ବଲାଙ୍ଗୀରରେ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ।
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ହୋଟେଲ ପାର୍କଲାଣ୍ଡ ଠାରେ ଆଜି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ ହୋଇ ଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜିଲ୍ଲା ପ୍ରଶାସନ ବଲାଙ୍ଗୀର ସୌଜନ୍ୟତାରେ ଏହି କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଲାଙ୍ଗୀରର ଏଏଇ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର୍ ଯୋଗ ଦେଇଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଅତିରିକ୍ତ ଏସ୍ ପି ଗୁଣନିଧି ମଲ୍ଲିକଙ୍କ ସମେତ ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା, ବଲାଙ୍ଗୀର ମାଇନ୍ସର ଡେପ୍ୟୁଟି ଡାଇରେକ୍ଟର ବୀର କିଶୋର ତିର୍କି ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ଇଂ ବବିତା ସିଂ ପ୍ରମୁଖ ଯୋଗଦାନ କରି ସବୁଜ ଭବିଷ୍ୟତ ପାଇଁ ସ୍ଥାୟୀ ଜୀବନ ଯାପନ ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପାଇଁ ଗଛଟିଏ, ପରିବେଶ ସୁରକ୍ଷା ଜୀବନ ରକ୍ଷା ଏବଂ ପ୍ଲାଷ୍ଟିକ୍ ମୁକ୍ତ ବଣଭୋଜି ବିଷୟ ଉପରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିବା ବେଳେ ସେଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ସୟେଶା ଅଗ୍ରୱାଲ, ସମର୍ପିତା ବାରିକ, ଅଭୟମ୍ ହୋତା, ହର୍ଷିତା ସିଂ, ଆଇଶା ଅରର୍ଫୂଜ , ଜୟଶ୍ରୀ ବିଶ୍ବାଳ ଏବଂ ଶ୍ରେୟାଂଶ ପଟେଲଙ୍କୁ ପୁରସ୍କୃତ କରାଯାଇଥିଲା ।

