Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଖିଳ ଭାରତୀୟ କରାଟେ ପ୍ରତିଯୋଗିତା ରେ ସ୍ବର୍ଣ୍ଣ ପଦକ ଜିତିଲେ ଅନ୍ଵେଷା ପୁରୋହିତ, ୨ ରୌପ୍ୟ, ୪ କାଂସ

ସମ୍ବଲପୁର: ଉତ୍ତରପ୍ରଦେଶର ମଥୁରା ଠାରେ ଚଳିତ ମାସ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ହୋଇଥିବା ଅଖିଳ ଭାରତୀୟ କରାଟେ ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରି ସୁଶ୍ରୀ ଅନ୍ଵେଷା ପୁରୋହିତ ସ୍ଵର୍ଣ ପଦକ ହାସଲ କରିଛନ୍ତି l ସେହିପରି ଅନ୍ୟ ୨ ଜଣ ରୋପ୍ୟ ପଦକ ଓ ଚାରିଜଣ କାଂଶ୍ୟ ପଦକ ଲାଭ କରି ଓଡିଶାକୁ ଗୌରବନୀତ୍ୱ କରିଛନ୍ତି। ଏହି ସମସ୍ତ ଶିକ୍ଷାର୍ଥୀ ଧନୁପାଲି ଶିଶୁ ବିଦ୍ୟା ମନ୍ଦିରର।
ଏହି କୃତିତ୍ୱ ପାଇଁ ବୁଧବାର ବିଦ୍ୟାଳୟ ବୌଦ୍ଧିକ ମଣ୍ଡପ ଠାରେ ସେମାନଙ୍କୁ ବିଦ୍ୟା ଳୟର ପରିଚାଳନା ସମିତି ଙ୍କ ଉପସ୍ଥିତି ରେ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା l ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା, ସମସ୍ତ ଭାଇଭଉଣୀ ଓ ସଫଳତା ପାଇଥିବା ପ୍ରତିଯୋଗୀଙ୍କ ପିତା ମାତା ଉପସ୍ଥିତ ଥିଲେ l କରାଟେ ପ୍ରତିଯୋଗୀ ଙ୍କ ସହ ଯାଇଥିବା ବିଦ୍ୟାଳୟ ର ଶ୍ରୀମତୀ କୁଞ୍ଜଲତା ହୋତା ଓ ଅମୃତ ପଟେଲ ଓ ପ୍ରଶିକ୍ଷକ ଭବାନୀ ଶଙ୍କର ପଣ୍ଡା ଙ୍କୁ ମଧ୍ୟ ସମର୍ଦ୍ଧିତ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଙ୍କ ପୌରୋହିତ୍ୟରେ ସମର୍ଦ୍ଧିତ କାର୍ଯ୍ୟ ସମାପନ ହୋଇଥିଲା। ଏହି କୃତିତ୍ୱ ପାଇଁ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ର ସୁଅ ଛୁଟୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ