ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଋଷିକୂଲ୍ୟା ଓ ନାଗାବଳୀ ଛାତ୍ରାବାସ ର ବାର୍ଷିକ ଉତ୍ସବ


ଗୋପାଳପୁର , ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ପିଜି ଛାତ୍ରାବାସ ଋଷିକୂଲ୍ୟା ଓ ନାଗାବଳୀ ରେ ଆଜି ଅପରାହ୍ନରେ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା।ଋଷିକୂଲ୍ୟା ହଷ୍ଟେଲ ରେ ପିଜି ଶେଷ ବର୍ଷ ର ଅନ୍ତେବାସୀ ଙ୍କ ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। ହଷ୍ଟେଲ ର ସମ୍ପାଦକ ଲକ୍ଷ୍ମୀ କାନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହଷ୍ଟେଲ ର ସୁପ୍ରିଟେଣ୍ଡେଣ୍ଟ ତଥା ଇତିହାସ ବିଭାଗର ମୁଖ୍ୟ ଡ଼ଃ ସଦାନନ୍ଦ ନାୟକ,ସମ୍ମାନୀତ ଅତିଥି ଭାବେ ଆସିଷ୍ଟାଣ୍ଡ ସୁପ୍ରିଟେଣ୍ଡେଣ୍ଟ ତଥା ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗ ର ଅଧ୍ୟାପକ ସୌରଭ ପ୍ରକାଶ ସେଟ୍ ,ଅନ୍ୟତମ ଅତିଥି ସଞ୍ଜୟ ମେହେର ଯୋଗ ଦେଇ ବିଦାୟୀ ଅନ୍ତେବାସୀ ଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେବା ସହ ଆତ୍ମନିର୍ଭରଶୀଳ ହେବା ପାଇବା ପାଇଁ ଧ୍ୟାନ ଦେବାକୁ କହିଥିଲେ। ଗୌତମ କନ୍ଧପlଣି ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମ୍ପାଦକ ଲକ୍ଷ୍ମୀ କାନ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଅବସରରେ ଅନ୍ତେବାସୀ ଙ୍କ ଦ୍ଵାରା ଲିଖିତ ଗଳ୍ପ,କବିତା, ଅନୁଭୂତି ଆଦିର ପୁସ୍ତିକା ଋଷିପ୍ରଭା କୁ ଉନ୍ମୋଚନ କରାଯାଇଥିଲା।ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ନାଗାବଳୀ ହଷ୍ଟେଲ ରେ ସମ୍ପାଦକ ସୁଭ୍ରଜିତ୍ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗ ଅଧ୍ୟାପକ ତଥା ହଷ୍ଟେଲ ସୁପ୍ରିଟେଣ୍ଡେଣ୍ଟ ଡ଼ଃ ଜୟନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆସିଷ୍ଟାଣ୍ଡ ସୁପ୍ରିଟେଣ୍ଡେଣ୍ଟ ମୃତ୍ୟୁଞ୍ଜୟ ସେଠ୍,ବିଶ୍ଵ ବିହାରୀ ବିଷୋୟୀ,ପୁରାତନ ଅନ୍ତେବାସୀ ପ୍ରଦ୍ୟୁ୍ତ୍ କୁମାର ବେହେରା ଯୋଗ ଦେଇ ଭଲ ମଣିଷ ହେବା ସହ ସମlୟୁନ ବର୍ତ୍ତିତା,ଶୃଙ୍ଖଳିତ ହେବା ସହ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ରଶ୍ମି ରଞ୍ଜନ ସିହ୍ନା ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ।ହଷ୍ଟେଲ ର ପୁରାତନ ଅନ୍ତେବାସୀ ଓ ଏନ୍ ଏସ ଏସ ସ୍ବେଛାସେବୀ, ଜେ ଆର୍ ଏଫ୍,ନେଟ ପାଇଥିବା ଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।