Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୟସ୍କା ମହିଳାଙ୍କ ଚକ୍ଷୁଦାନ ମହାନତା

ବରପାଲି:ବରପାଲି ବ୍ଲକ୍ ରେମତା ପଞ୍ଚାୟତ କୃଷକପଲ୍ଲୀ ବରିଷ୍ଠ ୯୨ବର୍ଷିୟା ଧର୍ମପ୍ରାଣ ବୟସ୍କା ମହିଳା ସଫେଇ ଗଡତିୟାଙ୍କ ଚକ୍ଷୁଦାନ ପରି ମହତଦାନ ସମ୍ପର୍ଣ୍ଣ ହୋଇଯାଇଛି। ସମାଜସେବୀ ସୁଜିତ ଗଡ଼ତିଆ ଏବଂ ଆହ୍ବାନ ଗଡ଼ତିଆଙ୍କ ୯୨ ବର୍ଷିୟା ଜେଜେମାତା ସଫାଇ ଗଡ଼ତିଆଙ୍କ ଦେହାନ୍ତ ଉପାରାନ୍ତେ ସ୍ଥାନିୟ ସାଇ ସେବାସଂସ୍ଥାନ ସହାୟତାରେ ଦାନ ପର୍ବ ସମ୍ପାଦନ ହୋଇଥିଲା। ପରିବାର ସଦସ୍ୟ ମାନଙ୍କ ଉପସ୍ଥିତି ଓ ଇଚ୍ଛା ଅନୁଶାରେ ରେମତା ସାଇଁ ସେବା ସଂଗଠନ ଓ ଓଡ଼ିଶା ମୋ ପରିବାର ସହାୟତାରେ ବରଗଡ଼ ଜିଲ୍ଲା ଚକ୍ଷୁ ବ୍ୟାଙ୍କକୁ ପ୍ରଦାନ କରାଯାଇଥିଲା। ବୟଷ୍କାଙ୍କ ଚକ୍ଷୁଦାନ ପରି ଏକ ମହାନଧର୍ମି ସେବାକାର୍ଯ୍ଯ ବର୍ତ୍ତମାନର ମାନବ ସମାଜକୁ ନିଶ୍ଚିତ ଭାବେ ଉଚ୍ଚମାନର ଚିନ୍ତାଧାରା ବୋଲି ବୁଦ୍ଧିଜିବୀ ମହଲରେ ପ୍ରକାଶ ପାଇଥିଲା। ଏହି ଅବସରରେ ଉପସ୍ଥିତ ପରିବାରଜନଙ୍କ ସମେତ ସଂସ୍ଥାନ ସଦସ୍ଯ ଓ ଅଚଂଳବାସୀ ବୟଷ୍କା ଜେଜେମାତାଙ୍କୁ ଆନ୍ତରିକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ