ଗାର୍ଲ ଫ୍ରେଣ୍ଡରୁ ମଡ଼ର୍ର ; ୟୁପିଏସସି ଅଶାୟୀଙ୍କ ହତ୍ୟା ମାମଲାରେ ବଡ ଖୁଲାସା
ନୂଆଦିଲ୍ଲୀ: ଦିଲ୍ଲୀର ଗାନ୍ଧୀ ବିହାରରେ ଘଟିଥିବା ଘଟଣା ଉପରୁ ଉଠିଛି ପରଦା | ପ୍ରଥମେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା| ଏହା ପରେ ପୁଣି ଆଉ ଏକ ନୂଆ ତଥ୍ୟ ସାମନାକୁ ଆସିଛି। ହତ୍ୟାକାଣ୍ଡର ମୁଖ୍ୟ ରଚୟିତା ଅମ୍ରିତା ଚୌହାନଙ୍କ ବିଷୟରେ ପୁଣି ଆଉ ଏକ ତଥ୍ୟ ଜଣା ପଡିଛି।
ଲିଭ୍-ଇନ୍ ରିଲେସନରେ ରହିଥିବା ସାଥୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ୨୧ ବର୍ଷୀୟା ଫୋରେନସିକ୍ ସାଇନ୍ସ ଛାତ୍ରୀ ଅମ୍ରିତା ଚୌହାନଙ୍କୁ ଗିରଫ କରାଯାଇଥିଲା | ଏହି ହତ୍ୟାର ଗୋଟିଏ ବର୍ଷ ପୂର୍ବରୁ ତାଙ୍କ ପରିବାର ତାଙ୍କୁ ତେଜ୍ୟକନ୍ୟା କରିଥିଲା। ଜାତୀୟ ଗଣମାଧ୍ୟମ ଅନୁସାରେ, ତାଙ୍କ ପିତାମାତା ୮ ଜୁଲାଇ, ୨୦୨୪ ରେ ଘୋଷଣା କରିଥିଲେ ଯେ ସେମାନେ ତାଙ୍କ ସହିତ କୌଣସି ସମ୍ପର୍କ ରଖିନାହାନ୍ତି | ଯାହାର ଏକ କପି ଏବେ କୋର୍ଟରେ ଡକ୍ୟୁମେଣ୍ଟାରୀ ପ୍ରମାଣ ଭାବରେ ଦାଖଲ କରାଯାଇଛି।
ଏହି ହତ୍ୟାକାଣ୍ଡରେ ଏକ ନୂଆ ମୋଡ ନେଇଛି | ଯାହାର ଦଗ୍ଧ ଶରୀର ଏହି ମାସର ଆରମ୍ଭରେ ଉତ୍ତର ଦିଲ୍ଲୀର ଗାନ୍ଧୀ ବିହାରର ଏକ ଜଳିଯାଇଥିବା ଆପାର୍ଟମେଣ୍ଟ ଭିତରେ ମିଳିଥିଲା। ତଦନ୍ତର ଆରମ୍ଭରେ ଏକ ଦୁର୍ଘଟଣାଜନିତ ଅଗ୍ନିକାଣ୍ଡ ବୋଲି ଅନୁମାନ କରାଯାଉଥିଲା | କିନ୍ତୁ ପରେ ତାହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣା ପଡିଥିଲା। ଅମ୍ରିତା ତାଙ୍କ ପୂର୍ବତନ ପ୍ରେମିକ ମୋରାଦାବାଦର ବାସିନ୍ଦା ସୁମିତ କଶ୍ୟପ ଏବଂ ତାଙ୍କ ବନ୍ଧୁ ସନ୍ଦୀପ କୁମାରଙ୍କ ସହିତ ମିଶି ଏହି ନିର୍ମମ ହତ୍ୟାକାଣ୍ଡ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।
ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ବିଏସସି ଫୋରେନସିକ୍ ସାଇନ୍ସର ଛାତ୍ରୀ ଅମୃତା ମେ ମାସରୁ ରାମକେଶଙ୍କ ସହିତ ରହୁଥିଲେ। ତାଙ୍କ ସହିତ ଅମୃତା ରହିବ ସମୟରେ ରାମକେଶଙ୍କ ପାଖରେ ଅମୃତାଙ୍କ କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓ ଥିଲା, ଯାହାକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ରାମକେଶ ମୀନା ସେଗୁଡ଼ିକୁ ଡିଲିଟ୍ କରିବାକୁ ମନା କରିଥିଲେ। ଯାହା ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ଅମୃତା ତାଙ୍କ ଦୁଇ ବନ୍ଧୁ ସୁମିତ କଶ୍ୟପ ଏବଂ ସନ୍ଦୀପ କୁମାରଙ୍କ ସହିତ ମିଶି ରାମକେଶଙ୍କ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।
ପୋଲିସ ପକ୍ଷରୁ ଘଟଣାସ୍ଥଳୀର ସିସିଟିଭି ଯାଞ୍ଚ କରାଯାଇଥିଲା। ଯେଉଁଥିରେ ଦେଖା ଦେଇଥିଲା କି, ଅକ୍ଟୋବର ୫ ଏବଂ ୬ ରାତି ପ୍ରାୟ ୨:୨୦ରେ ଦୁଇ ଜଣ ବ୍ୟକ୍ତି ମୁହଁ ଢାଙ୍କି ବିଲ୍ଡିଙ୍ଗରେ ପ୍ରବେଶ କରିଥିଲେ | ଏହାର କିଛି ସମୟ ପରେ କେବଳ ଜଣେ ବାହାରକୁ ଆସିଥିଲା। ପ୍ରାୟ ୨:୫୭ରେ ଏକ ଝିଅ, ଯାହାର ପରିଚୟ ପରେ ଅମୃତା ଚୌହାନ ଭାବେ ହେଲା, ନିଜ ସାଥୀ ସହିତ ବିଲ୍ଡିଙ୍ଗରୁ ବାହାରକୁ ଯାଉଥିବା ଦେଖାଗଲା ଏବଂ କିଛି ମିନିଟ୍ ପରେ ନିଆଁ ଲାଗିଥିଲା ।
ପୁଲିସ୍ ଅମୃତାର ମୋବାଇଲ୍ ଡାଟା ଏବଂ କଲ୍ ରେକର୍ଡରୁ ଜାଣିବାକୁ ପାଇଥିଲା ଯେ ସେହି ରାତିରେ ଅମୃତାର ଲୋକେସନ ଗାନ୍ଧୀ ବିହାର ଆଖପାଖରେ ଥିଲା। ଯାହା ପରେ ପ୍ରମାଣ ହେଇଥିଲା ଯେ ଏହି ‘ପରଫେକ୍ଟ ମର୍ଡର’ର ଷଡ଼ଯନ୍ତ୍ର ଅମୃତା ରଚିଥିଲା |
୧୮ ଅକ୍ଟୋବରରେ ପୁଲିସ୍ ଅମୃତାକୁ ମୁରାଦାବାଦରୁ ଗିରଫ କରିଥିଲା। ସେ ତାଙ୍କ ବୟାନରେ ପୋଲିସକୁ କହିଥିଲେ ଯେ ସେ ନିଜର ଦୁଇ ସାଙ୍ଗ ସୁମିତ କଶ୍ୟପ (ପୂର୍ବ ପ୍ରେମିକ) ଏବଂ ସନ୍ଦୀପ କୁମାର ସହିତ ମିଶି ହତ୍ୟା ପ୍ଲାନିଂ କରିଥିଲା। ସେ ପ୍ରଥମେ ରାମକେଶର ତଣ୍ଟି ଚିପିଲେ, ତା’ପରେ ବାଡ଼ିରେ ମାଡ ମାରିଥିଲେ ଏବଂ ପରେ ଶବ ଉପରେ ଘିଅ, ତେଲ ଏବଂ ମଦ ଢାଳି ନିଆଁ ଲଗାଇଥିଲେ।

