Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ ପରିବାର କଳି; ଅର୍କେଶଙ୍କ ସମେତ ଶାଶୂ ଘର ଲୋକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ

ବଲାଙ୍ଗୀର: ଚର୍ଚ୍ଚାରେ ରାଜ ପରିବାର କଳି । ନିକଟରେ ଅନଙ୍ଗ ଉଦୟ ସିଂହ ଦେଓଙ୍କ ସାନ ବୋହୂ ଅଦ୍ରିଜା ସ୍ବାମୀ ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ତଥା ଯୌତୁକ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଉତ୍ତରାଖଣ୍ଡ ଡେରାଡୁନ ପୋଲିସ ମାମଲା ରୁଜୁ କରିଛି । ଅଦ୍ରିଜାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଥିବା ଜଣାପଡ଼ିଛି । ସ୍ୱାମୀ ଅର୍କେଶ ସିଂହଦେଓଙ୍କ ସହ ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢଶୁର କଳିକେଶ ଓ ଯାଆ ମେଘନାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ଅଦ୍ରିଜାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଶାଶୂ ଘର ଲୋକ ତାଙ୍କୁ ହଇରାଣ କରୁଥିଲେ। ସେ ଡେରାଡୁନ୍‌ ଆସିଥିବା ସମୟରେ ଅର୍କେଶ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ । ଏପରିକି କ୍ୟାମେରା ଲଗାଇ ତାଙ୍କ ଉପରେ ନଜର ରଖୁଥିଲେ ବୋଲି କହିଛନ୍ତି ଅଦ୍ରିଜା। ୨୦୧୭ ନଭେମ୍ବରରେ ଉଭୟଙ୍କ ବାହାଘର ହୋଇଥିଲା। ଅଦ୍ରିଜା ହେଉଛନ୍ତି ପୂୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ