Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ କାର୍ଯ୍ୟାଳୟ ରେ ପି. ଇ .ଓ ଙ୍କୁ ତାଲା ପକାଇଲେ ପିଅନ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପି.ଇ.ଓ ଙ୍କୁ ତାଲା ପକେଇଲେ ପିଅନ । ମଦ୍ୟପାନ କରୁଥିବା ଅଭିଯୋଗରେ କାର୍ଯ୍ୟାଳୟ ପରିସର ତାଲା ମାରି ବନ୍ଦ କରିଛନ୍ତି ପିଅନ । ଅପର ପକ୍ଷରେ ଆକ୍ରୋଶ ମନୋଭାବ ରଖି ପିଅନ ଅନ୍ୟଜଣେ ଯୁବକଙ୍କ ସହିତ ପିଇଓ ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟ ପି.ଇ.ଓ ଏବଂ ପିଅନ ଙ୍କ ପକ୍ଷରୁ ସୁବଳୟା ଥାନା ରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି । ସୁଚନାମତେ ସଂଗ୍ରାମପୁର ପଞ୍ଚାୟତ କୁ ଅପରାହ୍ନ ପ୍ରାୟ ୨ ଟା ସମୟରେ ସଂଗ୍ରାମପୁର ପି.ଇ.ଓ ଆଦିତ୍ୟ ମେଣ୍ଡିଲି ଏବଂ କମିରା ପଞ୍ଚାୟତ ଯୋଗାଣ ସହାୟକ ବିନୋଦ ପଧାନ ଉଭୟେ ପଞ୍ଚାୟତ କୁ ଆସିଥିଲେ। ସେ କାମ ଅଛି କହି ପଞ୍ଚାୟତ ପିଅନ ସୁମିତ ପାତ୍ରକୁ ଡାକିଥିଲେ । ମାତ୍ର ପିଆନ ଜଣକ ଆକ୍ରୋଶ ଭାବ ରଖି ପିଇଓ ଙ୍କୁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରି ତାଲା ପକେଇ ଦେଇଥିଲେ । ଏନେଇ ପିଇଓ ଆଦିତ୍ୟ ମେଣ୍ଡିଲି ସୁବଳୟା ଥାନାରେ ପିଅନ ଶାନ୍ତନୁ ପାତ୍ର ଓ ତାଙ୍କ ସହଯୋଗୀ କମଳ ଲୋଚନ କର୍ମୀ ଙ୍କ ନାମରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ କରିଚନ୍ତି । ପିଇଓ ଙ୍କ ଅଭିଯୋଗ ଆଧାରରେ କେସ ନଂ ୭୧/୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପିଅନ ଶାନ୍ତନୁ ଙ୍କ ଅଭିଯୋଗକ୍ରମେ କେସ ନଂ ୭୨/୨୩ରେ ଏକ ମାମଲା ରୁଜୁ ହୋଇଛି। ପିଅନ ଙ୍କ ଅଭିଯୋଗକ୍ରମେ ପିଇଓ କାର୍ଯ୍ୟାଳୟକୁ ଆସି ମଦ ପିଇବାକୁ ପାଣି ଆଣିବାକୁ କହିଥିଲେ। ମାତ୍ର ପ୍ରବଳ ଖରା ରେ ମୁଁ ମଦ ପାଇଁ ପାଣି ଆଣିପାରିବି ନାହିଁ ବୋଲି କହିବାରୁ ପି.ଇ.ଓ ଙ୍କ ସହିତ ଥିବା ବିନୋଦ ପଧାନ ପିଅନ କୁ ଧମକ ଚମକ ଦେଇଥିବା ଅଭିଯୋଗ କରିଛନ୍ତି। ତେବେ କାର୍ଯ୍ୟାଳୟ ପରିସରରେ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ଶୁଣି ଗ୍ରାମବାସୀ ପଞ୍ଚାୟତ ପରିସର ରେ ରୁଣ୍ଡ ହୋଇଥିଲେ। ପି.ଇ.ଓ ସୁବଲୟା ପୋଲିସ କୁ ସୁଚନା ଦେଇ ଥିବାବେଲେ , ସୁଚନା ପାଇ ସୁବଲୟା ପୋଲିସ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପି.ଇ.ଓ ଙ୍କୁ ଉଦ୍ଧାର କରିଥିଲେ ।
ଏ ନେଇ ପି.ଇ.ଓ ଶ୍ରୀଯୁକ୍ତ ମେଣ୍ଡିଲିଙ୍କୁ ପଚାରିବାରୁ ମଦ୍ୟପାନ କରୁବା ଅଭିଯୋଗ କୁ ଖଣ୍ଡନ କରିବା ସହିତ ତାଙ୍କୁ ଆକ୍ରମଣ କରିଥିବା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ