Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭା ଶନିଶ୍ଚର୍ ମନ୍ଦିରରେ ହୋମଯଜ୍ଞ ଓ କୀର୍ତ୍ତନ୍ୟ ବୈଠକି

ତରଭା,୨୦/୫ ଶୁକ୍ରବାର ପବିତ୍ର ସାବିତ୍ରୀ ଅମାବାସ୍ୟା ଏବଂ ଶନିଶ୍ଚର ମହାଗ୍ରହ ଜନ୍ମ ଉତ୍ସବକୁ ନେଇ ତରଭା ନୂଆପଡା ଠାରେ ଥିବା ଶନିଶ୍ଚର ମନ୍ଦିର କମିଟି ପକ୍ଷରୁ ହୋମଯଜ୍ଞ ଓ କୀର୍ତ୍ତନ୍ୟ ବୈଠକିର ଆୟୋଜନ କରାଯାଇଥିଲା I ମନ୍ଦିର ପୂଜକ ସୁରେନ୍ଦ୍ର ବେଜ, କିଶୋର ଚନ୍ଦ୍ର ବେଜ ଓ ସନ୍ତୋଷ ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ ହୋମଯଜ୍ଞରେ ଲଷ୍ମଣ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ସାହୁ, ରଞ୍ଜିତ ନାଏକ ତପ ନାଏକ, ସତ୍ୟନାରାୟଣ ହେର୍ଣ୍ଣା ବିନୋଦିନୀ ହେର୍ଣ୍ଣା, ନୃପ ବାଘ ମିନା ବାଘ, ପୂର୍ଣ୍ଣ ସେଲମା ବାସନ୍ତୀ ସେଲମା, ସୁରୁ ପ୍ରଧାନ ଅନିତା ପ୍ରଧାନ, କୃଷ୍ଣ ବାଘ ରାଜେଶ୍ୱରୀ ବାଘ, କାର୍ତ୍ତିକ କବାଟ ମିନାକ୍ଷୀ କବାଟ, ସୁରେନ ବିଶି ଏବଂ ତାଙ୍କ ପତ୍ନୀ ରିତା ବିଶି ସର୍ବମୋଟ ନଅ ଜଣ ଦମ୍ପତ୍ତି କର୍ତ୍ତା ଭାବେ କାର୍ଯ୍ୟଭାର ତୁଲାଇଥିଲେ Iଏହି ଅବସରରେ ଶନିଶ୍ଚର୍ ମହଗ୍ରହଙ୍କୁ ରୁପା ନିର୍ମିତ ନୂତନ ମୁକୁଟ ଅର୍ପଣ କରାଯାଇଥିଲା ସନ୍ଧ୍ୟାରେ ଶନିଶ୍ଚର ମନ୍ଦିର ଠାରୁ ବାହାରି ନିବୃତ୍ତି ନଦୀରୁ କଳସ ବୁଡାଇ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଥିଲା I ସନ୍ଧ୍ୟାରେ କମିଟି ଦ୍ୱାରା ନଡ୍ଡା ଏବଂ ଜୂରାବନ୍ଧ ଗ୍ରାମର ସଂକୀର୍ତନ ଦଳ ମଧ୍ୟରେ କୀର୍ତ୍ତନ୍ୟ ବୈଠକି କାର୍ଯ୍ୟକ୍ରମ କରାଯାଇଥିଲା I ଏଥିରେ ତରଭା ତଥା ଆଖପାଖ ଅଞ୍ଚଳର ଶହଶହ ପୁରୁଷ ଏବଂ ମହିଳାଙ୍କ ଯୋଗଦାନ କରି ପ୍ରଭୁ ନାମ ସଂକୀର୍ତ୍ତନର ରସପାନ କରିଥିଲେ I କାର୍ଯ୍ୟକ୍ରମ ଚାଲିଥିବା ମଧ୍ୟେ ସର୍ବସାଧାରଣଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ଶନି ମନ୍ଦିର କମିଟି ତଥା ନୂଆପଡା ବାସୀ ପୂର୍ଣ୍ଣ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ