ନୂଆପଡା ନିର୍ବାଚନ ପ୍ରଚାର ରେ ଲଇମୁରା ସରପଞ୍ଚ ସୋନୀ ମାଝୀ ଓ ଆଦିବାସୀ ନେତ୍ରୀ ନିରୁପମା ସୋରେନ
ନୂଆପଡା:ନୂଆପଡା ଉପନିର୍ବାଚନ ରେ ରାଜ୍ୟ ବିଭିନ୍ନ ଜିଲ୍ଲାର ସରପଞ୍ଚ ମାନେ ଗାଁ ଗଣ୍ଡାରେ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।
ଆଜି ନୂଆପଡା ସହର ସନ୍ନିକଟ ଟାନୂଆଟା ଆଉ ଦିଉନାମୁଣ୍ଡାରେ ସେମିତି ଜଣେ ସରପଞ୍ଚ ଘର ଘର ବୁଲି ମା ମାଟି ର ସୁରକ୍ଷା ସହିତ ଦେଶ ରକ୍ଷା ପାଇଁ କାହିଁକି ବିଜେପି ଜରୁରୀ ବୁଝାଇ ବିଜେପି ସପକ୍ଷରେ ଭୋଟ ପ୍ରଚାର କରୁଥିବା ନଜରକୁ ଆସିଛି।
ଦେବଗଡ଼ ଜିଲ୍ଲା ଲଇମୁରା ପଞ୍ଚାୟତର ସରପଞ୍ଚ ସୋନୀ ମାଝୀ ଏଭଳି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏକ ଦୁର୍ଗମ ଅଞ୍ଚଳର ଦୂରଦୁରାନ୍ତରରୁ ଆସିଥିବା ଏହି ସରପଞ୍ଚ ସୋନୀ ମାଝୀ କୁହନ୍ତି ଦେଶର ସଂହତି ଓ ଏକତା ପାଇଁ ଗଣତନ୍ତ୍ର ର ସୁରକ୍ଷା ବିଜେପିହିଁ ଦେଇପାରିବ।ଏହା ତାଙ୍କ ପାଇଁ ଏକ ଶକ୍ତି ଓ ପ୍ରେରଣା ହୋଇଥିବାରୁ ନିଜର ଜାତି ଭାଇ ଭଉଣୀ ଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାକୁ ଏକ ପ୍ରୟାସ। ଯାହା ଆମକୁ ନୁଆଁ ଜୀବନ ଦେବାରେ ସହାୟକ ହୋଇପାରିବ। ଅବଶ୍ୟ ଏହାର ସଫଳତା ପାଇଁ ଅବଶ୍ୟ ଏସଟି ସେଲ ମୋର୍ଚ୍ଚା ର କେଉଁଝର ର ଅନ୍ୟ ଜଣେ କାର୍ଯ୍ୟକର୍ତ୍ତା ନିରୁପମା ସୋରେନ ମଧ୍ୟ୍ୟ ସମାନ ମତ ରଖି ଗାଁ ଗାଁରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ପାଇଁ ଅପ୍ରାଣ ଉଦ୍ୟମ ଚଳାଉଛନ୍ତି। ସେହିପରି ସମ୍ବଲପୁର ଜିଲ୍ଲାର ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୁସାଗର, ଜୁଯୋମୁରା ଯୋନ -୧ ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଅମୂଲ୍ୟା ସାହୁ ପ୍ରମୁଖ ନିର୍ବାଚନ ପ୍ରଚାର ମୈଦାନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

