Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜ୍ୟ ସ୍ତରୀୟ ବକ୍ସି ପ୍ରତିଯୋଗୀତାରେ ଭାଗ ନେବେ ବୀରମହାରାଜପୁର ର ତିନି ଜଣ ଖେଳାଳି

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ୩ ଜଣ ଖେଳାଳି ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ରେ ଭାଗ ନେବାକୁ ମନୋନିତ ହୋଇଥିବା ଜଣାଯାଇଛି । ସୁବର୍ଣ୍ଣପୁର ସ୍ଥିତ ଗାନ୍ଧି ପଡିଆରେ ଜିଲ୍ଲା ଆଥଲେଟିକ ଆସୋସିଏସନ ତରଫରୁ ଆୟୋଜିତ ବକ୍ସିଂ ଖେଳାଳି ଚୟନ ଶିବିର ରେ ବୀରମହାରାଜପୁର ବ୍ଲକର ଉଭୟ ମହିଳା ଓ ପୁରୁଷ ବିଭାଗ ରେ ୩ ଜଣ ଖେଳାଳି ଚୟନ ହୋଇ ରାଉରକେଲା ସ୍ଥିତ ଷ୍ଟିଲ ପ୍ଲାଣ୍ଟ ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତା ରେ ସୋନପୁର ଜିଲ୍ଲା ତରଫରୁ ଭାଗ ନେବେ ବୋଲି ସୁଚନା ମିଲିଛି । ମହିଳା ବିଭାଗରେ ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ର ସୁଭ୍ରତା କଲତା ଓ ଶାନ୍ତି ଭୋଇ ଚୟନ ହୋଇଥିବା ବେଳେ ପୁରୁଷ ବିଭାଗରେ ବୀରମହାରାଜପୁର ଅଭିଲାଷ ମହାନନ୍ଦ ଚୟନ ହୋଇଛନ୍ତି । ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବାକୁ ମନୋନିତ ହୋଇଥିବା ରୁ କୋଚ କଲିମ ମହମ୍ମଦ, ଜିଲ୍ଲା ଆଥଲେଟିକ ସଂଘ ସମ୍ପାଦକ ପିୟୁଷ ପଣ୍ଡା, ଜିଲ୍ଲା ବକ୍ସିଂ ସମ୍ପାଦକ ବ୍ରଜଗୋପାଳ ପଣ୍ଡା, କୋଚ କୃତିବାସ ଶତପଥି, ଶିକ୍ଷକ ରାଜେଶ ମେଣ୍ଡିଲି ଶୁଭେଛା ଜଣେଇଥିବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ କୃତିତ୍ବ ପାଇଁ ଶୁଭକାମନା ଜଣେଇଛନ୍ତି ।