Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ବସିବ ଛତିଶାନିଯୋଗ ବୈଠକ; ନୀତି ନିର୍ଘଣ୍ଟ ନେଇ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ଆଜି ବସିବ ଛତିଶାନିଯୋଗ ବୈଠକ । ବିଭିନ୍ନ ନୀତି ନିର୍ଘଣ୍ଟ ନେଇ ବୈଠକରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ । ପ୍ରଥମେ ନୀତି ସବକମିଟି ବୈଠକ ବସିବ ଓ ପରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ ।

ଛତିଶାନିଯୋଗର ଏହି ବୈଠକରେ ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତା କରିବେ । ନୀତି ସବକମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ନୀତିନିର୍ଘଣ୍ଟ ଛତିଶା ନିଯୋଗରେ ଚୁଡାନ୍ତ ହେବ । ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବ ।‌ ସେହିପରି ଶ୍ରୀମନ୍ଦିରରେ ଦୈନିକ ନୀତିକାନ୍ତିରେ ଶୃଙ୍ଖଳା ଆଣିବା, ରଥ ନିର୍ମାଣର ଅଗ୍ରଗତି, ସୁରକ୍ଷା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ହେବ ଆଲୋଚନା  ।