ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍, ବାପପୁଅ ମୃତ ଜଣେ ଆହତ !
ବଲାଙ୍ଗୀର : ଆଜି ସଂନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣା ଘଟିଥିବା ବେଳେ ଦୁଇ ବାପପୁଅଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ସଂଧ୍ୟାରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଲେବଡା ପଞ୍ଚାୟତ ଗଣ୍ଡପଦର ଗାଁ ନିକଟରେ ବାଇକ୍ ଦୁର୍ଘଟଣା ଘଟିଛି ।
ଘଟଣାରେ ଦୁଇ ବାପ ପୁଅଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।
ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବାପପୁଅଙ୍କ ସମେତ ଅନ୍ୟଜଣେ ବାଇକ୍ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ଗଣ୍ଡପଦର ନିକଟରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସି ପଡିଥିଲା।
ତେବେ ଦୁର୍ଘଟଣାରେ ଦୁଇ ବାପପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡ଼ାକ୍ତରଖାନା କୁ ନିଆଯାଇଛି ।
ଗୋଟିଏ ବାଇକରେ ୩ ଜଣ ନିଜ ଗାଁକୁ ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ମୃତ ୨ ବାପପୁଅ ଏବଂ ଆହତ ବ୍ୟକ୍ତି ସିନ୍ଧେକେଲା ଥାନା ବକାଗୁରା ଗ୍ରାମର ବୋଲି ଜଣାପଡିଛି।

