ସମୁଦ୍ର ରେ ସୁନା ଚୋରି ମାମଲାରେ ଅଭିଯୁକ୍ତ ସହ ସୁନାରୀ ଗିରଫ।
ଗୋପାଳପୁର, ୦୯/୧୧
ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଗ୍ରାମରେ ଗତ ଅକ୍ଟୋବର ୨୨ ତାରିଖରେ ଘରେ ପସି ସୁନା ଚୋରି ମାମଲାରେ ପୁଲିସ ଉକ୍ତ ଗ୍ରାମର ଜଣେ ଯୁବକ ସମେତ ସୁନା କିଣିଥିବା ସୁନାରୀ କୁ ଗିରଫ କରି କୋର୍ଟ ଚାଲାଣ ସହ ସୁନାରୀ ଠାରୁ ୧୬ ଗ୍ରାମ ର ସୁନା ଏବଂ ଅଭିଯୁକ୍ତ ଘରୁ ୭୦ ହଜାର ଟଙ୍କା ଜବତ କରିଛି। ପୁଲିସ ପକ୍ଷରୁ ଚୋରା ଅଭିଯୋଗ ରେ କାହ୍ନା ଓରଫ ଚୁଡ଼ାମଣି ବେହେରା (୨୦) ଏବଂ ସୁନାରୀ କେ ଯୋଗେଶ୍ୱର ଆଚାରୀ(୬୦) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗତ ଅକ୍ଟୋବର ୨୨ ତାରିଖରେ ସୁରଳ ରେ ରହୁଥିବା ପୁନି ବେହେରା (୬୦) ଭୋର ସମୟରେ ଗାଁ ପୋଖରୀ କୁ ଗାଧେଇବାକୁ ଯାଇଥିବା ବେଳେ କୈଣସି ଅଭିଯୁକ୍ତ ଘରେ ପସି ପୁନି ଙ୍କ ୧୬ ଗ୍ରାମ ଓଜନର ଏକ ସୁନା ମାଳି ଲୁଟ କରିବା ସହ ଘରେ ଶୋଇଥିବା ତାଙ୍କ ଝିଅ ବେକରୁ ଏକ ସୁନା ଚେନ ଲୁଟ କରି ଫେରାର ହୋଇଯାଇଥିଲେ।ପୁନି ଘରକୁ ଫେରିବା ପରେ ତାଙ୍କ ସୁନା ମାଳି ଓ ଝିଅ ର ସୁନା ଚେନ ଚୋରୀ ଯାଇଥିବା ନେଇ ଜାଣିବା ସହ ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୫୦୨/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସନ୍ଦେହ ରେ କାହ୍ନା କୁ ଥାନାକୁ ଆଣି ପଚରାଉଚରା ସମୟରେ ସେ ଚୋରୀ କରିଥିବା ସ୍ବିକାର କରିବା ସହ ଚୋରି ସୁନା କୁ ଗ୍ରାମରେ ରହୁଥିବା ସୁନାରୀ ଯୋଗେଶ୍ୱର କୁ ବିକ୍ରି କରିଥିବା ସ୍ବିକାର କରିଥିଲା। ଅଭିଯୁକ୍ତ କାହ୍ନା ଙ୍କ ବୟାନ କୁ ଆଧାର କରି ଯୋଗେଶ୍ୱର ଙ୍କ ଘରେ ଚଢ଼ାଉ କରି ତଦନ୍ତ ବେଳେ ସେ କାହ୍ନା ଠାରୁ ସୁନା କିଣିବା ସହ ତାକୁ ୧ ଲକ୍ଷ ୭୦ ହଜାର ଟଙ୍କା ଦେଇଥିବା ସହ ଚୋରି ସୁନା କୁ ତରଳାଇ ଦେଇଥିବା ପ୍ରକାଶ କରିଥିଲେ। ପୁଲିସ ପକ୍ଷରୁ ଯୋଗେଶ୍ୱର ଠାରୁ ୧୬ ଗ୍ରାମ ଓଜନର ସୁନା ଜବତ କରିବା ସହ ଅଭିଯୁକ୍ତ କାହ୍ନା ଠାରୁ ୭୦ ହଜାର ଟଙ୍କା ଜବତ କରିଥିଲେ। ଅନ୍ୟପଟେ ସୁନା ବିକ୍ରି କରି ଆଣିଥିବା ଟଙ୍କା ରୁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥିବା ମଧ୍ୟ ସ୍ବିକାର କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ ପକ୍ଷରୁ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟ ପକ୍ଷରୁ ଉଭୟଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

