କୁଚିଣ୍ଡା ରେ ସାଂସଦ ଖେଳକୁଦ ପ୍ରତିଯୋଗୀତା ୨୦୨୫ ଉଦଘାଟିତ
ସମ୍ବଲପୁର:କୁଚିଣ୍ଡା ଠାରେ ବୁଧବାର ସାଂସଦ ଖେଳକୁଦ ପ୍ରତିଯୋଗୀତା ୨୦୨୫ ଉଦଘାଟିତ ହୋଇଯାଇଛି।
ମା ସମଲେଶ୍ବରୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ କୁଚିଣ୍ଡା ବ୍ଲକର ୧୭ ଗୋଟି ଗ୍ରାମପଞ୍ଚାୟତ ତଥା କୁଚିଣ୍ଡା ଏନ ଏ ସି ର ଖେଳାଳୀ ମାନଙ୍କ ଦ୍ଵାରା ଏକ ବର୍ଣ୍ଣାଢ଼୍ୟ ମାର୍ଚ୍ଚ ପାଷ୍ଟ ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି କ୍ରୀଡ଼ା ପତାକା ଉତ୍ତୋଳନ କରି ସମ୍ୟକ ବକ୍ତବ୍ୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ ଏହି ଦୁଇ ଦିନିଆ କ୍ରୀଡ଼ା ଉତ୍ସବର ଉଦଘାଟନ ଘୋଷଣା କରିଥିଲେ। ପରେ ଜଣେ ବରିଷ୍ଠ ଖେଳାଳୀଙ୍କ ଦ୍ଵାରା କ୍ରୀଡ଼ା ଶପଥ ପାଠ କରାଯାଇଥିଲା। କୁଚିଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଶିଲ କୁମାର କର ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁଚିଣ୍ଡା ପ୍ରମୋଦ କୁମାର ନାୟକ, ବରିଷ୍ଠ ଓକିଲ ଶୈଳେନ୍ଦ୍ର ନାୟକ, ବରିଷ୍ଠ ସମାଜସେବୀ ସୁଶିଲ ଅଗ୍ରୱାଲ, ଅରୁଣ କୁମାର ଅଗ୍ରୱାଲ ଜିଲ୍ଲା ପରିଷଦ ସଦସ୍ୟ ଦିବ୍ୟ ରାଜ କିସାନ ନାରୀ ନେତ୍ରୀ ଅନୁପମା ନାୟକ କୁଞ୍ଜଳତ ନାଏକ ଇମାନିଲ୍ ମୁନଡୁ ରଣା ପ୍ରତାପ ସିଂ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। କୁଚିଣ୍ଡା ନଗର ମଣ୍ଡଳ ସଭାପତି ପ୍ରାଣବନ୍ଧୁ ନାଥଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ସଂଗଠକ ବିଭୂତି କଲ୍ୟାଣ ପଟେଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଗତ କାଲି ୧୪ ବର୍ଷରୁ ୧୭ ବର୍ଷ ବୟସ ବିଶିଷ୍ଟ ଉଭୟ ପୁଅ ଓ ଝିଅ ବର୍ଗରେ ୧୦୦ ମିଟର ଦୌଡ଼, ୨୦୦ ମିଟର ଦୌଡ଼, ସଟ ପୁଟ, ଦିସକସ ଆଦି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୧୮ ରୁ ୨୩ ବର୍ଷ ଉଭୟ ପୁଅ ଏବଂ ଝିଅ ମାନଙ୍କ କବାଡ଼ି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ୧୦୦ ମିଟର ଦୌଡ଼ ବାଳିକା ବିଭାଗରେ ୧୨୦ ଜଣ, ବାଳିକା ବିଭାଗରେ ୧୪୦ ଜଣ, ୨୦୦ ମିଟର ଦୌଡ଼ ବାଳକ ବିଭାଗରେ ୧୦୫ଜଣ, ବାଳିକା ବିଭାଗରେ ୧୨୦ଜଣ, ସଟପୁଟ ବାଳକ ବିଭାଗରେ ୯୬ ଜଣ, ବାଳିକା ବିଭାଗରେ ୯୪ ଜଣ, ଦିଶକସ ବାଳକ ବିଭାଗରେ ୯୨ ଜଣ, ବାଳିକା ବିଭାଗରେ ୯୦ ଜଣ, ସେହିପରି କବାଡ଼ି ବାଳକ ବିଭାଗରେ ୮ଟି ଏବଂ ବାଳିକା ବିଭାଗରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ।
ବରିଷ୍ଠ କ୍ରୀଡ଼ା ଶିକ୍ଷକ ଶ୍ରୀକାନ୍ତ ପଟେଲ, ଉଦିତ ପ୍ରତାପ ଦେଓ, ପ୍ରଦୀପ ପଟେଲ, ପ୍ରତିମା ନାୟକ ଆଦିଙ୍କ ନେତୃତ୍ୱରେ କୁଚିଣ୍ଡା ଶିକ୍ଷା ପ୍ରଶାସନ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୫ଜଣ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟତ୍ରୀ ସମସ୍ତ କ୍ରୀଡ଼ା ପରିଚାଳନା କରିଥିବା ବେଳେ କୁଚିଣ୍ଡା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ମାନେ ବିଭିନ୍ନ ବ୍ୟବସ୍ଥା ପରିଚାଳନାରେ ସହଯୋଗ କରିଥିଲେ।
ଗୁରୁବାର ଦ୍ଵିତୀୟ ଦିବସରେ ୧୮ ରୁ ୨୩ ବର୍ଷ ବୟସ ବର୍ଗର ୧୦୦ ମିଟର ଦୌଡ଼, ୨୦୦ ମିଟର ଦୌଡ଼, ସଟପୁଟ ଓ ଡିଶକସ୍ ତଥା ୧୪ ରୁ ୧୭ ବର୍ଷ ବର୍ଗର ଖୋଖୋ ଖେଳ ଅନୁଷ୍ଠିତ ହୋଇଛି। ସୂଚନା ଯୋଗ୍ୟ ଯେ ଏହି ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ।

