ପିର ଯାହାନିଆଁ ବେଳାଭୂମି ସଫେଇ l
ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରିଆନା ଗ୍ରାମ ପଂଚାୟତ ର ପିର ଜାହାନିଆଁ ବେଳାଭୂମି ରେ ଅନୁଷ୍ଠିତ ହୋଇ ଥିବା ତିନି ଦିନ ଧରି ବାଲି ଯାତ୍ରା ସରିଗଲା ପରେ ବୁଧବାର ଦିନ ବିସ୍ଥିର୍ଣ୍ଣ ବାଲିଯାତ୍ରା ପ୍ରାନ୍ତର,ଝାଉଁ ଜଙ୍ଗଲ ର ବଣ ଭୋଜି ସ୍ଥଳ, ସମୁଦ୍ର ବେଳାଭୂମି ଆଦି ସଫେଇ କରା ଯାଇ ଅଛି l ଏହି ସଫେଇ କାର୍ଯ୍ୟକ୍ରମ ରେ ଛୁରିଅନା ଗ୍ରାମ ପଞ୍ଚାୟତ ର ସରପଞ୍ଚ କ୍ଷୀରୋଦ କାଣ୍ଡି ଙ୍କ ସମେତ କେତେକ ୱାର୍ଡ ସଭ୍ୟ,ବେଳାଭୂମି ସାହିତ୍ୟ ସଂସଦ ର ସମ୍ପାଦକ ଦୁଃଶାସନ ନାୟକ, ସଂଯୋଜକ ଶୋଭାକାର ବେହେରା, ସାଂସ୍କୃତିକ ସମ୍ପାଦକ ସମ୍ପଦ ରଥ, ସାମ୍ବାଦିକ ବିଶ୍ଵ ଭୂଷଣ ବିଶ୍ଵଶ୍ରୀ,ବନ ସୁରକ୍ଷା ସମିତି ଗୁଣ୍ଡଳଵା ସଭ୍ୟ ସଭ୍ୟା ଆଦି ସାମିଲ ଥିଲେ l ଏହି ସଫେଇ ର ସ୍ରମସ୍ତ ଅଳିଆ ତଥା ବର୍ଜ୍ୟ ବସ୍ତୁ ଏକତ୍ରିତ କରା ଯାଇ ଡ଼ମ୍ପିଙ୍ଗି ୟାର୍ଡ ରେ ଜମା କରା ଯିବା ପରେ ଟ୍ରାକ୍ଟର ସହାୟତାରେ ଅନ୍ୟତ୍ର ସ୍ଥାନାନ୍ତରିତ କରା ଯିବାର ପ୍ରସ୍ଥାବ ରହିଛି, l ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକା ଠାରୁ ଆରମ୍ଭ ହୋଇ, ମଧ୍ୟାନ୧୨ଘଟିକା ପର୍ଯ୍ୟନ୍ତ ଚାଲି ଥିଲା l

