ନାରାୟଣପାଟଣା ରେ ପୁଣି ଅନ୍ଧ ବିଶ୍ୱାସ ..ବର୍ଷକରେ ଆଠ ଯୁବକ ଙ୍କ ମୃତ୍ୟୁ ପରେ ଗୁଣି ଗାରେଡି ସନ୍ଦେହ ରେ ପୂଜା ର୍ଚନା..ଗାଁ ର ମୁଖ୍ୟ ଫାଟକ ସିଲ…ଆନ୍ଧ୍ର ର ପୂଜକ ୮୦ ହଜାର ଲଗାଇଲା ଚୂନ…
ଲକ୍ଷ୍ମୀପୁର… ୦୪/୧୧ ନାରାୟଣପାଟଣା ବ୍ଲକ ର ଗାଦବାଗୁଡା ଗାଁ ରେ ପୁଣି ଏକ ଅନ୍ଧ ବିଶ୍ୱାସ ଘଟଣା ଦେଖିବାକୁ ମିଳିଛି, ଗାଁ ରେ ବର୍ଷକ ମଧ୍ୟରେ ପ୍ରାୟ ଆଠରୁ ଦଶ ଜଣ ଯୁବକ ବିଭିନ୍ନ ଦୁର୍ଘଟଣା ଓ ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ, ହେଲେ ଗ୍ରାମବାସୀ ଏହାକୁ ଗାଁ ରେ ଝାଙ୍କର ଦେବୀଙ୍କ ପ୍ରକୋପ କାରଣରୁ ମୃତ୍ୟୁ ହୋଇଛି ବୋଲି ସନ୍ଦେହ ଆସିବାରୁ ଗ୍ରାମବାସୀ ଗୁଣିଆ ର ସହାୟତା ନେଇଥିଲେ। ଏଥିପାଇଁ ଗ୍ରାମବାସୀ ପରିବାର ପିଛା ପଚିଶି ସହ ଟଙ୍କା ଲେଖାଏଁ ତିନି ଲକ୍ଷ ଟଙ୍କା ଉଠାଇ ଗୁଣିଆ ଙ୍କୁ ପୂଜା ସାମଗ୍ରୀ ଓ 80 ହଜାର ଟଙ୍କା ପ୍ରଦାନ କରି ପୂଜା ଆରମ୍ଭ କରିଛନ୍ତି… ଏହି ପୂଜା ଆସନ୍ତା ରବିବାର ଦିନ ଉଦଯାପିତ ହେବା ପରେ ଗାଁ ରେ ମୃତ୍ୟୁ ରୋକିବ ବୋଲି ଗ୍ରାମବାସୀ କହିଛନ୍ତି… ନାରାୟଣପାଟଣା ରେ ପୁଣି ଅନ୍ଧ ବିଶ୍ୱାସ ର ଚିତ୍ର, ଅନ୍ଧବିଶ୍ୱାସ ରୋକିବା ପାଇଁ ସଚେତନ କରୁଛନ୍ତି ସରକାର। କୋଉଠି ସଫଳ ହେଉଛି ତ କେଉଁଠି ବିଫଳ । ଗାଦବାଗୁଡା ଗାଁ ରେ ବର୍ଷ କ ମଧ୍ୟ ରେ ଅନେକ ଯୁବକ ଦୁର୍ଘଟଣା ଓ ବିଭିନ୍ନ ରୋଗ ରେ ମୃତ୍ୟୁ ବରଣ କରିଛନ୍ତି । ଗାଁ ଇଷ୍ଟ ଦେବୀ ଝାଙ୍କର ରାଗିଛନ୍ତି।ସେ କୈଣସି କାରଣରୁ ଗାଁ ଛାଡି ଚାଲିଯାଇଛନ୍ତି।ତେଣୁ ସେ ଅଶାନ୍ତ ରେ ଥିବାରୁ ଗାଁ ରେ ମୃତ୍ୟୁ ର ବାତାବରଣ ହେଇଛି ।ଜଣେ ପରେ ଜଣେ ଗାଁ ର ଲୋକେ ଆଖି ବୁଝୁଛନ୍ତି। ମାଁ ଝାଙ୍କର ଦେବୀ ଙ୍କୁ ପୁଣି ପୁଜା ପାଠ କରି ଗାଁ କୁ ଫେରେଇ ଆଣିବାକୁ ଗାଁ ଲୋକେ ନିଷ୍ପତି ନେଇଥିଲେ । ମାଁ ସନ୍ତୁଷ୍ଟ ହେଲେ ଗାଁ ଶାନ୍ତି ହେବ । ଏଥିପାଇଁ ଚଳିତ ସପ୍ତାହରେ ଗାଁ ରେ ବୈଠକ ବସିଲା । ପ୍ରତ୍ୟେକ ଘରେ ଚାନ୍ଦା ଉଠାଇ ବେଜୁଣି ଜରିଆରେ ଆଦିବାସୀ ପରମ୍ପରା ରୀତିକାନ୍ତି ରେ ବାଜା ମହୁରୀ ଫୁଲଦୀପ ଚନ୍ଦନ ରେ ଗାଁ ଛାଡି ଚାଲିଯାଇଥିବା ଝାଙ୍କରୀ ମାଁ ଙ୍କୁ ଆରାଧନା କରାଯାଇ ଗାଁ କୁ ଅଣାଗଲା । ଭୋଜିଭାତ ଆୟୋଜନ କରାଯାଇ ଝାଙ୍କରି ଦେବତା ଙ୍କୁ ସଙ୍କୀର୍ତ୍ତନ ପୁଜା ପାଠ କରି ସନ୍ତୁଷ୍ଟ କରାଗଲା ।ଏଥିପାଇଁ ଗାଁ ରେ ଆସିଲେ ଆନ୍ଧ୍ର ପ୍ରଦେଶ ର ପୂଜକ ବା ଗୁଣିଆ, ଗୁଣିଆ ଜଣକ ଗାଁ ଚାରିପାଖରେ ଥିବା ସନ୍ଧି କୁ ସୀମା ସିଲ କରିଛନ୍ତି, ଗାଁ କୁ କାହାକୁ ଆସିବାକୁ କିମ୍ବା ସନ୍ଧି ଡେଇଁ ଯିବାକୁ ମନା କରିଛନ୍ତି, ଯେଉଁଥି ପାଇଁ ଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୁ ବାଉଁଶ ବାଡ଼ ଦ୍ୱାରା ସିଲ କରାଯାଇଛିବୋଲି
ରଘୁ ମାଣ୍ଡିଙ୍ଗା.. ହରି ହିକକା…ହିରିକା ସେକରୁ ଭଳି ଗ୍ରାମବାସୀ କହିଛନ୍ତି….ନାରାୟଣପାଟଣା ବ୍ଲକ ର ଗାଦବାଗୁଡା ଗାଁ ର ଖବର ଆଜି ଜଣା ପଡିବା ପରେ ଜଣେ ସ୍ଵାସ୍ଚ୍ୟ କର୍ମୀ ଗାଁ କୁ ଯାଉଥିଲେ, ହେଲେ ଗ୍ରାମବାସୀ ତାଙ୍କୁ ମଧ୍ୟ ଛାଡି ନଥିଲେ, ସ୍ଵାସ୍ଚ୍ୟ କର୍ମୀ ଜଣଙ୍କ ବାଧ୍ୟ ହୋଈ ଅନ୍ୟ ରାସ୍ତା ଦେଇ ଯାଇଥିଲେ, ମଦ୍ୟ ପାନ କରି ଗାଡି ଚଳାଇବେ ଓ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିବେ, ପରେ ଅନ୍ଧ ବିଶ୍ୱାସ ରେ ଦେବା ଦେବୀ ଙ୍କୁ ପୂଜା କରିବେ, ଏକି ପ୍ରକାର ଘଟଣା ବୋଲି ସ୍ଵାସ୍ଚ୍ୟ କର୍ମୀ କହିଛନ୍ତି…. ୮ ଦିନ ହେଲା ଯଦି ଗାଦବାଗୁଡା ଗାଁ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ ଅଛି ତା ହେଲେ ଗାଁ ର ଅଙ୍ଗନବାଡି ଦିଦି,ଆଶା ଦିଦି,ଶିକ୍ଷକ ଶିକ୍ଷୟତ୍ରୀ ସ୍ଵାସ୍ଚ୍ୟ କର୍ମୀ ଏ ପର୍ଯ୍ୟନ୍ତ କାହିଁକି ପ୍ରଶାସନ ର ଦୃଷ୍ଠି ଆକର୍ଷଣ କରିନାହାନ୍ତି, ଯାହା ଜଣାପଡୁଛି ଏମାନେ କେହି ସେହି ଗାଁ କୁ ଦାୟିତ୍ୱ ନିଭାଇବା ସକାଶେ ଯାଉନାହାନ୍ତି… ଯଦି ଯାଉଛନ୍ତି ତାହେଲେ ଏପରି ଅନ୍ଧ ବିଶ୍ୱାସ କୁ ପ୍ରଶାସନ କୁ କାହିଁକି ଜଣାଇନାହାନ୍ତି, ନାରାୟଣପାଟଣା ବ୍ଲକ ରେ ହିଁ ସବୁବେଳେ ଅନ୍ଧ ବିଶ୍ୱାସ ଘଟଣା କାହିଁକି ଘଟୁଛି…. ପ୍ରଶାସନ ବାରମ୍ବାର ସଚେତନତା କରାଉଥିବା ପ୍ରକାଶ କରୁଥିବା ବେଳେ କାହିଁକି ଏପରି ଅନ୍ଧ ବିଶ୍ୱାସ ଘଟଣା ଘଟୁଛି ତାହାକୁ ନେଇଁ ଉଠିଛି ପ୍ରଶ୍ନ…

