Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ପୁଣି ଚୋରୀ, ଶିକ୍ଷକ ଙ୍କ ଘରୁ ୬୦୦ ଗ୍ରାମ ରୁପା ସହ ୭୦ ହଜାର ଟଙ୍କା ଚୋରୀ ନେଲେ..ମାଟି ହୁଣ୍ଡି ଭାଙ୍ଗିଲେ, କିନ୍ତୁ ୨ ହଜାର ଟଙ୍କା ର କଏନ ଛାଡିଗଲେ..

ଲକ୍ଷ୍ମୀପୁର ୦୨/୧୧ ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ର ଶାନ୍ତିନଗର ରେ ଗତକାଲି ରାତିରେ ଜଣେ ଶିକ୍ଷକ ଙ୍କ ଘରେ ଚୋରି  ହୋଇଛି।ଶାନ୍ତି ନଗର ରେ ରହୁଥିବା  ଶିକ୍ଷକ ସାଧୁ ତୁରୁକ ଶନିବାର ଦିନ ଘରେ ତାଲା ପକାଇ ରାୟଗଡା ରେ ଏକ ଦଶାହ ଭୋଜି ରେ ସପରିବାର ଯୋଗଦେବାକୁ ଯାଇଥିଲେ। ରବିବାର ସକାଳେ ଆସି ଦେଖିବା ବେଳକୁ ଘରେ ପକାଯାଇଥିବା ତାଲା  ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ, ପରେ ଘର ଭିତରେ ପଶି ଦେଖିବା ପରେ ଗଡ଼ରେଜ ଭଙ୍ଗା ଯାଇ ଥିବା ମଧ୍ୟ ଜାଣିବାକୁ ପାଇଥିଲେ….ଗଡ଼ରେଜ ରେ ଥିବା
୬୦୦ ଗ୍ରାମ ରୁ ଉର୍ଦ୍ଧ ପୁରୁଣା ଓ ନୁଆଁ ରୁପା, ୭୦ ହଜାର ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ଜାଣିବା ପରେ ଲକ୍ଷ୍ମୀପୁର ଥାନା ରେ ଅଭିଯୋଗ କରିଛନ୍ତି…ସୌଭାଗ୍ୟ ବଶତଃ ସୁନା ଗହଣା ଗୁଡିକ ପିନ୍ଧିକି ଚାଲିଯାଇଥିଲେ.. ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ  ଆରମ୍ଭ କରିଥିବା ବେଳେ ସୋମବାର ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଁଚିବେ ବୋଲି ସୂଚନା ମିଳିଛି…ବାରମ୍ବାର ଲକ୍ଷ୍ମୀପୁର ରେ ଚୋରି ହଉଥିଲେ ସୁଧା ପୋଲିସ କୁ ଚୋର ଧରିବାରେ ସଫଳତା  ମିଳି ପାରୁନଥିବା ରୁ ସାଧାରଣ ରେ ଅସନ୍ତୋଷ ବୃଦ୍ଧି ପାଇଛି…ଅନ୍ୟ ପକ୍ଷ ରେ କହିବାକୁ ଗଲେ ଶାନ୍ତି ନଗର ର ଶେଷ ରେ ସାଧୁ ଙ୍କ ର ଘର ଥିବା କାରଣରୁ ଚୋର ଅନାୟାସ ରେ ଘର ଭିତରେ ତାଲା ଭାଙ୍ଗି ପଶିବା ପରେ ପ୍ରତ୍ୟକ ରୁମ ରେ ଖୋଜା ଖୋଜି କରିଛି, ଏପରିକି ଗୋଟାଏ ରୁମ ରେ ପିଲା ମାନଙ୍କ ର ମାଟି ହୁଣ୍ଡି ମଧ୍ୟ ଖଟ ଉପରେ ଭାଙ୍ଗି ଦେଇଛି, ହୁଣ୍ଡି ରେ ଥିବା ଦୁଇ ହଜାର ରୁ ଉର୍ଦ୍ଧ ଟଙ୍କା ର କଏନ  ଗୁଡିକ କୁ କିନ୍ତୁ ନନେଇଁ ଛାଡି ଚଳି ଯାଇଛି।ଶିକ୍ଷକ ସାଧୁ ତୁରୁକ ଙ୍କ ଶ୍ୱଶୁର ଯୁଧିଷ୍ଠିର ଗରଡ଼ା ଯିଏକି ଅବସର ପ୍ରାପ୍ତ ଥାନା ସବ ଇନିସ୍ପେକଟର କହିଛନ୍ତି ପୋଲିସ ଓ ସାଧାରଣ ଲୋକେ ସମସ୍ତେ ପ୍ରାୟ ଜାଣିଛନ୍ତି ଚୋର କିଏ,  ଜଣେ ନିର୍ଦ୍ଧିଷ୍ଟ ଯୁବକ ଜେଲ ରୁ ଫେରିବା ପରେ ହିଁ ଲକ୍ଷ୍ମୀପୁର ରେ ଚୋରୀ ହୋଇଥାଏ, ତାଙ୍କ ଜ୍ୱାଇଁ ସାଧୁ ଙ୍କ ଘରେ ବି ଅନୁରୂପ ହୋଇଛି, ଚାରି ଦିନ ତଳେ ଯିଏ ଜେଲ ରୁ ଫେରିଛି ସେ ହିଁ ଚୋରୀ କରିଥିବ ବୋଲି ଖୋଲା ଖୋଲି କୁହାଯାଉଥିବା ବେଳେ ପୋଲିସ ଉକ୍ତ ଯୁବକ କୁ ଅଟକ ମଧ୍ୟ ରଖିଛି। ଦରକାର ପଡିଲେ ପୋଲିସ ମାମଲା ରୁଜୁ କରି ଯୁବକ କୁ କୋର୍ଟ ସିନା ଚାଲାଣ କରିବ ହେଲେ ତାଙ୍କ ଚୋରୀ ହୋଇଥିବା ଗହଣା ଓ ଟଙ୍କା ପାଇବା କୁ ନେଇଁ ଆଶା ହରାଇଥିବା ଯୁଧିଷ୍ଠିର କହିଛନ୍ତି। ଗତ କିଛି ମାସ ତଳେ ଦିନ ଦିପହର ରେ ଶାନ୍ତି ନଗର ର ସାମ୍ବାଦିକ ଯୁଧିଷ୍ଠିର ବାଘ ଙ୍କ ଘରେ ସୁନା ରୁପା ଅଳଙ୍କାର ଚୋରୀ ହୋଇଥିବା ବେଳେ ଗତ ଦୁଇ ମାସ ତଳେ ବ୍ଲକ ଯିବା ରାସ୍ତାରେ ରହୁଥିବା ଓଏମସି କର୍ମଚାରୀ ଙ୍କ ଘରେ ତାଲା ଭାଙ୍ଗି ସୁନା ଗହଣା ଚୋରୀ ହୋଇଥିଲା, ଏପରିକି ଆଇବି ଜଗୁଆଳି ଙ୍କ ଘରୁ ବି ଚୋରୀ ହୋଇଥିଲା। ପ୍ରାୟ ସମସ୍ତ ଚୋରୀ ମାମଲାରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଆସୁଥିଲେ ସୁଧା ଚୋର ର ଟେର ମିଳୁ ପାରୁନଥିବା ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନ ବାଚୀ ସୃଷ୍ଠୀ ହୋଇଛି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ