ଭାଇରାଲ ହେଲା ସି ଜିନପିଙ୍ଗ୍ ଙ୍କ ହସୁଥିବା ଫଟୋ; ବିଶ୍ୱରେ ଚର୍ଚ୍ଚା…
ନୂଆଦିଲ୍ଲୀ,୭ା୧୧: ଦକ୍ଷିଣ କୋରିଆରେ ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା|ଏହି ସମ୍ମିଳନୀ ଅବସରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭେଟିଥିଲେ। ଏହି ଦୁଇପକ୍ଷଙ୍କ ତରଫରୁ ହୋଇଥିବା ବୈଠକର କିଛି ଫଟୋ ହ୍ୱାଇଟ ହାଉସ୍ ପକ୍ଷରୁ ପ୍ରକାଶ କରାଯାଇଛି | ଏହି ସମ୍ବିଳନୀରେ ସି ଜିନପିଙ୍ଗ୍ ବେଶ୍ ଖୁସି ଏବଂ ହସୁଥିବାର ଦେଖାଯାଉଛନ୍ତି।
ହ୍ୱାଇଟ ହାଉସ୍ ରିଲିଜ୍ କରିଥିବା ଫଟୋଗୁଡ଼ିକରେ ଟ୍ରମ୍ପ ଏକ କାଗଜ ଧରିଛନ୍ତି | ଏବଂ ଅନ୍ୟପକ୍ଷେ ସି ଜିନପିଙ୍ଗ୍ ଆଖି ବନ୍ଦ କରି ହସୁଥିବାର ଦେଖାଯାଉଛନ୍ତି | ତାଙ୍କ ପାଖରେ ଥିବା ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ହସୁଛନ୍ତି।
ଏହି ସମ୍ମିଳନୀ ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗଙ୍କ ସହ ଉପହାର ଆଦାନ ପ୍ରଦାନ ବେଳେ ସି ଜିନପିଙ୍ଗ୍ ଏକ ମଜାଳିଆ କଥା କହି ସମସ୍ତଙ୍କୁ ହସାଇଥିଲେ। ଲି, ଫୋନ୍ର ‘କମ୍ୟୁନିକେସନ୍ ସୁରକ୍ଷା’ ବିଷୟରେ ପଚାରିବାରୁ ସି ଜିନପିଙ୍ଗ ହସି ହସି ଉତ୍ତର ଦେଇଥିଲେ, “ତୁମେ ଚେକ୍ କରିପାର ଯେ ଏଥିରେ କୌଣସି ବ୍ୟାକ୍ଡୋର୍ ଅଛି କି ନାହିଁ।”
ସି ଜିନପିଙ୍ଗ୍ ଙ୍କ ନେତୃତ୍ୱରେ ଚାଇନାରେ ତାଙ୍କ ବିଷୟରେ କହିବା କିମ୍ବା ତାଙ୍କ ବିଷୟରେ କୌଣସି ସୂଚନାର ପ୍ରବାହକୁ କଠୋର ଭାବରେ ନିୟନ୍ତ୍ରଣ କରିଛି। ଦେଶରେ ସାମାଜିକ ଗଣମାଧ୍ୟମ ଏବଂ ପାଶ୍ଚାତ୍ୟ ଖବର ୱେବସାଇଟ୍ ନିଷିଦ୍ଧ ହୋଇଛି | ସରକାରଙ୍କ ଆଭିମୁଖ୍ୟ ସହିତ ମେଳ ନ ଖାଉଥିବା ଯେକୌଣସି ଖବରକୁ ସେନ୍ସରମାନେ ସହଜରେ ହଟାଇ ଦିଅନ୍ତି। ଫଳରେ ୱେବୋ, ଡୌୟିନ୍ ଏବଂ ସିଆଓହୋଙ୍ଗଶୁ ଭଳି ଚୀନ୍ ପ୍ଲାଟଫର୍ମରେ ସି ଜିନପିଙ୍ଗ୍ ଙ୍କ ହସୁଥିବା ଫଟୋଗୁଡ଼ିକ ମିଳିବ ନାହିଁ ବୋଲି କୁହାଯାଉଛି।

