Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଦୋଳନରେ କମ୍ପୁଛି ଆମେରିକା; ଟ୍ରମ୍ପଙ୍କ ବିରୋଧରେ ଚାଲିଛି ଆନ୍ଦୋଳନ

ୱାଶିଂଟନ ଡିସି;୨୪|୧୧: ଟ୍ରମ୍ପଙ୍କ ବିରୋଧରେ ଚାଲିଛି ଆନ୍ଦୋଳନ | ରାଷ୍ଟ୍ରପତି ଗାଦିକୁ ନେଇ ଉଠିଛି ପ୍ରଶ୍ନ | ରାଷ୍ଟ୍ରପତି ପଦରୁ ହଟିବା ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ୱାଶିଂଟନ ଡିସିରେ ହୋଇଛି ଜୋରଦାର ଆନ୍ଦୋଳନ। ମହାଭିଯୋଗ ପ୍ରସ୍ତାବ ଜରିଆରେ ତାଙ୍କୁ ହଟାଇବା ଲାଗି ଆନ୍ଦୋଳନକାରୀ ଦାବି କରିଛନ୍ତି। ଏହି ଆନ୍ଦୋଳନ ଗତ କିଛି ମାସ ହେବ ଚାଲିରହିଛି | କିନ୍ତୁ ଏହି ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଇଛି | ଯାହା ଏବେ ଆମେରିକାର ରାଜରାସ୍ତାରେ ଦେଖିବାକୁ ମିଳିଛି |

ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ରିମୁଭ ଦି ରିଜାଇମ ବ୍ୟାନରରେ ଏହି ଆନ୍ଦୋଳନ ହୋଇଛି। ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଭିନ୍ନ କର୍ମୀ, କଳାକାର ଓ ରାଜନୈତିକ ନେତା। ଆନ୍ଦୋଳନର ନେତୃତ୍ବ ନେଉଛନ୍ତି ଆମେରିକା ପ୍ରତିନିଧି ସଭା ସଦସ୍ୟ ଅଲ ଗ୍ରୀନ ଓ ପୂର୍ବତନ ପୋଲିସ ଅଧିକାରୀ ମାଇକେଲ ଫାନୋନ। ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ତାଙ୍କ ନୀତିକୁ ବିଭିନ୍ନ ସ୍ତରରେ କରାଯାଉଛି ସମାଲୋଚନା।

ବିଗତ ଅତୀତରେ ତାଙ୍କର ନିଷ୍ପତି ଏବଂ ଅନ୍ୟ ଦେଶ ଉପରେ ଟାରିଫ ଉପରେ ଟାରିଫ ଲଗାଇବା ପାଇଁ ଟ୍ରମ୍ପ ସମସ୍ତଙ୍କ ବିରୋଧୀ ପାଲଟିଯାଇଛନ୍ତି | ତେବେ ତାଙ୍କର ଅନ୍ୟ ଦେଶ ଉପରେ ଟାରିଫ ବଢାଇବା ଏବଂ ତାଙ୍କର କିଛିଟା ଭୁଲ ନିଷ୍ପତି ପାଇଁ ଏହି ଆନ୍ଦୋଳନ ଦ୍ୱାରା ତାଙ୍କୁ ବିରୋଧ କରିବା ପାଇଁ ପ୍ରଥମ ପ୍ରୟାସ କରିଛନ୍ତି ଆନ୍ଦୋଳନକାରୀ।ତେବେ ଏହି ଆନ୍ଦୋଳନ କେଉଁ ରୂପ ନେବ ତାହା ଦେଖିବାକୁ ବାକି ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ