ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ ଟାଇଫୁନ୍ କାଲ୍ମେଗିର ତାଣ୍ଡବ; ୨୪୧ ଜଣ ମୃତ୍ୟୁ
ଟାଇଫୁନ୍ କାଲ୍ମେଗି ରଚିଲା ତାଣ୍ଡବ। ଫିଲିପାଇନ୍ସରେ ଏହିପରି ଏକ ପ୍ରାକୃତିକ ବିପର୍ଯୟ ଘଟିଛି | ଏହି ଘୁର୍ଣ୍ଣିଝଡ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଏବଂ ସମ୍ପତ୍ତିର ବହୁତ କ୍ଷତି କରିଛି। ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ପବନ ଘର ଭାଙ୍ଗି ଦେଇଛି। ଫିଲିପାଇନ୍ସ ଅଧିକାରୀଙ୍କ ସୂଚନା ମୁତାବକ, ଏପର୍ଯ୍ୟନ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି | ଏହାସହ ଅନେକ ନିଖୋଜ ମଧ୍ୟ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍. ମାର୍କୋସ୍ ଜୁନିଅର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।
ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଘୁର୍ଣ୍ଣିଝଡ ପାଇଁ ଅନେକ ଲୋକ ବେସାହାରା ହୋଇ ଯାଇଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଘର ମଧ୍ୟ ଉଜୁଡି ପଡିଛି | ଖାଇବା ପାଇଁ ଖାଦ୍ୟ ବି ନାହିଁ | ସେମାନଙ୍କ ପାଖରେ ଏପଯ୍ୟନ୍ତ କୌଣସି ପ୍ରକାରର ସାହାଯ୍ୟ ପହଞ୍ଚି ନାହିଁ। ରେଡକ୍ରସକୁ ଶହ ଶହ କଲ୍ ମିଳିଛି ଯେଉଁଥିରେ ଲୋକମାନେ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। ଭିଏତନାମରେ ମଧ୍ୟ ପ୍ରବଳ ବର୍ଷା ହୋଇଛି, ଯାହା ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।
ଫିଲିପାଇନ୍ସର ସେନା କହିଛି ଯେ କାଲମେଗି ପ୍ରଭାବିତ ପ୍ରଦେଶଗୁଡ଼ିକୁ ମାନବିକ ସହାୟତା ନେଇଯାଉଥିବା ଏକ ବାୟୁସେନା ହେଲିକପ୍ଟର ମଙ୍ଗଳବାର ଦିନ ଦକ୍ଷିଣ ଆଗୁସାନ ଡେଲ ସୁର ପ୍ରଦେଶରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

