Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଭାଷା ଅନ୍ଦୋଳନରେ ମାୟାଧର ମାନସିଂହ ପ୍ରମୁଖ ସାରଥି ଥିଲେ

ସମ୍ବଲପୁର:ଓଡ଼ିଶା ସାଂସ୍କୃତିକ ସମାଜ ଓ ଓଡ଼ିଆ ବିଭାଗ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ଆଜି ମାୟାଧର ମାନସିଂହଙ୍କ 120 ତମ ଜୟନ୍ତୀ ପାଳନ କରାଯାଇଛି l ସଭାପତି ଡ ପରେଶ ଦାନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାକୁ ସଂଯୋଜନା କରିଥିଲେ ଡ ଲକ୍ଷ୍ମୀପ୍ରିୟା ବେହେରା ଓଡ଼ିଆ ବିଭାଗ ମୁଖ୍ୟ l ବିଶ୍ଵବିଦ୍ୟାଳୟର ପାଠାଗାର ଠାରେ ଥିବା କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ଛାତ୍ରୀ ପ୍ରତିଭାରାଣୀ ଦୀପ ଓ ଡ଼ୁଲେଶ୍ୱରୀ ବାଗ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ l ସ୍ନାତକୋତ୍ତର ଛାତ୍ରୀ ତୃଷ୍ଣା ଦାଶ କବିଙ୍କୁ ଶବ୍ଦ ଶ୍ରଦ୍ଧାଞ୍ଜଳି ଦେଇଥିଲେ lସଭାପତି ଡ ଦାନୀ ମାନସିଂହଙ୍କ ଆଠ ବର୍ଷ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଜ ନିର୍ଭୀକ ତଥା ଛାତ୍ରବତ୍ସଳ ହୃଦୟ ନେଇ ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ l ସମ୍ପାଦକ ଶ୍ରୀ ଦୀନବନ୍ଧୁ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ଓଡିଶା ସାଂସ୍କୃତିକ ସମାଜର ଆଭିମୁଖ୍ୟ ତଥା ଗତ 55 ବର୍ଷ ଧରି ଏ ଅଞ୍ଚଳର କଳା,ସାହିତ୍ୟ, ସଂସ୍କୃତି ଓ ଭାଷାକୁ ନେଇ କାର୍ଯ୍ୟକ୍ରମ କରି ଆଗାମୀ ପୀଢୀ ମଧ୍ୟରେ ସଚେତନତା ସୃଷ୍ଟି କରୁଛି ବୋଲି କହିଥିଲେ l ମୁଖ୍ୟ ବକ୍ତା ପ୍ରାକ୍ତନ ଓଡିଆ ବିଭାଗୀୟ ମୁଖ୍ୟ, ସମ୍ବଲପୁର ବିଶ୍ଵବିଦ୍ୟାଳୟ ପ୍ରଫେସର ଅଶୋକ କୁମାର ଦାଶ ମାନସିଂହଙ୍କର ଜୀବନୀ ବର୍ଣ୍ଣନା କରି 1945 ମସିହାରେ ତାଙ୍କ ପ୍ରକାଶିତ ‘ସ°ଖ’ ପତ୍ରିକାରେ ପ୍ରଥମ ପ୍ରକାଶିତ ସମ୍ବଲପୁରୀ କବିତା ନାଗଫୁଡି ପଣ୍ଡାଙ୍କ ଲିଖିତ ପାସରି ଦେବୁ କାଏଁନ୍ ପାଠ କରି ମାନସିଂହଙ୍କ ଉଦାର ହୃଦୟର ପରିଚୟ ଦେଇଥିଲେ l ତାଙ୍କ ସାରସ୍ଵତ ସ୍ରୁଷ୍ଟି ତାଙ୍କୁ ଅମର କରି ରଖିବ ବୋଲି ଅବିହିତ କରିଥିଲେ l ମୁଖ୍ୟ ଅତିଥି ପ୍ରଫେସର ସୁଶାନ୍ତ କୁମାର ଦାଶ ଛାତ୍ରଛାତ୍ରୀମାନେ କବିଙ୍କର ସୃଷ୍ଟିର ମାନବବାଦୀ ଚିନ୍ତାଧାରା ଅଧ୍ୟୟନ କରିବାକୁ ଆହ୍ଵାନ କରିଥିଲେ l ଓଡ଼ିଆ ବିଭାଗ ମୁଖ୍ୟ ଡ ବେହେରା ଓଡିଶା ସାଂସ୍କୃତିକ ସମାଜ ର ଏପରି ପ୍ରୟାସକୁ ସାଧୁବାଦ ଜଣାଇଥିଲେ l ଶେଷରେ ଅଧ୍ୟାପକ ଡ ଶ୍ରୀବନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ