Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ପୁଣି ଅଭାବନୀୟ ଘଟଣା , ପୁଅର ବରଯାତ୍ରୀ ଗାଡ଼ି ଚଢ଼ିଯାଇ ବାପାର ମୃତ୍ୟୁ !

ବଲାଙ୍ଗୀର : ବଡ଼ ବିଚିତ୍ର ବିଧିର ବିଧାନ । ଗତକାଲି ବଲାଙ୍ଗୀରର ସଦର ଥାନା ଅଧିନ ଆର୍ ଆର୍ କଲୋନୀରେ ନାତୀର ମୃତ୍ୟୁ ଖବର ଶୁଣି ଆଈ ର ମୃତ୍ୟୁ ହୋଇଥିବା ବେଳେ ଆଜି ସେହିଭଳି ପୁଣି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ଥାନା ମଣ୍ଡଳ ଗାଁରେ । ପୁଅର ବିବାହ ପାଇଁ ବରଯାତ୍ରୀ ନେଇ ଆସିଥିବା ବାପା ଏବେ ଶବ ହୋଇ ଫେରିଛି । ମିଳିଥିବା ସୂଚନା ଅନୁସାରେ, ଲୋଇସିଂହା ଥାନା ଆମପାଲି ଗାଁର ଘିବଲୁ ବାଗଙ୍କ ପୁଅଙ୍କ ବିବାହ ପାଇଁ ବରଯାତ୍ରୀ ଗତକାଲି କନ୍ୟା ଘର ବେଲପଡା ଥାନା ମଣ୍ଡଳ ଗାଁକୁ ଆସିଥିଲେ । ବରପକ୍ଷ ନିଜ ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ସହ ବାଜା ବାଣ ରୋଷଣିରେ କନ୍ୟା ଘର ଅଭିମୁଖେ ବରଯାତ୍ରୀ ଶୋଭାଯାତ୍ରାରେ ବାହାରିଥିଲେ । ଆଗରେ ବରଯାତ୍ରୀ ନାଚି ନାଚି ଯାଉଥିବା ବେଳେ ପଛେ ପଛେ ଯାଉଥିଲା ବର ବସିଥିବା ବରଯାତ୍ରୀ ଗାଡ଼ି । ଏତିକି ବେଳେ ହଠାତ୍ ବର ବସିଥିବା ଗାଡ଼ି ବରଯାତ୍ରୀ ଉପରେ ମାଡି ଯାଇଥିଲା । ଫଳରେ ଗାଡ଼ି ତଳେ ଚାପି ହୋଇ ଯାଇଥିଲେ ବରର ବାପା । ତେବେ ବରଗାଡ଼ି ଚାପାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂର ଜଣେ ଭାଇ ମଧ୍ୟ ଗାଡ଼ି ଚକା ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପରେ ସେଠାରେ ଥିବା ଉତ୍ୟକ୍ତ ଲୋକେ ଉତ୍ କ୍ଷୀପ୍ତ ହୋଇ ଘଟଣା ଘଟାଇ ଥିବା ଗାଡ଼ିର ଆଗ ଏବଂ ପଛପଟ କାଚକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ପରେ ଉଭୟ ପକ୍ଷର ସହମତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ତେବେ ଯେଉଁ ଘରେ ଦିନକ ପୂର୍ବରୁ ପୁଅ ବାହାଘର ପାଇଁ ଖୁସୀର ମାହୋଲ ଥିଲା । ପୁଅର ବିବାହ ବରଯାତ୍ରୀ ଗାଡ଼ିରେ ଚାପି ହୋଇ ବରର ବାପାଙ୍କ ମୃତ୍ୟୁ ପରେ ସେହି ଘରେ ଆଜି କାନ୍ଦ ବିବାଳିରେ ଫାଟି ପଡୁଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories