Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରକ୍ଷା ପାଇଁ ପ୍ରଶାସନର ବଡ ପଦକ୍ଷେପ; ବିହାର ସୀମାଞ୍ଚଳକୁ ୭୨ ଘଣ୍ଟା ପାଇଁ ବନ୍ଦ

ଆଜି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି | ନିର୍ବାଚନ ବୁଥକୁ ସୁରକ୍ଷା ଦେବାପାଇଁ ଉଭୟ ସ୍ଥାନୀୟ ପୋଲିସ ପ୍ରଶାସନ ଏବଂ ସୁରକ୍ଷା କର୍ମୀମାନେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି| ଏହି ସୁରକ୍ଷାକୁ ସୁଦୃଢ କରିବା ପାଇଁ ତଥା ସୁରକ୍ଷିତ ଭାବେ ନିର୍ବାଚନ ପରିଚାଳନା ପାଇଁ ବିହାର-ନେପାଳ ସୀମା ସଟ୍‌ଡ଼ାଉନ୍ କରାଯାଇଛି ।

ଗତକାଲି ଦିଲ୍ଲୀରେ ଘଟିଥିବା ବିସ୍ପୋରଣ ପରେ ସୁରକ୍ଷା ଦୃଷ୍ଟିରୁ ବିହାର ପୁଲିସ୍ ଏପରି ପଦକ୍ଷେପ ନେଇଛି । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ନେପାଳ ଓ ବିହାର ମଧ୍ୟରେ ଥିବା ୭୦୦ କିମିର ଅନ୍ତର୍ଜାତୀୟ ସୀମାକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ବିହାର ପୁଲିସ୍ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ