Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରସିଦ୍ଧ ବାନ୍ଧଶିଳ୍ପୀ ୧୧୭ତମ ରାଧାଶ୍ଯାମ ମେହେର ଜୟନ୍ତୀ

ସମ୍ବଲପୁର:ଗୁରୁବାର ସନ୍ଧ୍ୟାରେ ସମ୍ବଲପୁର ମେହେର ଭୁଲିଆ ସମାଜ ପକ୍ଷରୁ ନିଜସ୍ଵ ସଭାଗୃହରେ ସ୍ବର୍ଗତ ରାଧାଶ୍ଯାମ ମେହେରଙ୍କ ୧୧୭ ତମ ଜୟନ୍ତୀ ସଭା ଆୟୋଜିତ ହୋଇଥିଲା । ଆୟୋଜକ ସମାଜ ସଭାପତି ରମାକାନ୍ତ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ବର୍ଗତ ରାଧା ଶ୍ୟାମ ମେହେରଙ୍କ ପଟ୍ଟଶିଷ୍ଯ ବର୍ଷିୟାନ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ସାମିଲ ହୋଇଥିଲେ ।‌ ଏହି ଉପଲକ୍ଷେ ଏକତ୍ରିତ ସମାବେଶକୁ ସମ୍ବୋଧିତ କରି ନିଜ ଗୁରୁଙ୍କ ସାନିଧ୍ୟ ସମୟର ସ୍ମୃତି ଚାରଣ କରିଥିଲେ।‌ ସ୍ବର୍ଗତ ଗୁରୁଙ୍କୁ ଜଣେ ଯୁଗ ଦ୍ରଷ୍ଟା ରୂପେ ବର୍ଣ୍ଣନା କରି ସେ କହିଛନ୍ତି କି ଆଜି ଯେଉଁ ବସ୍ତ୍ରକୁ ଆମେ ସମ୍ବଲପୁରୀ ବସ୍ତ୍ର ବୋଲି ଗର୍ବିତ ଏହି ପରିଚୟ ତାଙ୍କର ଅବଦାନ, ଯାହାକି କାଳକ୍ରମେ ଏହି ଜିଲ୍ଲାରୁ ରାଜ୍ୟ, ଦେଶ ଓ ବିଦେଶରେ ଏହି ମାଟିକୁ ପରିଚୟ ପ୍ରଦାନ କରିପାରିଛି । ଏହି ଅବସରରେ ସଭାକୁ ସମ୍ବୋଧିତ କରିଥିବା ଅନ୍ୟ ବକ୍ତାମାନଙ୍କ ମଧ୍ୟ ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର, ବରିଷ୍ଠ ଶିକ୍ଷକ ରାଧାଚରଣ ମେହେର, ମହିଳା ସମାଜ ସଭାନେତ୍ରୀ ସୁଜାତା ମେହେର, ମୋହନ ମେହେର, ପ୍ରଫୁଲ୍ଲ ମେହେର ଓ ଛତିଶଗଡ଼ରୁ ଆମନ୍ତ୍ରିତ ଅରୁଣ ମେହେର ଆଦି ପ୍ରମୁଖ ।‌ ସଭା ଆରମ୍ଭରେ ସମ୍ପାଦକ ଗୋକୁଳ ଚନ୍ଦ୍ର ମେହେର ପ୍ରାରମ୍ଭିକ ସୂଚନା ଦେବା ସହିତ କୋଷାଧ୍ୟକ୍ଷ ସୁଶିଲ କୁମାର ମେହେର ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ