ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା, ରାଜ୍ୟରେ ସମସ୍ତ ସ୍କୁଲ ରେ ଗାନ ହେବ “ବନ୍ଦେ ମାତରମ୍”
ଉତ୍ତର ପ୍ରଦେଶ,11।11: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା। ଏଣିକି ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକରେ “ବନ୍ଦେ ମାତରମ୍” ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରାଯିବ। ଏନେଇ ଗୋରଖପୁରରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟର ପ୍ରତ୍ୟେକ ସ୍କୁଲରେ “ବନ୍ଦେ ମାତରମ୍”କୁ ଜାତୀୟ ସଙ୍ଗୀତ ଭାବରେ ବାଧ୍ୟତାମୂଳକ କରାଯିବ।
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଆଜିଠାରୁ ଏକତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅକ୍ଟୋବର ୩୧ ତାରିଖକୁ ଜାତୀୟ ସ୍ତରରେ ପାଳନ କରାଯାଇପାରିବ। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ସମଗ୍ର ଦେଶ ଭାରତ ମାତାର ମହାନ ପୁତ୍ର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରୁଛି। ସ୍ୱାଧୀନତା ପରେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସମ୍ଭବ ହୋଇଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଅକ୍ଟୋବର ୩୧କୁ ଜାତୀୟ ଏକତା ଦିବସ ଭାବରେ ପାଳନ କରିବା ଆରମ୍ଭ ହୋଇଥିଲା ।
ସେ ଆହୁରି କହିଛନ୍ତି ଯେ, ଏହାଛଡା ସର୍ବବୃହତ ସର୍ଦ୍ଦାର ସରୋବର ଡ୍ୟାମ୍ ଗୁଜରାଟରେ ତିଆରି ହୋଇଥିଲା । ଆଜି ଏହା ଦେଶ ଏବଂ ବିଶ୍ୱ ପାଇଁ ଏକ ବଡ ପର୍ଯ୍ୟଟନ ସ୍ଥଳ ପାଲଟିଛି । ଗୁଜରାଟର ସର୍ଦ୍ଦାର ସରୋବର କୂଳରେ ବିଶ୍ୱର ସର୍ବବୃହତ ପ୍ରତିମା ସ୍ଥାପନ କରାଯାଇଛି, ଯାହା ସମଗ୍ର ଦେଶକୁ ଗର୍ବର ଅନୁଭବ କରାଉଛି । ଏଥିପାଇଁ ସେ ଲୁହା ଏବଂ ମାଟି ଦାନ କରିଥିଲେ। ବିଶ୍ୱର ସର୍ବବୃହତ ପ୍ରତିମା, ଷ୍ଟାଚ୍ୟୁ ଅଫ୍ ୟୁନିଟି, କେଭାଡିଆରେ ନିର୍ମିତ ହୋଇଥିଲା ।

