ହସ୍ପିଟାଲରୁ ଶୁଭମନ ଗିଲ୍ ଡିସଚାର୍ଜ, ମ୍ୟାଚ୍ ଖେଳିବା ନେଇ ସନ୍ଦେହ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ବେକ ଯନ୍ତ୍ରଣା ପାଇଁ ଚିକିତ୍ସାଧୀନ ଥିବା ଭାରତର ଟେଷ୍ଟ ଅଧିନାୟକ ଶୁଭମନ ଗିଲ କୋଲକାତାର ଏକ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଗିଲ୍ ବେକ ବ୍ୟାଣ୍ଡ ପିନ୍ଧି ହସ୍ପିଟାଲରୁ ଧୀରେ ଧୀରେ ବାହାରକୁ ବାହାରୁଥିବା ଦେଖାଯାଇଥିଲା।
ESPNcricinfo ଅନୁଯାୟୀ, ଶନିବାର ଗୌହାଟୀରେ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟରେ ଖେଳିବା ନେଇ ସନ୍ଦେହ ରହିଛି। ମଙ୍ଗଳବାର ସକାଳେ କୋଲକାତାରେ ଭାରତର ଏକ ତାଲିମ ଅଧିବେଶନ ସ୍ଥିର ହୋଇଛି, କିନ୍ତୁ ଗିଲ୍ ଅଂଶଗ୍ରହଣ କରିବେ ନାହିଁ। ଦଳ ବୁଧବାର ଗୌହାଟୀ ଅଭିମୁଖେ ଯାତ୍ରା କରିବ, କିନ୍ତୁ ଡାକ୍ତରମାନେ ବେକ ସମସ୍ୟାରୁ ସୁସ୍ଥ ହେଉଥିବା ଯେକୌଣସି ବ୍ୟକ୍ତିଙ୍କୁ ବିମାନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି, ତେଣୁ ଗିଲ୍ ଦଳ ସହିତ ଯିବାର ସମ୍ଭାବନା କମ୍।
ଏକ ସାମ୍ବାଦିକ ସମ୍ମିଳନୀରେ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କହିଛନ୍ତି ଯେ ଗିଲଙ୍କ ଅବସ୍ଥା ଏପର୍ଯ୍ୟନ୍ତ ମୂଲ୍ୟାଙ୍କନ କରାଯାଉଛି ଏବଂ ଦଳର ଫିଜିଓ ଶୀଘ୍ର ଆଉ ଏକ ପର୍ଯ୍ୟାୟ ପରୀକ୍ଷା କରିବେ। ଗିଲଙ୍କ ଅନୁପସ୍ଥିତି ଯୋଗୁଁ କୋଲକାତା ଟେଷ୍ଟର ଚତୁର୍ଥ ଇନିଂସରେ ଭାରତ ଜଣେ ବ୍ୟାଟ୍ସମ୍ୟାନଙ୍କୁ ହରାଇ ଦେଇଥିଲା ଏବଂ ଶେଷରେ ଭାରତ ୩୦ ରନରେ ମ୍ୟାଚ୍ ହାରିଯାଇଥିଲା।

