Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାୟା ସାହିତ୍ୟ ଅନୁଷ୍ଠାନର ସାହିତ୍ୟ ଆସର

ସମ୍ବଲପୁର: ସ୍ଥାନୀୟ ସାମ୍ବାଦିକ ଭବନରେ ମାୟା ସାହିତ୍ୟ ଅନୁଷ୍ଠାନର ‘ଏକତ୍ର ଐକ୍ୟାମୃତ’ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଗୀତିକାର ଦୁର୍ଗାମାଧବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ ପ୍ରଦୀପ କୁମାର ପଣ୍ଡା, ଡଃ ଶ୍ୟାମ ଭୋଇ, ଡଃ ଦୁର୍ବାଦଳ ମେହେର ଅତିଥି ଓ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ପାଦକ ପ୍ରମୋଦ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମୋହିନୀ ହୋତା ଏବଂ ମମତା ନାଥଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁର୍ଗା ପ୍ରସାଦ ପଣ୍ଡା, ଆଦିତେଶ୍ବର ମିଶ୍ର, ମିଶ୍ର, ସରୋଜ ମହାନ୍ତି, ସାବିତ୍ରୀ ପୁରୋହିତ, ଗୋବିନ୍ଦ ମହାରଣା, ସୁଧାଂଶୁ ଶେଖର ମିଶ୍ର, କମଳଲୋଚନ ପଣ୍ଡା, ସବିତା ମିଶ୍ର, ଅନୁପମା ବିଶ୍ବାଳ, ପ୍ରଣତି ମହାପାତ୍ର, ଅନନ୍ୟା ବେହେରା, ବିଚିତ୍ରା ବାଗ, ସତ୍ୟନାରାୟଣ ଠାକୁର, ବିରଜା ମୋହିନୀ ତ୍ରିପାଠୀ, ଅର୍ଜୁନ ମେହେର, ଅବକାଶ ପ୍ରଧାନ, ଲକ୍ଷ୍ମୀପ୍ରିୟା ମହାରଣା, ପ୍ରଦୀପ ଯୋଶୀ, ଶିବଶଙ୍କର ପ୍ରଧାନ ପ୍ରମୁଖ କବିତା ପାଠ କରିଥିଲେ। ଆବାହକ ଲଳିତ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ