Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୯ତମ ପୁରୀ ଜିଲ୍ଲାବିଦ୍ୟାଳୟ ସମୂହ କବାଡିପ୍ରତି ଯୋଗିତା =୨୦୨୫

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ସ୍ତରିୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ୨୦୨୫ ଦୁଇ ଦିନ ଧରି ଅସ୍ତରଙ୍ଗ ବ୍ଲକ ପଡିଆ ପରି ସରରେ ଅନୁଷ୍ଠିତ ହୋଇ ଯାଇ ଅଛି l ଗୁରୁବାର ଓ ଶୁକ୍ରବାର, ଦୁଇ ଦିନ ଧରି ଜିଲ୍ଲା ସ୍ତରିୟ ଅନୁଷ୍ଠିତ ଏହି କବାଡି ପ୍ରତିଯୋଗିତା କୁ ପ୍ରଥମ ଦିବସ ରେ ଉଦ୍ଘାଟନ କରିଥିଲେ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ l ମୁଖ୍ୟ ବକ୍ତା ଭାବେ ସମାଜସେବୀ ପ୍ରତାପ ପରିଡା, ଯୋଗ ଦାନ କରିଥିବା ବେଳେ ଅନ୍ୟତମ ଅତିଥି ଥିଲେ, ବ୍ଲକ ଉପାଧ୍ୟକ୍ଷ ଦୃଜୟ ମିଶ୍ର, ଜଗତସିଂହପୁର ସଂସଦଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ, ବିଭୁଦତ ନାୟକ, ଜିଲ୍ଲା ସହ ଶିକ୍ଷାଧିକାରୀ ଦୁତି କୃଷ୍ଣ ପ୍ରଧାନ ଶାରୀରିକ ଶିକ୍ଷାଧୀଶ ମହେନ୍ଦ୍ର କୁମାର ବିଶ୍ୱାଳ ପ୍ରମୁଖ l ଏହି ପ୍ରତି ଯୋଗିତାରେ ପୁରୀ ଜିଲ୍ଲାର ୧୧ଗୋଟି ବ୍ଲକ ରୁ ୫୨୮ଜଣ ପ୍ରତି ଯୋଗୀ ଓ ୮୪ଜଣ ପ୍ରସିକ୍ଷକ ଯୋଗ ଦାନ କରି ଥିଲେ l ୧୭ବର୍ଷ ରୁ ବାଳକ ପ୍ରତିଯୋଗିତା
ରେ ଅସ୍ତରଙ୍ଗ ହାଇ ସ୍କୁଲ ଟ୍ରଫି ହାସଲ କରି ଥିବା ବେଳେ, ସତ୍ୟବାଦୀ ରନର୍ସ ହୋଇଥିଲା l ସେହିପରି ୧୪ବର୍ଷ ର ବାଳକରେ ନିମାପଡା ପ୍ରଥମ ରହିଥିବା ବେଳେ, ଡେଲାଙ୍ଗ ଦ୍ୱିତୀୟ ହୋଇଥିଲା l ୧୭ବର୍ଷ ର ବାଳିକା କବାଡିରେ ଡେଲାଙ୍ଗ ପ୍ରଥମ ଓ ସତ୍ୟବାଦୀ ଦ୍ୱିତୀୟ, ୧୪ବର୍ଷ ବାଳିକାରେ ଡେଲାଙ୍ଗ ଚମ୍ପିୟାନ ଓ ନିମାପଡା ରନର୍ସ ଅଫ ହାସଲ କରି ଥିଲେ l ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଶିକ୍ଷାବିତ ପ୍ରମୋଦ କୁମାର ନାୟକ ରସିଥିବା ବେଳେ, ବକ୍ତା ଭାବେ ରହିଥିଲେ ତାହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ସେହିପରି ସମ୍ମାନିତ ଅତିଥିଥିଲେ ଅସ୍ତରଙ୍ଗ ବ୍ଲକ ବି ଡି ଓ, ସସ୍ମିତା ବେହେରା, ବ୍ଲକ ଶିକ୍ଷାଧିକାରି ରଂଜିତ ସ୍ୱାଇଁ, ଓ ଜୟନ୍ତ ପରିଡା ପ୍ରମୁଖ ଉପସ୍ଥିତ ରହି ବିଜୟୀ ଦଳଙ୍କୁ ଟ୍ରଫି ସହ ରନର୍ସ ଅପ ପ୍ରଦାନ କାରି ଥିଲେ l ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପରିଡା ସଂଗଠନ ର ସମ୍ପାଦକ ରହିଥିବା ବେଳେ,ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ