Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀଡି ପଞ୍ଚାୟତରେ ୧୩ ବର୍ଷ ପରେ ଲୋକଙ୍କୁ ଆବଣ୍ଟନ ହୋଇ ପାରୁନାହିଁ ୧୦ ଦୋକାନ ଗୃହ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଡି ପଞ୍ଚାୟତ ରେ ବହୁ ଯୋଜନା ଅଧାପନ୍ତରିଆ ଭାବେ ପଡି ରହିଥିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ସେଗୁଡିକ ଲୋକଙ୍କ କାମରେ ଲାଗି ପାରୁନଥିବା ଅଭିଯୋଗ ହୋଇଛି।ଏହା ସହ ଏହି ପଞ୍ଚାୟତ ରେ ସମିତି ସଭ୍ୟ ଭାବେ ସିଏଚ ଉଷାରାଣୀ ନିର୍ବାଚିତ ହେବା ସହ ଦ୍ବିତୀୟ ଥର ନିମନ୍ତେ ବ୍ଲକ ଅଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ସୁଦ୍ଧା ଏହି ପଞ୍ଚାୟତ ଟି ଅନ୍ୟ ପଞ୍ଚାୟତ ତୁଳନାରେ ସବୁଠୁ ପଛରେ ପଡି ଯାଇଥିବା ସାଧାରଣ ରେ ଆଲୋଚନା ଜୋର ଧରିଛି।ଗତ ୨୦୦୯-୧୦ ଆର୍ଥିକ ବର୍ଷ ଏସ ଜେ ଏସ ୟାଇ ଯୋଜନାରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ମନ୍ତ୍ରୀଡି ବଜାର ଗୃହ କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଏହି କ୍ରମରେ ସେଠାରେ ପ୍ରଥମ ଦଫାରେ ୧୦ ଟି ଦୋକାନ ଗୃହ ନିର୍ମାଣ କରାଯାଇଛି।ଏହା ସହ ପୁଣିଥରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ପଞ୍ଚାୟତ ପାଣ୍ଠି ରୁ ୧୨ ଲକ୍ଷ ଟଙ୍କା ଅନୁଦାନ ରେ ପୁଣିଥରେ ୧୦ ଟି ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ନିର୍ମାଣଧିନ ସମୟରେ ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବା ଯୋଗୁଁ ସେହି ସମୟ ରେ ଲଗାଣ ବର୍ଷା ଫଳରେ ଛାତ ଲେବଲ ପର୍ଯ୍ୟନ୍ତ କାମ ହୋଇଥିବା ଦୋକାନ ଗୃହ ଗୁଡ଼ିକ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ସୂଚନାଯୋଗ୍ୟ ଯେ ଉକ୍ତ ନିର୍ମାଣଧିନ ଦୋକାନ ଗୃହ ଭୂଷିଡିବା ଫଳରେ ଅନେକ ଏହା ନଇ ଉପଯୁକ୍ତ ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। କିନ୍ତୁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ସମୟରେ ପଉନଆଦଇ ନିର୍ମାଣ ସରିବା ପରେ ୪ ଲକ୍ଷ ଟଙ୍କା ଠିକାଦାର ଉଠାଇଥିବା ସହ ଦୋକାନ ଗୃହ ଭୁଷିଡିବା ପରେ ଆଉ ୪ ଲକ୍ଷ ଟଙ୍କା ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ବ୍ଲକ ପ୍ରଶାସନ ପକ୍ଷରୁ ଠିକାଦାର କୁ ପ୍ରଦାନ କରି ଦିଆଯାଇଥିଲା। ଯାହାକୁ ନେଇ ସେହି ସମୟରେ ଏହାର ବିରୋଧ କରାଯାଇଥିଲା। ନୂତନ ଭାବେ ନିର୍ମିତ ହେଉଥିବା ଦୋକାନ ଗୃହ ଗୁଡ଼ିକ ଭୁଷିଡିବା ଫଳରେ ପୁରୁଣା ଦୋକାନ ଗୃହ ଗୁଡିକରେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ଏହା ଏବେ ଅବ୍ୟବହୃତ ହୋଇ ପଡ଼ି ରହିଥିବାରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ପ୍ରଥମେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଗତ ୧୩ ବର୍ଷ ୧୦ ଟି ଦୋକାନ ଗୃହ ନିର୍ମାଣ ପୁଣି ୩ ବର୍ଷ ତଳେ ୧୨ ଲକ୍ଷ ଟଙ୍କା ବିନିମୟରେ ଆଉ ୧୦ ଟି ଦୋକାନ ଗୃହ ନିର୍ମାଣ ପାଇଁ ଯୋଜନା। କିନ୍ତୁ ଆଜି ଯାଏଁ ପୁରୁଣା ୧୦ ଟି ଦୋକାନ ଗୃହ କୁ ବ୍ୟବସାୟୀ ଙ୍କୁ ଆବଣ୍ଟନ ନକରି ବନ୍ଦ କରି ରଖିବା ପଞ୍ଚାୟତ ତଥା ବ୍ଲକ ପ୍ରଶାସନ ର ସଦ ଇଚ୍ଛା ର ଅଭାବ ରହିଥିବା ସାଧାରଣ ରେ ଆଲୋଚନା ହେଉଛି। ଅନ୍ୟ ପଟେ ବହୁବାର ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ତଥା କଂଗ୍ରେସ ନେତା ଗୋକୁଳ କର ଙ୍କ ପକ୍ଷରୁ ବ୍ଲକ୍ ପ୍ରଶାସନ କୁ ଦୋକାନ ଗୃହ ଗୁଡ଼ିକୁ ଆବଣ୍ଟନ କରିବାକୁ ଦାବି ଜଣାଇଥିଲେ ସୁଦ୍ଧା ଆଜି ଯାଏଁ ଏହା କାର୍ଯକାରୀ ହୋଇ ପାରିନଥିବା ଶ୍ରୀ କର ମତପୋଷଣ କରିଛନ୍ତି। ଅନ୍ୟ ପଟେ ମନ୍ତ୍ରୀଡି ଠାରେ ସିଦ୍ଧ ଭୈରବୀ ମନ୍ଦିର ରହିଥିବା ବେଳେ ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁ ଏଠାରେ ଭିଡ଼ ଜମାଇ ଥାନ୍ତି । ଶ୍ରଦ୍ଧାଳୁ ଙ୍କ ସୁବିଧା ନିମନ୍ତେ ଉକ୍ତ ସ୍ଥାନରେ ବେପାରୀ ମାନେ ଅସ୍ଥାୟୀ ପାଲ ଟାଣି ବେପାର କରି ଆସୁଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ୧୩ ବର୍ଷ ପରେ ମଧ୍ୟ ନିର୍ମାଣ କରାଯାଇଥିବା ଦୋକାନ ଗୃହ କୁ ଆବଣ୍ଟନ ନକରାଯାଇ ସ୍ଥାନୀୟ ବେପାରକୁ ଉପେକ୍ଷା କରାଯାଇଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି। ଏଣୁ ପ୍ରଶାସନ ସମେତ ନିଜେ ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ ନିଜେ ଏଥିପ୍ରତି ଗୁରୁତ୍ବ ଦେଇ ଦୋକାନ ଗୃହ ଗୁଡ଼ିକୁ ଆବଣ୍ଟନ କରାଇବାରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories