Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଟ୍ରିକ ପରୀକ୍ଷାରେ ବିସ୍ମୟ ପଧାନ ଙ୍କୁ 94.17 ପ୍ରତିଶତ ; ଭବିଷ୍ୟତରେ ଡାକ୍ତର ହୋଇ ଅଞ୍ଚଳର ସେବା କରିବି

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ମାଣିକପୁର ଗ୍ରାମର ବିସ୍ମୟ ପଧାନ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ୬ଶହ ନମ୍ବର ରୁ ୫୬୫ ନମ୍ବର ରଖିଛନ୍ତି । ଫଳରେ ମାଣିକପୁର ସମେତ ସମଗ୍ର ବୀରମହାରାଜପୁର ଅଂଚଳରେ ଖୁସିର ମାହୋଲ ଖେଳାଇ ଯାଇଛି। ବିସ୍ମୟ ମାଣିକପୁର ଗ୍ରାମର ବଶିଷ୍ଟ ପଧାନ ଓ ତପସ୍ପିନୀ ପଧାନ ଙ୍କ ଏକମାତ୍ର ପୁତ୍ର ଅଟନ୍ତି। ସେ ନିଜ ଗ୍ରାମ ମାଣିକପୁର ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିଲେ।ଷଷ୍ଠ ଶ୍ରେଣୀ ରୁ ସେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଗୁଆପାରି ସ୍ଥିତ ଋତପଲ୍ଲୀ ସ୍କୁଲରେ ପଢୁଥିଲେ। ଉକ୍ତ ସ୍କୁଲ ତରଫରୁ ପରୀକ୍ଷା ଦେଇ ୯୪.୧୭ପ୍ରତିଶତ ନମ୍ବର ରଖି ସଫଳତା ର ସହିତ ପାସ କରିଛନ୍ତି l ତାଙ୍କ ସଫଳତାରେ ଅଂଚଳରୁ ବିଭିନ୍ନ ବ୍ୟକ୍ତିବିଶେଷ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସେ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଥିଲେ। ସ୍କୁଲ ବ୍ୟତିତ ଦୈନିକ ୮ ଘଣ୍ଟା ପଢୁଥିଲେ । ସେ ଯୁକ୍ତ ଦୁଇ ବିଜ୍ଞାନ ପଢି ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଅଂଚଳର ଲୋକଙ୍କ ସେବା କରିବା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ