ଉପ ନିବନ୍ଧକ ଓ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ଉଦଘାଟିତ
ଅସ୍ତରଙ୍ଗ, ପୁରୀ ଜିଲ୍ଲା ର ଅସ୍ତରଙ୍ଗ ତହସିଲ ପରି ସରରେ ନଭେମ୍ବର ୧ତାରିଖ ଦିନ ନୂତନ ଉପ ନିବନ୍ଧକ ଓ ବିବାହ ପାଞ୍ଜି କାରଣ କାର୍ଯ୍ୟାଳୟ ଉଦଘାଟନ ହୋଇ ଯାଇ ଅଛି l ଏହି ପରି ଓଡିଶା ରେ ୪୪ଗୋଟି କାର୍ଯ୍ୟାଳୟ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଭରଚୁଆଲ ମାଧ୍ୟମ ରେ ଉଦଘାଟନ କରିଥିଲେ l ଏହି ଭରଚୁଆଲ ଉଦଘାଟନି ଉତ୍ସବ ରେ, ଅସ୍ତରଙ୍ଗ ତାହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ଅତିରିକ୍ତ ତାହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା, ଙ୍କ ସମେତ ଅନେକ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ l ଆଜିର ଦିନରେ ସିଲାରି ମୌଜାର ଗୋଲେଇ ମହାରଣା ଓ଼ଗେର ସେହି ଗ୍ରାମର ଦିଲ୍ଲୀପ କୁମାର ବେହେରା ଙ୍କୁ ଜମି ବିକ୍ରି କରିଥିଲେ ଓ ସେହି ବିକ୍ରି ଖରଦୀ ପ୍ରଥମ ଦିନର ପ୍ରଥମ କବଲା ହୋଇଥିଲା l ଏହି କବଲା କୁ ଅନିଲ କୁମାର ମହାନ୍ତି ଓ ସଂଜୀବ କୁମାର ମହାନ୍ତି, ଲେଖା ପଢା କରି କରିଥିଲେ l ସନ୍ତୋଷକୁମାର ଖଣ୍ଡାୟତ ରାୟ, ବରିଷ୍ଠ କିରାନି ରହିଥିବା ବେଳେ, ଚିଦାନନ୍ଦ ସାହୁ ଜୁନିଅର କିରାନି ଓ ଅନିଲ କୁମାର ସ୍ୱାଇଁ ଡାଟା ଏଣ୍ଟ୍ରି ଆଧିକାରୀ ରହି ଛନ୍ତି l ଦୀର୍ଘ ବର୍ଷ ଅତିବାହିତ ପରେ ଅସ୍ତରଙ୍ଗ ରେ ଏହିଭଳି ଏକ କାର୍ଯ୍ୟାଳୟ ଖୋଲି ଥିବାରୁ ଲୋକଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି l

