Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଳାଭୂମି ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ

ଅସ୍ତରଙ୍ଗ, ୮/୧୧,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ପିର ଜାହାନିଆଁ ବେଳା ଭୂମିରେ ଗଢି ଉଠିଥିବା ବେଳାଭୂମି ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ ଦୁଇ ଧରି ଅନୁଷ୍ଠିତ ହୋଇ ଯାଇ ଅଛି l ପାଞ୍ଚ ତାରିଖ ସାକାଳ ୭ଘଟିକା ସମୟେ ପିର ପୀଠ ନିକଟ ବିରାଟ ଜଳାଶୟ ରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅସ୍ତରଙ୍ଗ ବ୍ଲକ ବି ଡି ଓ ସସ୍ମିତା ବେହେରା ଙ୍କ ଦ୍ଵାରା ଅନୁଷ୍ଠିତ ହୋଇ ଥିବା ବେଳେ,୬ ତାରିଖ ଗୁରୁବାର ଦିନ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟ ଦର୍ଶିନୀ ପତି ଓ ସମାଜସେବୀ ଅମୀୟ କୁମାର ପଟନାୟକ ଙ୍କ ଦ୍ୱରା ସାହିତ୍ୟ ସଭା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଭାପତି ଶ୍ରୀ ଚିତ୍ତ ରଞ୍ଜନ ବିଶ୍ୱାଳ ସଭାପତିତ୍ୱ କରିଥିଵା ବେଳେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦୁଃଶାସନ ନାୟକ ବିବରଣୀ ପାଠ ସହ ଅନୁଷ୍ଠାନ ର ବିଭିର୍ଣ୍ଣ ସମସ୍ୟା ଉପରେ ଆଲୋକ ପାତ କରିଥିଲେ l ରାଜ୍ୟ ସରକାର ଙ୍କ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ, ଓ ବେଳାଭୂମି ସାହିତ୍ୟ ସଂସଦ ର ମିଳିତ ଆନୁକୂଲ୍ୟ ରେ ଆୟୋଜିତ ଏହି ସାହିତ୍ୟ ଆସର ରେ ସାହିତ୍ୟ ର ପ୍ରଚାର ଓ ପ୍ରସାର ସହ ଭାଷା କିପରି ବଂଚିବ ସେ ବିଷୟ ଆସିଥିବା କବି କବୟିତ୍ରୀ ମାନେ କବିତା ପାଠ ଦ୍ଵାରା ପରି ପ୍ରକାଶ କରିଥିଲେ l ଅନ୍ୟତମ ଅତିଥି ଭାବେ ବ୍ୟଙ୍ଗ କବି ସମ୍ପଦ ରଥ, ଲଲାଟେନ୍ଦୁ ପଳାଉରୀ, ସରପଞ୍ଚ କ୍ଷୀର କାଣ୍ଡି, ସମିତି ସଭ୍ୟ ବିମ୍ବାଧର ବିଶ୍ୱାଳ, ସାମ୍ବାଦିକ ରାଧାଶ୍ୟାମ ମହାନ୍ତି, ଅଶୋକ ଶତପଥୀ, ପ୍ରଭୁତି ଭାଷଣ ଦେଇ ଓଡ଼ିଆ ଭାଷା କିପରି ବଞ୍ଚି ରହିବ ସେ ବିଷୟ ରେ ସୂଚନା ପ୍ରଦାନ କରି ଥିଲେ l ବିଭିନ୍ନ କ୍ଷେତ୍ରରେ ପାର ଦର୍ଶିତା ଲାଭ କରିଥିବା ୨୫ଜଣ କବି କବୟିତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ବେଳାଭୂମି ସାହିତ୍ୟ ସଂସଦ ତରଫରୁ ମାନପତ୍ର, ଉତ୍ତରୀୟ, ଓ ଫୁଲ ତୋଡ଼ା ଦିଆ ଯାଇ ସମ୍ବର୍ଦ୍ଧିତ କରା ଯାଇ ଥିଲା lଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଂସଦ ର ସଂଯୋଜକ ଶୋଭାକର ବେହେରା ଓ ସାହଯୋଗ କରିଥିଲେ ଅଶୋକ ପରିଡା ରମେଶ ସାହୁ ପ୍ରମୁଖ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ