ମନ୍ତ୍ରୀ ମଣ୍ଡଳ ପୁନଃର୍ଗଠନ:ସତ ହେଲା ଆକଳନ

ସମ୍ବଲପୁର : ୨୦୨୪ ରେ ହେବ ସାଧାରଣ ନିର୍ବାଚନ। ଏହାକୁ ଆଖି ଆଗରେ ରଖି ଚଳିତ ସରକାରଙ୍କ ପ୍ରାୟତଃ ଶେଷ ମନ୍ତ୍ରୀ ମଣ୍ଡଳ ପୁନଃର୍ଗଠିତ ହେବ। ଯାହାକି ଆଗାମୀ ନିର୍ବାଚନ ପାଇଁ ପ୍ରାକ ପ୍ରସ୍ତୁତି ବା ସମର ଶର୍ଯ୍ୟାର ଆଖ୍ୟା ଦିଆଯାଇ ନବୀନ ସତର୍କ ଘଣ୍ଟି ବଜାଇବାର ସମ୍ଭାବନା ସଂପର୍କରେ ଗତ ୧୭ ତାରିଖରେ ଏହି ସ୍ତମ୍ବରେ ଲେଖି ୧ ସପ୍ତାହ ମଧ୍ୟରେ ଓଡିଶା ମନ୍ତ୍ରୀମଣ୍ଡଳ ପୁନଃର୍ଗଠନ ବିଷୟରେ ଉଲ୍ଲେଖ କରାଯାଇ ନବୀନଙ୍କ ରଣ କୌଶଳ କଣ ହେବ ସ୍ୱଷ୍ଟ ଭାବରେ ଓଡିଶା ନ୍ୟୁଜ ତାର ଆକଳନ କରିଥିଲା।ତାହାବି ହେଲା। ଦଳର ବିପର୍ଯ୍ୟୟ ଅବା ବଦନାମ ପାଇଁ ସରକାର ମୁଣ୍ଡେଇଥିବା ଦୋଷକୁ ନିଜ ଉପରକୁ ନେଇ ଶେଷ ମନ୍ତ୍ରୀ ମଣ୍ଡଳକୁ ଏକ ଲୋକାଭିମୂଖି ଭାବେ ପରିଗଣିତ କରିବାକୁ ନବୀନଙ୍କ କଠୋର ନିଷ୍ପତ୍ତିହିଁ ଏହି ମନ୍ତ୍ରୀମଣ୍ଡଳର ସ୍ୱଷ୍ଟ କରୁଛି।
୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ପାରି ହେବାକୁ ହେଲେ ବିଜେଡି ଆଭିମୁଖ୍ଯରେ ପରିବର୍ତ୍ତନ ଅବଶ୍ୟମ୍ଭାବି । ବିରୋଧି ରାଜନୈତିକ ଦଳ ମାନଙ୍କୁ ମୁକାବିଲା କରିବା ସହିତ ଦଳ ଭିତରେ ଥିବା ଗୋଛିକଟା ରାଜନୀତିକୁ ପ୍ରତିହତ କରିବା ହେଉଛି ଦଳ ମୁଖିଆଙ୍କ ବର୍ତ୍ତମାନ ବଡ କାମ। ନବୀନଙ୍କ ପାୱାର କରିଡର ଭିତରେ କିଏ ଅଛି ତାହା ବଡକଥା ନୁହେଁ। ବରଂ ଦଳ ପାଇଁ କର କିମ୍ବା ମରକୁ ପାଶୋରୀ ନବୀନଙ୍କ ନୂଆଁ ନିତି ସତ ମନେ “ଦଳ ପାଇଁ ବଳ ଦେଖାଅ” ସାମ୍ନାକୁ ଆସିଛି। ବ୍ୟକ୍ତିଗତ କାହା ପାୱାର ଧରି ବିଜେଡି ଲୋକଙ୍କ ସମ୍ମୁଖୀନ ନହୋଇ ପ୍ରତିଟି କର୍ମି ଓ ନେତା ନିଜ ବଳରେ ନିଜ ଗଡ ରକ୍ଷା କରିବାକୁ ନିଜ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାକୁ ଏକ ପ୍ରକାର ନବୀନ ଇସାରା ଦେଇଥିବାବି ସତ ବୋଲି ଏବେ ସବୁ ମହଳରେ କେବଳ ଚର୍ଚ୍ଚା ହେଉନି ବଂର ନିଜକୁ ପାୱାର କରିଡର ଭାବୁଥିବା ନେତାଙ୍କ ଭୁକୁଞ୍ଚନ ସୃଷ୍ଟି କରାଇବାରେ ନବୀନ ପାଦେ ଅଗକୁ ବଢିଥିବା ଭଳି ଅନୁମାନ ହେଉଛି। ପୁନଶ୍ଚ ଏହି ମନ୍ତ୍ରୀ ମଣ୍ଡଳକୁ ନେଇ ନିଜ ଦଳ ସହ ବିରୋଧି ଓ ସମଗ୍ର ଦେଶ ଓ ଜାତିକୁ ଏକ ନୂଆଁ ବାର୍ତ୍ତା ଦେବାକୁ ନବୀନ ପ୍ରୟାସ କରିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟ ଓଡିଶା ନବୀନ ଶାସନ ଦେଖିବ ଏଭଳି ରଣ କୌଶଳ ଆପଣାଇବାରେ ନବୀନ ମସ୍ତବଡ ବିଶ୍ୱାସ ଜନ୍ମାଇଛନ୍ତି। ସଶକ୍ତ ମହିଳା ଠାରୁ ଦଳକୁ ଏକ ଶକ୍ତି କେନ୍ଦ୍ରରେ ପରିଗଣିତ କରିବାକୁ ନବୀନଯେ ମନ ସ୍ଥିର କରିଥିବା ଓ ଏଭଳି ଏକ ଦର୍ପଣର ଛାପ ପରି ନିଜ ଶେଷ ମନ୍ତ୍ରୀ ମଣ୍ଡଳକୁ ଓଡିଶା ବାସୀଙ୍କ ସ୍ୱାଭିମାନ ସହିତ ଯୋଡି ନିଜର ପାରଦର୍ଶିତା ପ୍ରଦର୍ଶନ କରବେ ବୋଲି ଯେଉଁ ଆଶା କରା ଯାଉଥିଲା ସେଥିରେ ପ୍ରତିଫଳନ ଦେଖାଦେଇଛି।
ସମଗ୍ର ଦେଶରେ ମହିଳା ସଶକ୍ତିକରଣକୁ ନେଇ ନବୀନ ପ୍ରଶଂସା ସାଉଁଟୁଥିବା ବେଳେ ଦଳକୁ ଏବେ ‘ସଶକ୍ତ ଶକ୍ତି କେନ୍ଦ୍ର’ରେ ରୂପାନ୍ତରିତ କରି ଏକ ନୂଆଁ ଚକମା ଦେଖାଇବାକୁ ଆଗଭର ହେଉଥିବା ନେଇ ଯାହା ଉଲ୍ଲେଖ କରାଯାଇଥିଲା ତାହା ନିଶ୍ଚିତ ଭାବରେ ପ୍ରତିଫଳିତ ହୋଇଛି।ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ତାଜୁବ କରି ନବୀନ ଯେଉଁ ମାଷ୍ଟରଷ୍ଟ୍ରୋକ୍ ଦେବେ ତାହା ଓଡିଶା ବାସୀଙ୍କ କେବଳ ହୃଦୟ ଜିଣିବାର ମହୌଷଧି ନୁହେଁ ବରଂ ବିରୋଧିଙ୍କୁ ପ୍ରାଣମୂର୍ଛା କରିବାକୁ ଜହର ପରି କାମ କରିବା ଭଳି ସେ ଚକମା ଦେଖାଇବେ ବୋଲି ଯାହା ଆକଳନ କରାଯାଇଥିଲା ତାହାର ବାସ୍ତବତାବି ବାରି ହେଉଛି।ଆସନ୍ତା ମନ୍ତ୍ରୀ ମଣ୍ଡଳ ୨୦୨୪ ପାଇଁ ନିର୍ବାଚନୀ ଛାପ ଭଳି କାମ କରିବ। ତେଣୁ ଚଳିତ ବର୍ଷର ଶେଷ ମନ୍ତ୍ରୀମଣ୍ଡଳ ପାଇଁ ନବୀନ ଚତୁରତାର ସହିତ ନିଜ ପାରିବାପଣିଆର ଚତୁର ବୁଦ୍ଧିକୁ ବିନିଯୋଗ କରିବେ। ଯାହାକି ଦଳ ପାଇଁ ଏକ ନିର୍ମଳ ଭାବମୂର୍ତ୍ତିର ପ୍ରତିଛବି ହେବ। ଉତ୍ତରଦାୟିତ୍ୱ ସଂପାଦନା କରୁଥିବା ନେତୃତ୍ୱର ନିର୍ମଳ ହୃଦୟ ଭୋଟରଙ୍କ ମନ କିଣି ନେବା ଭଳି ନବୀନ ନିଜର ବୁଦ୍ଧି କୌଶଳ ଖଟାଇ ଆଗାମୀ ୫ ବର୍ଷ ପୁଣି ବିଜେଡି ହାତରେ ଓଡିଶା ଶାସନ ଭାର ଭଲି ଲୋକଙ୍କ ଅତୁଟ ବିଶ୍ୱାସକୁ ସାଉଁଟିବାରେ ସକ୍ଷମ ହୋଇପାରିବେ ।
ଅବଶ୍ୟ ରାଜନୈତିକ ଆବଶ୍ୟକତା ନବୀନଙ୍କ ପାଇଁ ମୁଖ୍ୟ ଅସ୍ତ୍ର। ତେଣୁ ନିଜ ଭାବମୁର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖି ଦଳ ବିଦ୍ରୋହୀ ଓ ବିରୋଧିଙ୍କୁ ନିଜ ସ୍ଥାନରେ ନିଜେ ବସି ରଖାଇବା ଭଳି ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ଦଳ ଅପେକ୍ଷା ସମଗ୍ର ଓଡିଶା ଭୋଟରଙ୍କ ମନ କିଣିବା ଭଳି ହେଉଥିବା ସମ୍ଭାବନା ଭଳି ବାସ୍ତବ ଚିତ୍ର ସାମ୍ନାକୁ ଆସିଛି।ଭୋଟରଙ୍କ ପାଖକୁ ଯେପରି ଆଉ ଭୁଲ ତଥ୍ୟ ନଯାଏ ଓ ସାଧାରଣ ଜନତା ବା ଭୋଟର ଯେପରି ଚର୍ଚାର ସୁଯୋଗ ନପାଇବେ କି ବିରୋଧିଙ୍କୁ ମୁହଁ ଖୋଲିବା ଭଳି କୌଣସି ସୁଯୋଗ ନଦେଇ ଏକ ଚମତ୍କାର ନିଷ୍ପତ୍ତି ନେବାରେ ନବୀନ ନିଜର ପରାକାଷ୍ଠା ଦେଖାଇଛନ୍ତି ।୨୦୨୪ କୁ ଆଖି ଆଗରେ ରଖି ନବୀନଯେ ଏକ ସ୍ୱଚ୍ଛ ମନ୍ତ୍ରୀ ମଣ୍ଡଳ ଗଢୁଛନ୍ତି ଏହା ସ୍ୱଷ୍ଟ।ଯିଏ ଯେତେ ଅଙ୍କ କଷିଲେବି ଦାଗି,ନିକର୍ମା,ଦୁର୍ବଳ,କୁହାଳିଆ ,ବିବାଦିୟଓ ଦକ୍ଷତା ବିହୀନ ମନ୍ତ୍ରୀବି ବାଦ ପଡିବା ଭଳି ଆକଳନକୁ ନବୀନ ବେଶ ସମ୍ମାନର ସହ ନେଇଛନ୍ତି।ବିଜେଡିକୁ ଶାସନ କରିଡର ଭିତରକୁ ଫେରିବାକୁ ଆସନ୍ତା ୫ ବର୍ଷ ପାଇଁ ନବୀନଯେ ଯେ ବଡ ଧରଣର ରଣ କୌଶଳ ଖେଳିଛନ୍ତି ଏହା ସତ କହି। ଭୋଟରଙ୍କ ପାଖକୁ ଭୁଲ ତଥ୍ୟ ଯେପରି ନଯାଉ ସେଥିପ୍ରତି ବିଶେଷ ଧ୍ୟାନ ଦେଇ ଏକ ଲୋକାଭିମୂଖି ମନ୍ତ୍ରୀ ମଣ୍ଡଳର ରୂପ ଦେବାକୁ ଚେଷ୍ଟା କରିଛନ୍ତି।
ସାଧାରଣ ଭାବେ ପୁନଃ ଗଠିତ ହେବାକୁ ଥିବା ମନ୍ତ୍ରୀମଣ୍ଡଳକୁ ସେ ସମତୁଳ ଓ ସନ୍ତୁଳିତ ଢାଞ୍ଚାରେ ରଖିବେ। ଯାହାକି ଏକ ପ୍ରଭାବଶାଳୀ ଓ ଲୋକାଭିମୂଖି ମନ୍ତ୍ରୀ ମଣ୍ଡଳ ଭାବେ ସାଧାରଣ ଭୋଟର ଓ ବୁଦ୍ଧିଜୀବୀ ମହଳରେ ଏକ ବିଶ୍ୱାସ ଜନ୍ମାଇବାରେ ସକ୍ଷମ ହେବେ। ଅନ୍ୟ ପାଇଁ ସରକାର ଉପରେ ଲାଗିଥିବା ଅଠା ଛଡାଇବା,ମୁଣ୍ଡ ଟେକୁଥିବା ଆଞ୍ଚଳିକ ବିବାଦର ଅବସାନ,ବରିଷ୍ଠତା ମତଭେଦ,ପ୍ରମୂଖ ବିଷୟ ଦଳ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଥିବାରୁ ନୂଆଁ ମନ୍ତ୍ରୀମଣ୍ଡଳରେ ଏ ସବୁକୁ ପ୍ରାଧାନ୍ୟ ଦିଆଯାଇଛି।ଏପରିକି ଦକ୍ଷତା,ଅଭିଜ୍ଞତା,ବରିଷ୍ଠତା,ସ୍ୱଚ୍ଛତା,ସାଂଗଠାନିକ ଦକ୍ଷତା ପ୍ରତି ବିଚାର କରାଯାଉଥିବା ସହିତ ଆଞ୍ଚଳିକ ଭାରସାମ୍ୟ,ସଂରକ୍ଷିତ ପ୍ରଭୃତି ଦିଗକୁ ନେଇ କେବଳ ୩ ମନ୍ତ୍ରୀମଣ୍ଡଳର ଶୂନ୍ୟସ୍ଥାନ ପୂରଣ ହୋଇଛି।ନବୀନଯେ ଏକ ଦକ୍ଷଶୀଳ ଟିମ ଗଢି ନିଜ ନୂଆଁ ମନ୍ତ୍ରରେ ଓଡିଆଙ୍କ ସରଳ ପ୍ରାଣର ହୃଦୟ ଜିତିବାକୁ ପ୍ରୟାସ କରିଛନ୍ତି ଏହା ସତ।
କ୍ୟାରେସିସ ମ୍ୟାନେଜର ଯିବେ କୁଆଡେ ? ସେମାନଙ୍କୁ ମନ୍ତ୍ରୀ ପଦରେ ବସାଇବେତ ନବୀନ ! ଏହା ଆଶ୍ଚର୍ଯ୍ୟ ଲାଗୁଥିଲେବି କାହାକୁ ସନ୍ତୁଷ୍ଟ କରାଇ ନବୀନଯେ ଭୁଲ ନିଷ୍ପତ୍ତି ନେବେ ଭାବିବା ଭୁଲ ହେବ । ୨୦୨୪ କୁ ପୁର୍ବ ପ୍ରସ୍ତୁତି କୁହାଯାଉ ବା ସମର ଶର୍ଯ୍ୟା ଯାହାବି ହେଉ ମନ୍ତ୍ରୀ ପଦ ପାଇଁ କେହି ସେମିତି ମୁହଁ ଖୋଲିବା ସମ୍ଭାବନା ନାହିଁ । ବରଂ କ୍ୟାରେସିସ୍ ମ୍ୟାନେଜର ମାନେ ସବୁ ମାନେଜ କରିବାକୁ ଏକ ପ୍ରକାର ପ୍ରସ୍ତୁତ ରହୁଥିବା ବେଳେ ଦଳ ପାଇଁ ବର୍ତ୍ତମାନ ବଡ ସମ୍ପତ୍ତି ଅରଜିବା ଭଳି ବିଚକ୍ଷଣତାର ଆବଶ୍ୟକତାକୁ ଉପଲବ୍ଧି କରିବା ସମୟ ଆସିଥିବା ନେଇ ଆକଳନ ଓ ୨୦୨୪କୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏକ ସମତୁଳ,ସନ୍ତୁଳିତ ଓ ଲୋକାଭିମୂଖି ମନ୍ତ୍ରୀ ପରିଷଦ ଗଢିବା ସମ୍ଭାବନା ସହିତ କୌଣସି ବିବାଦୀୟଙ୍କୁ ସ୍ଥାନ ନଦେଇ ଏକ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ମନ୍ତ୍ରୀ ପରିଷଦ ଏବେ ସାମ୍ନାକୁ ଆସିବେ ବୋଲି ଯାହା ପ୍ରକାଶ କରିଥିଲି ତାହା ହୋଇଛି।ଯାହାକି ୨୦୨୪ ପୁର୍ବରୁ ସ୍ୱର୍ତ୍ତପ୍ରବୃତ୍ତ ଭାବେ ନବୀନ ନିଷ୍କଳଙ୍କ ର ଏକ ବାର୍ତ୍ତା ସୁଦୂର ପ୍ରସାରୀ ହୋଇ ୨୦୨୪ ନିବର୍ବାଚନକୁ ଜିଣିବା ଅତି ସହଜ ହେବ। ସେଭଳି ମାଷ୍ଟରଷ୍ଟ୍ରୋକ୍ ଖେଲିବାରେ ନବୀନ ଏବେ ତୟାର। ସପ୍ତାହ ଭିତରେ ଏହାର ଅବସାନ ଘଟାଇ ନବୀନ ଦେଖାଇବେ ନବୀନ ଆଳୁଅ ବୋଲି ଯାହା କୁହାଯାଇଥିଲା ତାହାର ଆଜି ଅବସାନ ଘଟାଇ ସତର୍କ ଘଣ୍ଟି ବଜାଇ ଦେଇଛନ୍ତି ।
ଫୋନ: ୯୪୩୭୪ ୦୫୪୫୫