହର ଶମ୍ଭୁ ଧ୍ବନି ରେ ପ୍ରକମ୍ପିତ ଧବଳେଶ୍ଵର ପିଠ
ଗୋପାଳପୁର, ୨୭/୧୦
କାର୍ତିକ ମାସର ତୃତୀୟ ସୋମବାରରେ ଶ୍ରୀଧବଳେଶ୍ଵର ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଭୋର୍ରୁ ପୂଜକ ଶଙ୍କର ରଣା,ନିରଞ୍ଜନ ରଣା,ସୁବାଷ ରଣା,ଗୌର ଚନ୍ଦ୍ର ରଣା,ସମିର ରଣା,ଅଶୋକ ରଣା
ଉପସ୍ଥିତ ରହି ମହାଦେବଙ୍କ ନିକଟରେ ଅଭିଷେକ ମାର୍ଜନା କରିଥିଲେ । ୧୦୦୮ ବେଲପତ୍ର, ୧୦୮ଆଳତୀ,୨୧ ପ୍ରକାର ଚେର ରେ ସୁବାସିତ ଜଳରେ ସ୍ନାନ, ବାଳ ଭୋଗ ଲାଗି ପରେ ସକାଳୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ଦ୍ଵାର ଖୋଲା ହୋଇଥିଲା। ଶ୍ରଦ୍ଧାଳୁମାନେ ଭୋଗ ସାମଗ୍ରୀ ଧରି ଧାଡ଼ିରେ ଯାଇ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ବର୍ଷା ରହିଥଲେ ମଧ୍ୟ୍ୟ
ପ୍ରାୟ ୨୫ ହଜାରରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଥିବା ସୂଚନା ମିଳିଛି। ମନ୍ଦିର କମିଟି ପକ୍ଷରୁ ଶିବ ଭକ୍ତଙ୍କ ସକାଶେ ପାନୀୟ ଜଳ ବ୍ୟବସ୍ଥା କରାଯିବା ସହ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ଠାକୁର ଦର୍ଶନ କରିପାରିବେ ସେଥିଲାଗି ସ୍ୱେଚ୍ଛାସେବୀ ଯୁବକମାନଙ୍କୁ ନିୟୋଜିତ କରାଯାଇଥିଲା। ମନ୍ଦିର କମିଟି ଓ ଗୋପାଳପୁର ପୁଲିସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

