ଦିଲ୍ଲୀ ଏସିଡ ଆକ୍ରମଣ ଘଟଣାରେ ନୂଆ ମୋଡ, ଅଭିଯୁକ୍ତଙ୍କୁ ଫସାଇବା ପାଇଁ ଯୋଜନା ରଚିଥିଲେ ବାପା ଓ ଝିଅ
ନୂଆଦିଲ୍ଲୀ,୨୮|୧୦ : ଗତ ରବିବାର ସକାଳେ ଉତ୍ତର-ପଶ୍ଚିମ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା। ବର୍ତ୍ତମାନ ଏହି ଘଟଣା ଏକ ନୂଆ ମୋଡ ନେଇଛି | ଛାତ୍ରୀଙ୍କ ବାପାଙ୍କୁ ଗିରଫ କରିଛି ପୋଲିସ | ସେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଫସାଇବା ପାଇଁ ଏଭଳି ଆକ୍ରମଣର ବିଧିବଦ୍ଧ ଯୋଜନା କରିଥିବା ନେଇ ସ୍ୱୀକାର କରିଛନ୍ତି କରିଥିବା ଜଣାପଡିଛି।
ଏପଟେ,ଅଭିଯୁକ୍ତ ଜିତେନ୍ଦ୍ରଙ୍କ ସ୍ତ୍ରୀ ପୀଡିତାଙ୍କ ବାପାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣି ଭାଲସ୍ୱା ଡାଏରୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ୨୦୨୧ ମସିହାରୁ ସେହି ବ୍ୟକ୍ତିଙ୍କ ମାଲିକାନାରେ ଥିବା ଏକ ମୋଜା କାରଖାନାରେ କାମ କରୁଥିବା ସମୟରେ, ସେ ତାଙ୍କର ବ୍ୟକ୍ତିଗତ ଫଟୋ ଉଠାଇଥିଲେ। ଏପରିକି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଏବଂ ପରେ ସେହି ଫଟୋଗୁଡ଼ିକୁ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଇଥିଲେ। ପୋଲିସ ନିଶ୍ଚିତ କରିଛି ଯେ, ସେ ଅକ୍ଟୋବର ୨୪ ଏବଂ ୨୫ ତାରିଖରେ ପୂର୍ବରୁ PCRକୁ କଲ୍ କରିଥିଲେ, କିନ୍ତୁ ବର୍ତ୍ତମାନ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।
ସୂଚନା ମୁତାବକ ଯୁବତୀ ଜଣଙ୍କ ପୋଲିସକୁ କହିଥିଲେ ଯେ, ସେ ସକାଳ ପ୍ରାୟ ୧୦ଟା ସମୟରେ କ୍ଲାସ ପାଇଁ ଲକ୍ଷ୍ମୀବାଇ କଲେଜକୁ ଯାଇଥିଲେ।ପୀଡିତା ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି। ଏସିଡ୍ ଫିଙ୍ଗିବା ସମୟରେ ସେ ତାଙ୍କ ମୁହଁକୁ ଢାଙ୍କିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ଦୁଇ ହାତରେ ଆଘାତ ଲାଗିଥିଲା।
ଜିତେନ୍ଦ୍ର ତାଙ୍କ ସହଯୋଗୀ ଇଶାନ ଏବଂ ଅରମାନଙ୍କ ସହିତ ଏକ ମୋଟରସାଇକେଲରେ ଆସିଥିଲେ। ଇଶାନ ଅରମାନକୁ ଏକ ବୋତଲ ଦେଇଥିଲେ, ଯିଏ ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିଲା ବୋଲି ପୋଲିସ ବିବୃତ୍ତିରେ କୁହାଯାଇଛି। ଛାତ୍ରୀ ଜଣକ ତାଙ୍କ ମୁହଁକୁ ଘୋଡାଇ ଦେଇଥିବା ବେଳେ ତାଙ୍କ ଦୁଇ ହାତ ପୋଡ଼ି ଯାଇଥିଲା। ପୀଡିତା ତଦନ୍ତକାରୀଙ୍କୁ ଏହା ମଧ୍ୟ କହିଥିଲେ ଯେ, ଜିତେନ୍ଦ୍ର ତାଙ୍କୁ ପୂର୍ବରୁ ପିଛା କରୁଥିଲେ ଏବଂ ପ୍ରାୟ ଏକ ମାସ ପୂର୍ବରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ପୋଲିସ ତାର ତଦନ୍ତ ଜୋରଦାର କରିଥିଲା ବେଳେ ଛାତ୍ରୀଙ୍କ ବାପାଙ୍କ ଏଭଳି ବୟାନ ତଦନ୍ତରେ ଏକ ନୂଆ ମୋଡ ଆଣିଛି | ପୁଲିସ କହିଛି ଯେ, ମାମଲାକୁ ଏଡାଇବା ପାଇଁ ଅକିଲ ଏବଂ ତାଙ୍କ ଝିଅ ଅଭିଯୁକ୍ତ ଜିତେନ୍ଦ୍ର ଏବଂ ତାଙ୍କର ଦୁଇ ସହଯୋଗୀ – ଇଶାନ ଓ ଅରମାନଙ୍କୁ ଅପରାଧରେ ଫସାଇବା ପାଇଁ ଏସିଡ୍ ଆକ୍ରମଣ କାହାଣୀ ରଚନା କରିଥିଲେ। ତଦନ୍ତ ଜାରି ରହିଥିବା ବେଳେ ପୋଲିସ ଏବେ ପ୍ରତିଶୋଧ, ପାରିବାରିକ ଶତ୍ରୁତା ଏବଂ ଫସାଇବା ପାଇଁ ଚେଷ୍ଟା ସମେତ ଅନେକ ସମ୍ଭାବ୍ୟ ଉଦ୍ଦେଶ୍ୟକୁ ନଜରରେ ରଖି ଯାଞ୍ଚ କରୁଛି।

