ନୂଆପଡା ଉପନିର୍ବାଚନ ଥିଲା ସୁସ୍ଥ ଗଣତନ୍ତ୍ର ଓ ଖୋଲା ଅବାଧ ନିର୍ବାଚନର ପ୍ରତୀକ -ରାଜ୍ୟ ବିଜେପି ପ୍ରବକ୍ତା ମାନସ ବକ୍ସି
ସମ୍ବଲପୁର:ନୂଆପଡା ନିର୍ବାଚନ ର ଫଳାଫଳ ପାଇଁ ନୂଆପଡାବାସୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ କାରଣ ଏହା ନୂଆପଡାବାସୀ ଙ୍କ ବିଜୟ।୮୩.୪୫ % ମତଦାନ ଓ ମହିଳା ଙ୍କ ସର୍ବାଧିକ ଭାଗିଦାରୀ ଏକ ସୁସ୍ଥ ଗଣତନ୍ତ୍ର ଓ ଖୋଲା ଅବାଧ ନିର୍ବାଚନ ର ପ୍ରତୀକ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ବିଜେପିର ରାଜ୍ୟ ପ୍ରବକ୍ତା ମାନସ ବକ୍ସି କହିଛନ୍ତି।
ଜାତି, ଧର୍ମ, ବର୍ଣ୍ଣ, ପ୍ରନ୍ତୀୟ ବିଚାରଧାରା ରୁ ଉର୍ଦ୍ଧ୍ବ କୁ ଉଠି ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ସମର୍ଥନ କରି ବିଜେପି କୁ ଐତିହାସିକ ବିଜୟ ଦେଇଥିବାରୁ ସମସ୍ତ ନୂଆପଡବାସୀ ଙ୍କୁ ସେ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।ନୂଆପଡା ଉପ ନିର୍ବାଚନ ରେ କାର୍ଯ୍ୟରତ ସମସ୍ତ ସ୍ଥାନୀୟ, କ୍ଷେତ୍ରୀୟ ସ୍ତରୀୟ, ରାଜ୍ୟ ସ୍ତରୀୟ, ଜାତୀୟ ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇବା ସହ ସମ୍ବଲପୁର ଗଣମାଧ୍ୟମ କ୍ଷେତ୍ର ର ଗଣମାଧ୍ୟମ ସଂଯୋଜକ ଭାବେ ତାଙ୍କୁ ନୂଆପଡା ଉପନିର୍ବାଚନ ରେ ଗଣମାଧ୍ୟମ ପରିଚାଳନା ର ସମ୍ପୂର୍ଣ୍ଣ ଓ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରିଥିବାରୁ ରାଜ୍ୟ ସଭାପତି ମନ ମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି, ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଙ୍କୁ ଧନ୍ୟବାଦ କୃତଜ୍ଞତା ଜ୍ଞାପନ କରିଛନ୍ତି ।ନୂଆପଡା ନିର୍ବାଚନ ରେ ବିଜେପି ର ମୁଖ୍ୟମନ୍ତ୍ରୀ ଙ୍କ ଠୁଁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପରିଷଦ ର ମନ୍ତ୍ରୀଗଣ, ବିଧାୟକ ସଂସଦ ଙ୍କ ସମେତ ବିଜେପି ର ରାଜ୍ୟ, ଜିଲ୍ଲା, ମଣ୍ଡଳ, ଶକ୍ତିକେନ୍ଦ୍ର, ବୁଥ ସ୍ତରୀୟ ଦଳୀୟ ପଦାଧିକାରୀ କର୍ଯ୍ୟକାର୍ତ୍ତା ଙ୍କ ମିଳିତ ଉଦ୍ୟମ ଅକ୍ଲାନ୍ତ ପରିଶ୍ରମ ପାଇଁ ବିଜେପି କୁ ଐତିହାସିକ ବିଜୟ ମିଳିଛି। କେନ୍ଦ୍ର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୧୧ ବର୍ଷ ଓ ରାଜ୍ୟ ରେ ମୋହନ ଚରଣ ମାଝୀ ଙ୍କ ୧୭ ମାସ ର ଦୁର୍ନୀତିମୁକ୍ତ, ଭ୍ରଷ୍ଟାଚାରମୁକ୍ତ, ସୁଶାସନ ଓ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା କୁ ଏ ପ୍ଲସ ଗ୍ରେଡ ର ପ୍ରମାଣପତ୍ର ଦେଇଛନ୍ତି ନୂଆପଡାବାସୀ ବୋଲି ସେ କହିଛନ୍ତି।
ରାଜ୍ୟ ସଭାପତି ମନ ମୋହନ ସାମଲ ଓ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ଙ୍କ ତୃଣମୂଳ ସ୍ତରୀୟ ସାଂଗଠନିକ ଦକ୍ଷତା ସହିତ ନୂଆପଡା ଉପନିର୍ବାଚନ ପ୍ରଭାରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସହପ୍ରଭାରୀ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ରାଜନୈତିକ ଅଭିଜ୍ଞତା ଓ ଗୋଟିଚାଳନା କାମ କରିଥିବା ସେ ସ୍ୱୀକାର କରିଛନ୍ତି।ଆଜି ବିଜେପିକୁ ଏହି ଐତିହାସିକ ବିଜୟ ପଛରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କମଲେଶ ଦୀକ୍ଷିତ, ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢ଼ୀ, ଇଂ. ହୋମସିଂ ମାଝୀ, ଖାଁମସିଂ ମାଝୀ, ଅଭିନନ୍ଦନ ପଣ୍ଡା ଭଳି ନେତା ଙ୍କ ମିଳିତ ଉଦ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଯାହାକି ଏକତା ଓ ସଂହତିର ଏକ ନିଦର୍ଶନ ବୋଲି ସେ କହିଥିଲେ।
ଡବଲ ଇଞ୍ଜିନ ସରକାର ର ରେଳ ଗାଡି ରେ ୭୯ ନମ୍ବର ରେଳ ଡବା ଭାବେ ଯୋଡି ହେଇଛି ନୂଆପଡା।ଠିକ ସେହିପରି “ମୋଦି ମ୍ୟାଜିକ ଧର୍ମେଦ୍ର ଟ୍ରିକ” ସହିତ ନୀତିଶ କୁମାର ଙ୍କ ନେତୃତ୍ୱ ରେ ବିହାର ରେ ସଫଳତାର ସହ ଚାଲିଥିବା ଇଣ୍ଡିଏ ସରକାର ଉପଲବ୍ଧି ବିହାର ବିଧାନସଭା ନିର୍ବାଚନ ରେ ଇଣ୍ଡିଏ ର ଐତିହାସିକ ବିଜୟ ହୋଇଛି। ଏପରିକି ସମ୍ବଲପୁର ପାଇଁ ଏକ ଖୁସୀ ର ବିଷୟ ଯେ ଜଣେ ଦକ୍ଷ ଦୂର ଦୃଷ୍ଟି ସମ୍ପନ୍ନ ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଆମର ସାଂସଦ ଭାବେ ପାଇଛି।ସଙ୍ଗଠନ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ସେ ତାକୁ ବହୁତ ଭଲ ଭାବେ ତୁଲାଇଛନ୍ତି ।ଏବିଭିପି ରେ ରାଷ୍ଟ୍ରୀୟ ଦାୟିତ୍ୱ, ବିଜେପି ଯୁବ ମୋର୍ଚ୍ଚା ପାଇଁ ରାଷ୍ଟ୍ରୀୟ ଦାୟିତ୍ୱ ପାଇଥିବା ସମୟ ରେ ନିଜର ପରିଶ୍ରମ ରେ ସଙ୍ଗଠନ କୁ ସକ୍ରିୟ ଓ ମଜଭୁତ କରିଥିଲେ ।ସରକାର ରେ ପେଟ୍ରୋଲିଅମ ମନ୍ତ୍ରୀ ଥିବାବେଳେ ଉଜ୍ବଲା ଯୋଜନା ର ଐତିହାସିକ ସଫଳତା ପାଇଁ ଉଜ୍ବଲା ମ୍ୟାନ ର ଆଖ୍ୟା ପାଇଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହେଲା ପରେ ନୂତନ ଶିକ୍ଷା ନୀତି ୨୦୨୦ପ୍ରଚଳନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇ ତାହା କାର୍ଯ୍ୟାନ୍ବିତ କରୁଛନ୍ତି।୧୦୧୦ ରେ ତାଙ୍କୁ ପ୍ରଥମ ବିହାର ନିର୍ବାଚନ ଦାୟିତ୍ୱ ଦିଆ ଯାଇଥିଲା, ସେ ସଫଳତା ର ସହ ତାକୁ ସମ୍ପନ୍ନ କରିଥିଲେ।୧୦୧୨ ରୁ ୧୦୧୮ ବିହାର ରୁ ରାଜ୍ୟ ସଭା ସାଂସଦ ଭାବେ ନିର୍ବାଚିତ ହୋଇ ବିହାର ର କୋଣ ଅନୁକୋଣରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ।୨୦୧୪ ରେ ତାଙ୍କର ନେତୃତ୍ୱ ରେ ବିହାର ରୁ ଇଣ୍ଡିଏ ର ୩୧ ଜଣ ସାଂସଦ ନିର୍ବାଚିତ ହୋଇଥିଲେ।ସେ ସମୟ ରେ ନୀତିଶ କୁମାର, ସ୍ବର୍ଗତ ରାମ ବିଳାସ ପାଶ୍ୱନ ଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିଥିଲେ ।ଏହାପରେ ଲୋକ ଜନ ଶକ୍ତି ପାର୍ଟି ର ଚିରାଗ ପାଶ୍ୱନ, ଏଚଏଏମ ର ଜିତେନ ରାମ ମାଝୀ, ଆରଏଲଏମ ର ଉପେନ୍ଦ୍ର କୁଶବାଃ ଙ୍କ ସହିତ ସୁସମ୍ପର୍କ ସ୍ଥାପନ ପାଇଁ ଇଣ୍ଡିଏ ମଜଭୁତ ହୋଇପାରିଛି ।ଇଣ୍ଡିଏ ର ମଜଭୁତ ଗଠବନ୍ଧନ ର ସୁସମ୍ପର୍କ ଓ ସୁପରିଚାଳନା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟା ପ୍ରଶଂସା ଯୋଗ୍ୟ ହୋଇଥିବା ବିଜେପି ପ୍ରବକ୍ତା ଶ୍ରୀ ବକ୍ସି କହିଛନ୍ତି।
ପ୍ରାରମ୍ଭରେ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ କୁମାର ଷଡଙ୍ଗୀ ସ୍ୱାଗତ କରିଥିବା ବେଳେ ଧନ୍ୟବାଦ ଅର୍ପଣ କଲେ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା।
ଏଥିରେ ବିଜେପିର ବରିଷ୍ଠ ନେତା ଡ଼. ପ୍ରମୋଦ କୁମାର ରଥ, ସମୀର ରଞ୍ଜନ ବାବୁ, ସୁଶାନ୍ତ କୁମାର ପୁରୋହିତ, ମୁକେଶ ଜରିୱାଲ, ରଞ୍ଜିତ ରଥ ପ୍ରମୁଖ ଉପସ୍ଥିତ ଥିଲେ।

