ଆଜି ଅତାବିରା ପହଞ୍ଚିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍


ଅତାବିରା – ଛତିଶଗଡ଼ ପରେ ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଜଳବିବାଦ ମାମଲାରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବ ଟିମ । ଟିମରେ ଅଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏଏମ୍ ଖାନଵାଲିକରଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍‌ରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର ଅଛନ୍ତି। ଏହାସହିତ ଛତିଶଗଡ଼ ଓ ଓଡ଼ିଶାର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ ରହିଛନ୍ତି। ଟ୍ରିବ୍ୟୁନାଲଙ୍କ ବିଚାର ପ୍ରକ୍ରିୟାରେ ଏହି ଗସ୍ତ ଓ ତଥ୍ୟ ଗୁରୁତ୍ବପୂର୍ଣ୍ଣ ହେବ। ପ୍ରଥମ ଦିନରେ ହୀରାକୁଦ ଡ୍ୟାମ, ବୁର୍ଲା ପାୱାର ହାଉସ ବୁଲି ସ୍ଥିତି ଅନୁଧ୍ୟାନ କରିଛି ଟିମ୍ । ୨୩ ଯାଏଁ ଚାଲିବ ସର୍ଭେ । ଏହି ଟିମ୍ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଧିଷ୍ଠ ଏହି ଟ୍ରିବ୍ୟୁନାଲ ଟିମ ଆଜି ସକାଳେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଟାଙ୍ଗରପାଲି କେନାଲ ଓ ହୀରାକୁଦ ଡ୍ୟାମ ତଳି ଅଞ୍ଚଳ ବୁଲି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି l
ତେବେ ମହାନଦୀ ଟ୍ରିବ୍ୟୁନାଲ, ଓଡିଶା ଛତିଶଗଡ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ କରିବାରେ କେତେ ସକ୍ଷମ ହେବେ ସେ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।