Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାତ୍ମା ଜ୍ୟୋତିବା ଫୁଲେଙ୍କ ଶ୍ରାଦ୍ଧ ଦିବସ ଓ ଆଶା ନର୍ସିଂ କଲେଜର ବାର୍ଷିକ ମିଳନ ଉତ୍ସବ ପାଳିତ

ଜମନକିରା : ବିଶିଷ୍ଟ ସମାଜ ସଂସ୍କାରକ ତଥା ନାରୀ ଶିକ୍ଷାର ଆଦ୍ୟ ପ୍ରବର୍ତ୍ତକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ୧୩୬ତମ ପରିନିର୍ବାଣ (ଶ୍ରାଦ୍ଧ) ଦିବସ ଅବସରରେ କୁଚିଣ୍ଡାସ୍ଥିତ ଟାଉନ୍ ହଲ୍ ପରିସରରେ ଆଶା ନର୍ସିଂ କଲେଜର ତୃତୀୟ ବାର୍ଷିକ ମିଳନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ରୂପେଶ ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଏବଂ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଧିକାରୀ (ଏସ୍.ଡି.ଏମ୍.ଓ.) ଡାକ୍ତର ସୁବୋଧ କୁମାର ନାଏକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅତିଥିମାନେ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ବ୍ରତୀ ହେଲେ ଜୀବନରେ ବଡ଼ ମଣିଷ ହେବାର ବାଟ ଫିଟିଯିବ ବୋଲି ମତବ୍ୟକ୍ତ କରିଥିଲେ।
ସ୍ୱାସ୍ଥ୍ୟସେବା ଏକ ମହାନ ସେବାମୂଳକ ବୃତ୍ତି ବୋଲି ଉଲ୍ଲେଖ କରି ଅତିଥିମାନେ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏଥିସହ ନୂତନ ଭାବେ ଯୋଗ ଦେଇଥିବା ଛାତ୍ରୀମାନଙ୍କୁ ନିଷ୍ଠା ଓ ମନୋଯୋଗ ସହକାରେ ପାଠ ପଢ଼ିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଶିଶିର ପଟେଲ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷା ସୁମନ ସମ୍ପ୍ରିତା ପଟେଲ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ବାପି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories