Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁକତେଲ ନଦୀରୁ ନର କଙ୍କାଳ ଉଦ୍ଧାର , ନିଖୋଜ ଯୁବକଙ୍କ ହୋଇଥିବା ନେଇ ସନ୍ଦେହ ।

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସୁକତେଲ ନଦୀରୁ ଆଜି ଏକ ନର କଙ୍କାଳ ଉଦ୍ଧାର ହୋଇଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁମିଆଁପାଲି ସୁକତେଲ ନଦୀରୁ ଏହି ନର କଙ୍କାଳ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁମିଆଁପାଲି ଗାଁର ସୁକତେଲ ନଦୀରେ ଏକ ନର କଙ୍କାଳ ପଡ଼ିଥିବା ନେଇ ସ୍ଥାନୀୟ ଗାଁ ଲୋକେ ଦେଖିବାକୁ ପାଇଥିଲେ । ପରେ ଏନେଇ ସେମାନେ ବଲାଙ୍ଗୀର ସଦର ଥାନାକୁ ଜଣାଇଥିଲେ । ଖବର ପାଇ ବଲାଙ୍ଗୀର ସଦର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ନର କଙ୍କାଳ କୁ ଉଦ୍ଧାର କରି ଜବତ୍ ଥିଲା । ପରେ ଜବତ୍ ନର କଙ୍କାଳ କୁ ସଂପୃକ୍ତ ପୋଲିସ୍ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ ର ଶବ ବ୍ୟବଚ୍ଛେଦ ଗୃହକୁ ଆଣିଥିବା ଜଣାପଡିଛି । ତେବେ ଏହି ନର କଙ୍କାଳ ଟି କେଉଁ ବ୍ୟକ୍ତିର ଏବଂ କିଭଳି ପରିସ୍ଥିତିରେ ନଦୀକୁ ଆସିଲା ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ଉଦ୍ଧାର ହୋଇଥିବା ନର କଙ୍କାଳ ଯେ କୌଣସି ବ୍ୟକ୍ତିର ହେଉନା କାହିଁକି ତାଙ୍କୁ ହତ୍ୟା କରା ଯାଇଛି ନାଁ ସେ ନିଜେ କୌଣସି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ ସେନେଇ ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଗତ ୨ ମାସ ପୂର୍ବରୁ ଲରମ୍ଭା ଥାନା ଫଟାମୁଣ୍ଡା ଗାଁର ପ୍ରଶାନ୍ତ ଡୁଡୁକା ନାମକ ଜଣେ ଯୁବକ ନିଖୋଜ ହୋଇଥିଲେ । ନିଖୋଜ ପର ଠାରୁ ଆଜି ପର୍ଯ୍ୟନ୍ତ ପ୍ରଶାନ୍ତଙ୍କ କୌଣସି ପତ୍ତା ମିଳି ପାରିନାହିଁ । ତେବେ ଉଦ୍ଧାର ହୋଇଥିବା ନର କଙ୍କାଳ ନିଖୋଜ ପ୍ରଶାନ୍ତ ଙ୍କ ହୋଇ ଥାଇପାରେ ବୋଲି ପୋଲିସ୍ ଅନୁମାନ୍ କରୁଛି । ଅନ୍ୟପକ୍ଷରେ ଘଟଣା ବାବଦରେ ଖବର ପାଇ ନିଖୋଜ ପ୍ରଶାନ୍ତ ଙ୍କ ପରିବାର ଲୋକେ ସଦର ଥାନାକୁ ଆସି ନର କଙ୍କାଳ ନିଖୋଜ ପ୍ରଶାନ୍ତର ବୋଲି ଚିହ୍ନଟ କରିଥିବା ଜଣାପଡିଛି । ଉଦ୍ଧାର ହୋଇଥିବା ନର କଙ୍କାଳକୁ ଡିଏନ୍ଏ ଟେଷ୍ଟ କରା ଯିବା ପରେ ଯଦି ଏହା ପ୍ରଶାନ୍ତ ଙ୍କ ହୋଇଥାଏ ତା’ ହେଲେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି । ତେବେ ଏନେଇ ବଲାଙ୍ଗୀର ପୋଲିସ୍ ଅଧିକ ତଦନ୍ତଜାରୀ ରଖିଥିବା ସଦର ଥାନା ଆଇ ଆଇ ସି ରାଜ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ