ମରଣ ଯନ୍ତା ପାଲଟିଛି ରେଲୱେ ରାସ୍ତା, ଦୁର୍ଘଟଣା କୁ ଆମନ୍ତ୍ରଣ…ରାସ୍ତା କେଉଁ ବିଭାଗ ର ଉଠିଛି ପ୍ରଶ୍ନ…
ଲକ୍ଷ୍ମୀପୁର ୧୩/୧୧
ଲକ୍ଷ୍ମୀପୁର ଠାରୁ ରେଲୱେ ଦେଇ ଓଡ଼ିଆପେଣ୍ଠ ପଞ୍ଚାୟତ ର ସିଙ୍ଗାରାମ ଯାଏଁ ୧୪ କିଲୋମିଟର ରାସ୍ତା ମରଣ ଯନ୍ତା ପାଲଟିଛି।୬୦କୋଟି ଟଙ୍କା ବ୍ୟୟ ରେ ଏକ ଘରୋଇ କମ୍ପାନୀ ତରଫରୁ ଉକ୍ତ ରାସ୍ତା ନିର୍ମାଣ କରାଯାଇଥିଲା।କାମ ସାରି ଛଅ ମାସ ନପୂରୁଣୁ ରାସ୍ତା ଅବସ୍ଥା ସୋଚନୀୟ ହୋଇ ପଡିଛି।ଉକ୍ତ ରାସ୍ତାର ରେଲୱେ ପାଖ ବ୍ରିଜ ନିକଟରେ ରାସ୍ତା ଦବି ଯାଇ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଈଛି।ଦୈନିକ ଉକ୍ତ ରାସ୍ତାରେ ଶତାଧିକ ହାଇୱା ସହ ଅନେକ ଗାଡି ଚଳ ପ୍ରଚଳ କରୁଥିବାରୁ ରାସ୍ତା ଓ ବ୍ରିଜ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। କେତେବେଳେ ତାହା ଭୁସୁଡ଼ି ତଳକୁ ଖସି ଜିବ ତାହା କହିବା ମୁସ୍କିଲ ହୋଇ ପଡିଛି।ବ୍ରିଜ ସମ୍ମୁଖରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି,ବର୍ତମାନ ଅନ୍ୟ ଛୋଟ ବଡ଼ ଯାନବାହାନ ଚଳ ପ୍ରଚଳରେ ବାଧା ଦେଖା ଦେଇଛି… ତିନି ଦିନ ତଳେ ଜଣେ ବୁଲେଟ ଚାଳକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିବା ବେଳର ଟିକିରି ଅଞ୍ଚଳର ଜଣେ ମଟର ସାଇକଲ ଚାଳକ ସେଠାରେ ପଡି ଖଣ୍ଡିଆ ଖାବରା ହୋଇଥିବା ସୂଚନା ମିଳିଛି।ବର୍ତମାନ ଉକ୍ତ ରାସ୍ତା କେଉଁ ବିଭାଗ ଅଧୀନ ରେ ରହିଛି ତାହାକୁ ନେଇଁ ଉଠିଛି ପ୍ରଶ୍ନ, ଉକ୍ତ ରାସ୍ତାର ମରାମତି ଦାୟିତ୍ୱ କାହାର ତାହା ଜଣା ପଡୁନଥିବା ବେଳେ ରାସ୍ତା ମରାମତି ଦିଗରେ ଦୃଷ୍ଟି ନଦେଇ ଘରୋଇ କମ୍ପାନୀ କେବଳ ବକ୍ସାଇଟ ଭଳି କଞ୍ଚାମାଲ ବୋହିବାରେ ବ୍ୟସ୍ତ ଅଛି।ରାସ୍ତା ତିଆରି କରିବା ସମୟରେ ଅଞ୍ଚଳ ର ଅନେକ ଲୋକଙ୍କ ପଟା ଜମି କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜମି ମଧ୍ୟ ଅଧିଗ୍ରହଣ କରି ରାସ୍ତା ତିଆରି କରିଦେଲା, ରାସ୍ତା ର ଉଭୟ ପାର୍ଶ୍ଵ ରେ ଗାର୍ଡ ୱାଲ ସହ ଗାଁ ନିକଟ ମାନଙ୍କ ରେ ଡ୍ରେନ କରାଯିବ ବୋଲି କୁହାଯାଇଥିଲା,ଏପରିକି କିଛି ଜମି ହରାଇଥିବା ବ୍ୟକ୍ତି ଙ୍କୁ ଭତ୍ତା କରାଇଦେବି ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲା,ହେଲେ ରାସ୍ତା ତିଆରି କରି ବକ୍ସାଇଟ ପାରିବହନ ଆରମ୍ଭ ହୋଇଯିବା ପରେ ଠିକାଦାର ଛୁ ମାରିଦେଇଥିବା ବେଳେ ବର୍ତ୍ତମାନ ଆଉ କାହାର ଦେଖା ମିଳୁନାହିଁ, ସେହି ରାସ୍ତା ଦେଇ ରେଳ ଷ୍ଟେସନ ପଡୁଥିବାରୁ ପ୍ରାୟ ଅଧିକାଂଶ ସମୟ ଲୋକେ ତରବରିଆ ଭାବେ ମଧ୍ୟ ଯିବା ଆସିବା କରିଥାନ୍ତି ତେଣୁ ଆଗକୁ ଯେ କୌଣସି ବଡ଼ ଧରଣ ର ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ର ନଜର ଏଥି ପ୍ରତି ପଡିବା ନିହାତି ଦରକାର ହୋଇ ପଡିଛି।କିଛି ଜମି ହରା ଆଗକୁ ଏନେଇଁ ପୁଣି ବକ୍ସାଇଟ ଗାଡି କୁ ଅଟକ ରଖିବେ ବୋଲି ମଧ୍ୟ ସୂଚନା ମିଳିଛି।

