Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଖଟିବାକୁ ଜାଇଥିବା ନିଖୋଜ ବୃଦ୍ଧା ୨୦ ଦିନ ପରେ ଉଦ୍ଧାର

କୋରାପୁଟ.୨୧।୦୫ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଅନେକ ଦୁର୍ଗମ ଅଞ୍ଚଳ ଏବେବି ଦାରିଦ୍ର ସୀମାରେଖା ତଳେ ଏବେବି ରହିଛି।
ବନ୍ଧୁଗାଁ ବ୍ଲକରେ ଅନେକ ଉନୟନ ମୁଳକ କାର୍ଯ୍ୟ ହେଉଥିଲେ ମଧ୍ୟ ଠିକାଦାର ମାନେ ଶୀଘ୍ର କାମ ସରେଇ ବିଲ୍ ଉଠାଇବା ପାଇଁ ମେସିନ୍ ମାଧ୍ୟମରେ କାମ ସାରୁଛନ୍ତି।ଯାହା ସେଠାକାର ଗରିବ ଖଟିଖିଆ ଶ୍ରମିକ ମାନଙ୍କ ଉପରେ ତାର ପ୍ରଭାବ ପଡୁଛି।ଉକ୍ତ ଗ୍ରାମ ଗୁଡିକରେ ବସ ବାସ କରୁଥିବା ଗରିବ ଆଦିବାସି ପରିବାର କୌଣସି କାମ ଧନ୍ଦା ପାଉ ନଥିବାରୁ ବାଧ୍ୟ ହୋଇ ପଡୋଶୀ ଆନ୍ଧ୍ର ପ୍ରଦେସକୁ ଦାଦନ ଖଟିବାକୁ ଚାଲି ଜାଉଛନ୍ତି।ଫଳରେ ଦାଦନ ଖଟିବାକୁ ଜାଇ ସେମାନେ ଅନେକ ଅସୁବିଧାର ସମୁଖିନ ମଧ୍ୟ ହେବାକୁ ପଡୁଛି।ଏଇ କ୍ଷେତ୍ରରେ ତୁରୁକ୍ ପେଟା ଗ୍ରାମର ଜଣେ ବୃଦ୍ଧା ଆରସଡା ପାର୍ବତୀ ପରିବାର ଚଳାଇବା କଷ୍ଟ ହେଉଥିବା ଦେଖି ପଡୋସି ଆନ୍ଧ୍ରପ୍ରଦେସକୁ ଦାଦନ ଖଟିବାକୁ ଜାଇ ବିଜୟଓ୍ଵାଡା ଜିଲ୍ଲା କଟେଲ୍ ଗ୍ରାମର ଏକ କମ୍ପାନିରେ କାମ କରୁଥିଲେ।କିଛି ଦିନ ଧରି ସେଠାରେ କାମ କରିବା ପରେ ରୋଜଗାର କରିଥିବା ପାରିଶ୍ରମିକ ଧରି ଟ୍ରେନରେ ଫେରୁଥିବା ବେଳେ ଚଳିତ ମାସ ତିନି ତାରିଖ ଦିନ କେଉଁ ଆଡେ ନୋଖୋଜ ହୋଇ ଜାଇଥିଲେ।ଏନେଇ ଗରିବ ପରିବାର ଥାନାର ଦ୍ଵାରସ୍ତ ହେବା ପରିବର୍ତେ ଭଗବାନଙ୍କ ଭରସାରେ ରହିଗଲେ।ହେଲେ ଦିର୍ଘ ୨୦ ଦିନ ପରେ ଆଜି ତାଙ୍କର ସନ୍ଧାନ ମିଳିଛି।ବନ୍ଧୁଗାଁ ଅଞ୍ଚଳର ମିନା ବେବରା,ସଲମନ ଏନୁଗୁଲା,ପବିତ୍ର ବେବରା ଓ ସାମୁଏଲ ବାଙ୍ଗାରୀ ୪ ଜଣ ଯୁବକ ଏକ ଅନ୍ତେଷ୍ଟି କ୍ରିଆରେ ଯୋଗଦେବା ପାଇଁ ଜାଇ ଥିବା ବେଳେ ପାର୍ବତୀପୁର ବଜାର ଉପରେ ବୃଦ୍ଧା ଜଣକ ବୁଲୁଥିବା ଦେଖି ତାଙ୍କୁ ଉଧାର କରିଥିଲେ।ଖବର ଲେଖା ହେବା ପର୍ଯ୍ୟନ୍ତ ସେମାନେ ଘରକୁ ଫେରି ନଥିଲେ ମଧ୍ୟ ବୃଦ୍ଧାଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି।ବ୍ଲକରେ ଆମ ଜିଲ୍ଲା ପ୍ରସାସନର ଅପାରଗତା ପାଇଁ କାମ ଆଶାରେ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଥିବାରୁ କିପରି ଏହା ରୋକା ଜାଇ ପାରିବ ସେଥି ପ୍ରତି ପ୍ରସାସନ ଦୃଷ୍ଟି ଦେବା ନିହାତି ଦରକାର ବୋଲି ସାଫଦାରଣରେ ମତ ପ୍ରକାସ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ