Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିସେମ୍ବର ୨୪ରୁ ବରଗଡ଼ ଧନୁଯାତ୍ରା:ଏଥର କଂସ ଭୂମିକାରେ କମାଲ ଦେଖାଇବେ ଫ୍ଲିମ କଳାକାର ସୁଶୀଲ ମେହେର

ସମ୍ବଲପୁର: ସମସ୍ତଙ୍କୁ ପଛରେ ପକାଇ ଏଥର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ କଂସ ଭୂମିକାରେ ନିଜର କରିସ୍ମା ଦେଖାଇବେ ଜଣେ ଫ୍ଲିମ କଳାକାର। ଏଥିପାଇଁ ମୋହର ମାରିଛନ୍ତି ବରଗଡ଼ ଜିଲ୍ଲାପାଳ।
ଆଗାମୀ ଡିସେମ୍ବର ୨୪ ତାରିଖ ଠାରୁ ଏହି ଧନୁଯାତ୍ରା ଆରମ୍ଭ ହେବ । ଏଥିପାଇଁ ବିଗତ ୩ ଦିନ ଧରି ଚାଲିଥିବା ଧନୁଯାତ୍ରା ପାଇଁ କଳାକାର ଚୟନ ଆଜି ସଂପୂର୍ଣ୍ଣ ହୋଇଛି ।୧୧ ଦିନ ବ୍ୟାପୀ ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଚାଳିବ।କଂସ ମହାରାଜ ଭୂମିକା ପାଇଁ ୩୬ ଜଣ କଳାକାର ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ସୁଶିଲ କୁମାର ମେହେର କଂସ ଭୂମିକା ପାଇଁ ସମସ୍ତଙ୍କୁ ପଛରେ ପକାଇ ଚୟନ ହୋଇଛନ୍ତି । ସେ ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମରେ ଏକ କଳାକାର ପରିବାରର।କୌଳିକ ବୃତ୍ତିରେ ସେ ଜଣେ ସମ୍ବଲପୁରୀ ବୁଣାକାର ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ତାଙ୍କ ପରିବାରରେ ତାଙ୍କ ବାପା ଧନମାଲି ମେହେର ଜଣେ କଳାକାର। ସମ୍ବଲପୁରୀ ବେଡଶିଟ ତିଆରି କରିବାରେ ତାଙ୍କର ଭଳ ଅଭିଜ୍ଞତା ରହିଛି।ଆଖପାଖ ଅଞ୍ଚଳ ରେ ଗତ ୩୦ ବର୍ଷଧରୀ କଂସ, ରାବଣ, ମହିଶାସୁର, ତାଡକାସୁର ପ୍ରମୁଖ ଚରିତ୍ରରେ ଅଭିନୟ କରିଆସୁଥିଲେ । ସୋନପୁର ଜିଲ୍ଲାର ଉଲୁଣ୍ଡା ଓ ବୌଦ୍ଧ ଜିଲ୍ଲା ଧନୁଯାତ୍ରା ମହୋତ୍ସବରେ ସେ କଂସର ଭୂମିକା ନିର୍ବାହ କରିଛନ୍ତି।ସୁଶୀଲ ଜଣେ ମେଳାପୀ ମଣିଷ।ତାଙ୍କ ପରିବାରରେ ସ୍ତ୍ରୀ ସନ୍ତୋଷିନୀ ମେହେର ଏବଂ ଗୋଟିଏ ଝିଅ, ତିନିଟି ପୁଅ । ଶ୍ରୀ ମେହେର ଆଞ୍ଚଳିକ ଯାତ୍ରା ମାନଙ୍କରେ କେବଳ ସିମିତ ନରହି ସମ୍ବଲପୁରୀ ଚଳଚିତ୍ର ଆଦିମ ବିଚାର, ସଲାବୁଢା ବଦଲାରେ ମଧ୍ୟ ନିଜର କଳା ପ୍ରତିଭା ର ଛାପ ଦେଖେଇଛନ୍ତି। ଏବେ ମୁକ୍ତିଲାଭ ଅପେକ୍ଷାରେ ଥିବା ସମ୍ବଲପୁରୀ ଚଳଚିତ୍ର ଗୁଦୁନି ରେ ମୁଖ୍ୟ ଚରିତ୍ର ଭୂମିକାରେ ଅଭିନୟ କରିଛନ୍ତି ।
ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ କଂସ ମହାରାଜ ସୁଶୀଲ କୁମାର ମେହେରଙ୍କ ନାମ ସହ ଅନ୍ୟ କଳାକାରଙ୍କ ନାମ ଘୋଷଣା କରିଛନ୍ତି ।ଏହା ଘୋଷଣା ହେଵା ପରେ ବରଗଡ଼ ପାଇଁ ନଵାଗତ କୁହାଯାଉଥିବା କଂସ ସୁଶୀଲଙ୍କ କଳା ପ୍ରତିଭା ଉପରେ ସାରା ଓଡ଼ିଶାରେ ଚର୍ଚ୍ଚା ଧରିଥିବା ବେଳେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ ନିଜର କଂସ ହେବାର ସ୍ବପ୍ନ ପୂରଣ ହୋଇଛି।ଏହାକୁ ସେ ନିର୍ବାହ କରି ସାରା ଜଗତରେ ବରଗଡ଼ ଧନୁଯାତ୍ରା କୁ ଶୀର୍ଷ ଦରବାରରେ ରଖିବାକୁ ନିଜର ପ୍ରୟାସ ରଖିବେ ବୋଲି ସୁଶୀଲ କହିଛନ୍ତି।
ବରଗଡ଼ ଧନୁଯାତ୍ରା କଳାକାର ମନୋନୀତ ପାଇଁ ମୁଖ୍ୟ ବିଚାରକ ଭାବେ ବରିଷ୍ଠ କଳାକାର, ଶିଳ୍ପୀ, ସଂଗୀତଜ୍ଞ ଙ୍କ ମଧ୍ୟରେ ସର୍ବଶ୍ରୀ ସୁବାସ ପ୍ରଧାନ, ମିହିର ମେହେର, ପରମେଶ୍ୱର ମୁଣ୍ଡ, ପ୍ରଦୀପ ପଣ୍ଡା, ସୁଜିତ ପାତ୍ର ପ୍ରମୁଖ ରହିଥିଲେ । କଳାକାର ସମନ୍ୱୟ ସମିତିର ସମ୍ପାଦକ ଶୋକ ବେହେରା, ଆଇନଜୀବୀ ପୂର୍ଣ୍ଣ ଚନ୍ଦ୍ର ଦାଶ, ସୁନିଲ ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ନକୁଲ ବାଦି, ଗୁରୁ ଚରଣ ସାହୁ ପ୍ରଭାସ ରଞ୍ଜନ ମହଲାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ସମୟରେ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ