Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ଗାଁ ବ୍ଲକ୍ ଭୋଇପାଲି ଗ୍ରାମ ପଞ୍ଚାୟତ ପଡ଼ିଆରେ ପଞ୍ଚମ ସମ୍ବଲପୁରି କଲା ସଂସ୍କୃତି ମହୋତ୍ସବ ୨୦୨୫

ସୁନ୍ଦରଗଡ଼: ଆଜି ସମ୍ବଲପୁରୀ କଲା ସଂସ୍କୃତି ଅନୁଷ୍ଠାନ ପଶ୍ଚିମ ଓଡ଼ିଶା ତରଫରୁ ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ବ୍ଲକ୍ ଭୋଇପାଲି ଗ୍ରାମ ପଞ୍ଚାୟତ ପଡ଼ିଆ ଠାରେ ପଞ୍ଚମ ସମ୍ବଲପୁରି କଲା ସଂସ୍କୃତି ମହୋତ୍ସବ ୨୦୨୫ ଏବଂ ବଛରକିଆ ଉତ୍ସବ ଅନୁଷ୍ଠିତ ହୋଇ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍କା ପରିଷଦ ଶ୍ରୀ ଅମୀୟ କୁମାର ପ୍ରଧାନ, ବିଜେପି ର ମୁଖ୍ୟ ସମାଜସେବୀ ବରିଷ୍ଟ ନେତା ବସନ୍ତ ସାହୁ,ଭୋଇପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ମହେଶ୍ୱର ବରିହା ,କବି ଶ୍ରୀ ସୁଧାଂଶୁ ଅଶୋକ,ଶ୍ରୀ ଲାଲମୋହନ ନାଏକ, ବଡଗାଁ ରାମଲୀଳା ପ୍ରେସିଡେଣ୍ଟ ଶ୍ରୀ ସତ୍ୟନାରାୟଣ ନାୟକ,ମିଡ଼ିଆ ର ଅଶୋକ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଥିଲେ। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଟୋନିସ୍ ରୋହିଦାସ ଏବଂ ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ ପଶ୍ଚିମ ଓଡ଼ିଶା ଇଷ୍ଟଦେବୀ ମା ସମଲେଇଙ୍କ ପୂଜାଅର୍ଚ୍ଚନା କରାଯାଇଥିଲା। ତାପରେ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ, ସମ୍ବଲପୁରୀ ଭାଷା ସାହିତ୍ୟ କଳା ସଂସ୍କୃତି ପରମ୍ପରା ଆମର ପରିଚୟ ସମ୍ବଲପୁରୀ ଗୀତନାଚ ଶାଢୀ ଆମର ମୁଖ୍ୟ ପରିଚୟ ଏହି ଅନୁଷ୍ଠାନ ଭଲ କାମ କରୁଛି ଲୁଚି ଯାଇଥିବା କଳାକାର ଏବଂ ନୁଆ ନୁଆ କଳାକାର ଙ୍କୁ ବିଭିନ୍ନ ପ୍ରକାରର କାର୍ଯକ୍ରମ କରି ଉତ୍ସାହିତ କରିବା ଦିଗରେ ବେଶ୍ ନା କରି ପାରିଛି ବୋଲି ଅତିଥି ମାନେ କହିଥିଲେ। ଏହି ମହୋତ୍ସବରେ ସୁନ୍ଦରଗଡ ଭଷ୍ମା ରୁ ଆସିଥିବା କବି ଅର୍ଜୁନ ତାଣ୍ଡିଆ, ଟିକିଲିପଡ଼ା/ ପାମରା ଗ୍ରାମରୁ ଆସିଥିବା କୁନୀ କୁନି କଳାକାର ମାନେ ନିଜର ସମ୍ବଲପୁରୀ ନାଚ ଗୀତ କବିତା ଓ ଚିତ୍ରକଳା ରେ ମଞ୍ଚ କୁ ଦୁଲକାଇ ଥିଲେ। ୩୦ ଜଣ କଳାକାରଙ୍କୁ ଅନୁଷ୍ଠାନ ତରଫ ରୁ ମାନପତ୍ର ସହ ମେଡାଲ ଦେଇ ସମ୍ମାନିତ କରାଯାଇ ଥିଲା। ଓ ଏହି ମହୋତ୍ସବ ରେ ଅନୁଷ୍ଠାନର କ୍ଷୀରୋଦ ରୋହିଦାସ,ହେମାମାଳିନୀ ନାଏକ ,ଜିତାରାଣୀ ପାଣିଗ୍ରାହୀ, ଚିନ୍ତାମଣି ରଣା,ପବିତ୍ର ମେହେର,ପଟେଲ ମାଝୀ କାର୍ଯ୍ୟକର୍ତ୍ତା ମାନେ ସହଜୋଗ କରିଥିଲେ। ଶେଷରେ ଅନୁଷ୍ଠାନ ର ସମ୍ପାଦକ ଟୋନିସ ରୋହିଦାସ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ