Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରଏସଏସ କ୍ଷେତ୍ରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ସମ୍ବଲପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବାର୍ଷିକ କ୍ଷେତ୍ରୀୟ ପ୍ରଶିକ୍ଷଣ ଶିବିର ସମ୍ବଲପୁରଠାରେ ଉଦଘାଟିତ ହୋଇ ହୋଇଛି l ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ ୧୯୮ ଜଣ ସ୍ଵୟଂସେବକ ଆୟୋଜିତ ଦ୍ୱିତୀୟ ବର୍ଷ ସଂଘ ଶିକ୍ଷା ବର୍ଗରେ ଯୋଗଦାନ କରିଛନ୍ତି । ୨୧ ତାରିଖରୁ ଆରମ୍ଭ ହୋଇ ଉକ୍ତ ବର୍ଗ ଜୁନ୍ ୧୦ ପର୍ଯ୍ୟନ୍ତ ଚାଲିବ । ସ୍ଵଂୟସେବକମାନଙ୍କ ଶାରୀରିକ, ବୌଦ୍ଧିକ ତଥା ସଂଘ କାର୍ଯ୍ୟପାଇଁ ଆବଶ୍ୟକୀୟ ଗୁଣାବଳୀର ବିକାଶପାଇଁ ଉକ୍ତ ବର୍ଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବର୍ଗରେ ୬୦ ଜଣ ପ୍ରଶିକ୍ଷକ ଏବଂ ପ୍ରବନ୍ଧକ ଶିବିର ପରିଚାଳନା କରୁଛନ୍ତି । ଶିକ୍ଷାର୍ଥୀ ମାନଙ୍କୁ ବର୍ଗରେ କ୍ଷେତ୍ର କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ, କ୍ଷେତ୍ର ପ୍ରଚାରକ ରମାପଦ ପାଲ୍‌, କ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରସନ୍ନ ମିଶ୍ର, ପ୍ରାନ୍ତ ପ୍ରଚାରକ ବିଷ୍ଣୁ ପାତ୍ର ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କର ମାର୍ଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଥିବା ସେହି ସୂ୍ତ୍ରରୁ ସୂଚନା ମିଳିଛି।